୧୯୧୮ରେ ବି ଏତିକି ଅସହାୟ ଥିଲା ଦୁନିଆ ଯେତିକି ଆଜି କରୋନା ସାମ୍ନାରେ, କୋଟି କୋଟି ଜୀବନ ଯାଇଥିଲା

କହିବାକୁ ଗଲେ ଆଜି ମଣିଷ ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ପହଞ୍ଚି ଯାଇଛି କିନ୍ତୁ କରୋନା ଭାଇରସର ଯୁଧ୍ୟରେ ଆଜି ସେ ସେତିକି ହିଁ ଅସହାୟ ଅଛି ଯେତିକି ୧୯୧୮ରେ ଥିଲା । ୧୯୧୮ରେ ଆସିଥିବା ସ୍ପେନିଶ ଫ୍ଲୂ  ପୁରା ଦୁନିଆରେ ଭୟାଭୟ ପରିସ୍ଥିତି ସୃଷ୍ଟି କରି ଦେଇଥିଲା ଓ କୋଟି କୋଟି ଲୋକମାନେ ଏହି ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ସେହି ସମୟ ଓ ବର୍ତ୍ତମାନ ସମୟରେ ବହୁତ ଅନ୍ତର ଅଛି । କାରଣ ଆଜି ମନୁଷ୍ୟ ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଅବତରଣ କରିବାରେ ସଫଳ ହୋଇ ସାରିଛି ।

କିନ୍ତୁ ବର୍ତ୍ତମାନ ସମୟରେ ଯେତେବେଳେ ମନୁଷ୍ୟ ଏତେ ସବୁ ଉପଲବ୍ଧି ହାସଲ କରି ସାରିଛି କିନ୍ତୁ ଏହା ସତ୍ଵେ ମନୁଷ୍ୟ ବର୍ତ୍ତମାନ ସମୟରେ ଏକ ଭାଇରସର ଆତଙ୍କ ସାମ୍ନାରେ ଛୋଟ ହୋଇ ଯାଉଛି । କହିବାକୁ ଗଲେ ପୁରା ଦୁନିଆରେ ୪୧ ଲକ୍ଷରୁ ଉର୍ଦ୍ଧ ଲୋକମାନେ ଏଥିରେ ସଂକ୍ରମିତ ହୋଇ ସାରିଛନ୍ତି ଓ ୨ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଛି । କିନ୍ତୁ ଏହାର ପ୍ରକୋପକୁ କମ କରିବା କିମ୍ବା ଏହାକୁ ଅଟକାଇବା ପାଇଁ ଆମେ ନିରନ୍ତର ଅସଫଳ ହେଉଛୁ ।

ଭ୍ୟାକ୍ସିନ ଖୋଜିବା ପାଇଁ ଦିନରାତି ଲାଗିଛନ୍ତି ବୈଜ୍ଞାନିକମାନେ

ବୈଜ୍ଞାନିକମାନେ ଏହାର ଭ୍ୟାକ୍ସିନ ଖୋଜିବା ପାଇଁ ଦିନରାତି ଲାଗିଛନ୍ତି । କିନ୍ତୁ ତାଙ୍କର କହିବା ଅଟେ କି ଯଦି ସେ ଏହାର ଭ୍ୟାକ୍ସିନ ବାହାର କରିବାରେ ସଫଳ ହୋଇ ବି ଯାଉଛନ୍ତି ତେବେ ଏହି ଭ୍ୟାକ୍ସିନକୁ ପୁରା ଦୁନିଆରେ ପହଞ୍ଚାଇବା ପାଇଁ ୧ – ୧.୫ ବର୍ଷ ସମୟ ଲାଗି ଯାଇପାରେ । ଏତିକି ନୁହେଁ ଏହି ବୈଜ୍ଞାନିକମାନଙ୍କ ଏହା ବି ମାନିବା ଅଟେ କି କରୋନା ଭାଇରସ ଯେତେ ଜଲ୍ଦି ନିଜର କାୟା ବିସ୍ତାର କରୁଛି ସେହିଭଳି ଏହାର ଭ୍ୟାକ୍ସିନ ବାହାର କରିବାର ସମସ୍ୟା ବି ସାମ୍ନାକୁ ଆସିପାରେ ।

ସେ ଏହା ବି କହୁଛନ୍ତି କି କୌଣସି ବି ଗୋଟିଏ ପ୍ରକାରର ଟୀକା କିମ୍ବା ଭ୍ୟାକ୍ସିନ ଏହାକୁ ରୋକି ପାରିବ ନାହିଁ । ଏହାର ସମସ୍ତ ପ୍ରକାରର ଏକ ଅଲଗା ଭ୍ୟାକ୍ସିନ ତିଆରି କରିବାକୁ ହେବ ।

ଭ୍ୟାକ୍ସିନର ବି କୌଣସି ଗ୍ୟାରେଣ୍ଟି ନାହିଁ

ବର୍ତ୍ତମାନ ହିଁ ଆମେରିକାର କିଛି ରିସର୍ଚରମାନେ ଏହା ବି କହିଲେ କି ଦୁନିଆର କରୋନା ଭ୍ୟାକ୍ସିନ ଭବିଷ୍ୟତରେ ସଫଳ ହେବ ଏହାର ବି କୌଣସି ଗ୍ୟାରେଣ୍ଟି ନାହିଁ । କହିବାକୁ ଗଲେ ଗୋଟିଏ ଭାଇରସ କାରଣରୁ ଆଜି ପୁରା ଦୁନିଆରେ ତାଲା ପଡିଛି । କାରଖାନାର ଚିମିନୀ ଠାରୁ ବାହାରୁଥିବା ଧୂଆଁ ଗାୟବ ହୋଇ ସାରିଛି । ରାସ୍ତା, ମଲ, ଶପିଙ୍ଗ କମ୍ପ୍ଲେକ୍ସ, ଫିଲ୍ମ ଥିଏଟର, ହୋଟେଲ ଓ ଅଫିସରେ ଦେଖା ଯାଉଥିବା ଭିଡ ବି ଗାୟବ ହୋଇ ଯାଇଛି । ସମସ୍ତେ ଘରେ ବସି ସେହି ଦିନ ଗୁଡିକର ଅପେକ୍ଷା କରୁଛନ୍ତି ଯେତେବେଳେ ଆମେ ଏହି ଭାଇରସକୁ ଶେଷ କରିଦେବୁ । କିନ୍ତୁ ଏହା କେତେବେଳେ ହେବ ଏହା ବିଷୟରେ କେହି କିଛି ବି ଜାଣି ନାହାନ୍ତି ।

ଇତିହାସ ନିଜକୁ ପୁଣିଥରେ ଦୋହରାଉଛି

ବର୍ତ୍ତମାନ ଏମିତି ଲାଗୁଛି କି ୧୦୨ ବର୍ଷ ପରେ ପୁଣିଥରେ ଇତିହାସ ନିଜକୁ ଦୋହରାଉଛି । ୧୦୨ ବର୍ଷ ମଧ୍ୟରେ ଦୁନିଆ କରୋନା ଭାଇରସ ଛଡା ଯେଉଁ ମହାମାରୀ ସହ ଯୁଧ୍ୟ କରିଥିଲା ତାହାର ନାମ ସ୍ପେନିଶ ଫ୍ଲୂ । ୧୯୧୮ରେ ଆସିଥିବା ଏହି ମହାମାରୀ ଦ୍ଵାରା ଦୁନିଆରେ ୫୦ କୋଟିରୁ ବି ଅଧିକ ଲୋକମାନେ ଏଥିରେ ସଂକ୍ରମିତ ହୋଇଥିଲେ । ଏହି ଫ୍ଲୁ ପୁରା ଦୁନିଆର ପାଖପାଖି ୨ – ୫ କୋଟି ଲୋକମାନଙ୍କ ଜୀବନ ନେଇ ଥିଲା ।

ସାରା ଦୁନିଆରେ ଏହି କାରଣରୁ ମରିଥିବା ଲୋକମାନଙ୍କ ମୃତ୍ୟୁ ସଂଖ୍ୟା ପ୍ରଥମ ବିଶ୍ଵ ଯୁଦ୍ଧରେ ମରିଥିବା ସୈନିକ ଓ ନାଗରିକମାନଙ୍କ ସଂଖ୍ୟା ଠାରୁ ବି ଅଧିକ ଅଟେ । ଭାରତ ବି ଏଥିରୁ ବଞ୍ଚି ପାରି ନ ଥିଲା ।

ଭାରତରରେ ଏହାର ଆରମ୍ଭ

ଭାରତରେ ଏହାର ଆରମ୍ଭ ୨୯ ମେ ୧୯୧୮ରେ ସେହି ସମୟରେ ହୋଇଥିଲା ଯେତେବେଳେ ମୁମ୍ବାଇର ବନ୍ଦରଗାହ ରେ ଭାରତୀୟ ସୈନିକକୁ ନେଇ ଏକ ଜାହାଜ ପହଞ୍ଚିଥିଲା । ମୁମ୍ବାଇ ବନ୍ଦରଗାହରେ ଏହି ଜାହାଜ ଦୁଇ ଦିନ ପର୍ଯ୍ୟନ୍ତ ସେମିତି ହିଁ ଛିଡା ହୋଇଥିଲା । ବିଶ୍ଵ ଯୁଦ୍ଧ ନିଜର ସମାପ୍ତି ଉପରକୁ ଫେରୁଥିଲା । ୧୦ ଜୁନରେ ମୁମ୍ବାଇ ପୋର୍ଟରେ ଥିବା ସାତ ଜଣ ପୋଲିସକର୍ମୀଙ୍କୁ ଜର କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଗଲା ।

ଏହାର ଯାଞ୍ଚରେ ଜଣା ପଡିଲା କି ସେମାନେ ସମସ୍ତେ ଇନ୍ଫ୍ଲୂଏଂଜା ଦ୍ଵାରା ସଂକ୍ରମିତ ଥିଲେ । ଭାରତରେ କୌଣସି ବଡ ସଂକ୍ରମଣ ରୋଗର ଏହା ପ୍ରଥମ ଆକ୍ରମଣ ଥିଲା । ସ୍ପେନିଶ ଫ୍ଲୂ ସେହି ସମୟରେ ପୁରା ଦୁନିଆରେ ବହୁତ ଜଲ୍ଦି ବ୍ୟାପୁ ଥିଲା । ଅନ୍ୟ ପଟେ ମୁମ୍ବାଇର ଜାହାଜ ଜରିଆରେ କେତେକ ବିଦେଶୀ ଭାରତ ଆସୁଥିଲେ ଏହି କାରଣରୁ ଚିନ୍ତା ଆହୁରି ବି ବଢି ଯାଇଥିଲା । ୧୯୨୦ର ଶେଷ ପର୍ଯ୍ୟନ୍ତ ଏହି କାରଣରୁ ପୁରା ଦୁନିଆରେ ୫ ରୁ ୧୦ କୋଟି ଲୋକମାନେ ପ୍ରଭାବିତ ହୋଇ ସାରିଥିଲେ ।

ସ୍ପେନିଶ ଫ୍ଲୂ କାରଣରୁ ଭାରତରେ ୧୮ ଲକ୍ଷ ଲୋକମାନେ ମୃତ୍ୟୁ ବରଣ କରିଥିଲେ । ଏହା କୌଣସି ବି ଦେଶରେ ମୃତ୍ୟୁର ସର୍ବାଧିକ ସଂଖ୍ୟା ଥିଲା । ୧୪ ତମ ଶତାବ୍ଦୀରେ ବ୍ଲାକ ଡେଥ ମହାମାରୀ ପରେ ଏହା ଇତିହାସର ସବୁଠୁ ଭୟଙ୍କର ମହାମାରୀ ଥିଲା । ସେହି ସମୟରେ ଦୁନିଆ ପାଖରେ ଏହାକୁ ଶେଷ କରିବା ପାଇଁ ସଂଶାଧନ ବି ନ ଥିଲା । ଏମିତିରେ ସମସ୍ତେ ସାମାଜିକ ଦୂରତାର ସାହାରା ନେଲେ । ଏହା ପରେ ସବୁ ଦେଶ ସାମାଜିକ ଦୂରତାକୁ ହିଁ ଅବଲୋକନ କରିଲେ ।

ରୁସ ପ୍ରଥମ ଦେଶ ଥିଲା ଯିଏ କେଂଦ୍ରୀୟକୃତ ହେଲ୍ଥକେୟାର ପ୍ରଣାଳୀ ଆରମ୍ଭ କରିଲା । ଏହା ପରେ ଜର୍ମାନୀ, ଫ୍ରାନ୍ସ ଓ ବ୍ରିଟେନରେ ଏହାର ଆରମ୍ଭ ହେଲା । ସବୁ ଦେଶ ନିଜର ହେଲଥ କେୟାରକୁ ମଜବୁତ ଓ ବିସ୍ତାର କରିବାର କାମ ଆରମ୍ଭ କରିଦେଲେ । ୧୯୨୦ରେ କେତେକ ଦେଶ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବି ଗଠନ କରିଲେ ।

ସେହି ସମୟରେ ଲିଗ ଅଫ ନେସନ୍ସ (ବର୍ତ୍ତମାନର ସଂଯୁକ୍ତ ରାଷ୍ଟ୍ର) ବିଶ୍ଵ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଏକ ଶାଖା ବି ଖୋଲିଲା । ଯାହା ଦ୍ଵାରା ଆଜି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ନାମରେ ଏହା ସବୁ ଆଡେ ଜଣା ଯାଉଛି । ଆପଣଙ୍କୁ କହିଦେଉଛୁ କି ୧୯୧୮ରେ ଏହି ରୋଗରେ କେବଳ ଆମେରିକାରେ ୬୭୫୦୦୦ ଲୋକଙ୍କ ଜୀବନ ଚାଲି ଯାଇଥିଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।