୧୨ ମେ ରୁ ଦେଶର ଏହି ୧୫ ଟି ପ୍ରମୁଖ ସହରକୁ ପୁଣି ଚାଲିବ ଟ୍ରେନ, କାଲି ଠାରୁ ଆରମ୍ଭ ହେବ ଟିକେଟ ବୁକିଙ୍ଗ

କରୋନା ଲକଡାଉନ ମଧ୍ୟରେ ଭାରତୀୟ ରେଲୱେ ବଡ ଘୋଷଣା କରିଛନ୍ତି । ୧୨ ମେ ରୁ ଦେଶର ୧୫ ଟି ମହତ୍ତ୍ୱପୂର୍ଣ୍ଣ ସହରକୁ ଟ୍ରେନର ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଆରମ୍ଭ ରୁ ଏହି ସହରକୁ ନୂଆ ଦିଲ୍ଲୀ ଜଙ୍କସନ ରୁ ସ୍ପେଶାଲ ଟ୍ରେନ ଚାଲିବ । ଏହା ସହିତ ରେଲୱେ ଏହା ବି କହିଛି କି କାଲି ମାନେ ସୋମବାର ଦିନ ଅପରାହ୍ନ ୪ ଟା ରୁ ଟିକେଟ ବୁକିଙ୍ଗ ଆରମ୍ଭ କରି ଦିଆଯିବ । ଆପଣଙ୍କୁ କହି ଦେଉଛୁ କି କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ଅଟକାଇବା ପାଇଁ କରାଯାଇଥିବା ଲକଡାଉନ ଘୋଷଣା ସହିତ ଟ୍ରେନର ପରିଚାଳନା ମଧ୍ୟ ବନ୍ଦ ଅଛି । ରେଲୱେ ଇତିହାସ ରେ ଏହା ପ୍ରଥମ ଥର ହେଇଛି ।

ଏହି ୧୫ ଟି ସହର ପାଇଁ ଚାଲିବ ଟ୍ରେନ

ରେଲୱେ କହିଲା କି ଏହି ଟ୍ରେନ ସ୍ପେଶାଲ ଟ୍ରେନ ହିସାବରେ ଚାଲିବ । ନୂଆ ଦିଲ୍ଲୀ ଷ୍ଟେସନରୁ ଡିବୃଗଢ, ଅଗରତଲା, ହାୱଡା, ପଟନା, ବିଲାସପୁର, ରାଞ୍ଚି, ଭୁବନେଶ୍ବର, ସିକନ୍ଦରାବାଦ, ବାଙ୍ଗାଲୁର, ଚେନ୍ନାଇ, ତିରୁବନ୍ତପୁରମ, ମଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜମ୍ମୁ ତବୀ ପାଇଁ ଟ୍ରେନ ଚାଲିବ ।

ବୟାନ ଅନୁସାରେ ରେଲୱେ କୋଭିଡ-19 ଦେଖାରଖା କେନ୍ଦ୍ର ପାଇଁ 20,000 କୋଚ ସଂରକ୍ଷଣ କରିବା ପରେ, ଉପଲବ୍ଧ କୋଚକୁ ଆଧାର କରି ନୂତନ ମାର୍ଗରେ ଅଧିକ ବିଶେଷ ସେବା ଆରମ୍ଭ କରିବ ଓ ପର୍ଯ୍ୟାପ୍ତ ସଂଖ୍ୟାରେ କୋଚ ଗୁଡିକୁ “ଶ୍ରମ ସ୍ପେଶାଲ” ରୂପରେ ପ୍ରତିଦିନ 300 ଟ୍ରେନ୍ ଚଳାଚଳ ସକ୍ଷମ କରିବାକୁ ସଂରକ୍ଷଣ କରାଯିବ ।

ଏମିତି ହେବ ଟିକେଟ ବୁକିଙ୍ଗ

ଏହି ଟ୍ରେନରେ ଟିକେଟ ବୁକିଙ୍ଗ ୧୧ ମେ ସନ୍ଧ୍ୟା ୪ ଟା ରୁ ଆରମ୍ଭ ହେବ । କେବଳ IRCTC ର ୱେବ୍ସାଇଟ (www.irctc.co.in) ରେ ଉପଲବ୍ଧ ହେବ । ରେଲୱେ ଷ୍ଟେସନରେ ଟିକେଟ ବୁକିଙ୍ଗ କାଉଣ୍ଟର ବନ୍ଦ ରହିବ ଓ କୌଣସି କାଉଣ୍ଟର ଟିକେଟ (ପ୍ଲାଟଫର୍ମ ଟିକେଟ) ଜାରି କରାଯିବ ନାହିଁ । କେବଳ କନଫର୍ମ ହୋଇଥିବା ଟିକେଟ ବାଲା ଯାତ୍ରୀଙ୍କୁ ରେଲୱେ ଷ୍ଟେସନରେ ପ୍ରବେଶ କରିବାର ଅନୁମତି ମିଳିବ ।

ଯାତ୍ରୀମାନେ ଚେହେରା ଘୋଡାଇ ରଖିବା ଅନିବାର୍ଯ୍ୟ ହେବ ଓ ପ୍ରସ୍ଥାନ ସମୟରେ ସ୍କ୍ରିନିଙ୍ଗ କରି ଯିବାକୁ ପଡିବ ଓ କେବଳ ଯାତ୍ରୀଙ୍କୁ ଟ୍ରେନରେ ଚଢିବାକୁ ଅନୁମତି ମିଳିବ । ଏହି ପଦକ୍ଷେପକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।