ଶୀତ କାକାରରେ Sumit ଙ୍କ ଘର ବାହାରେ ତମ୍ବୁ ଟାଣି ରାତି କାଟିଲେ Tapaswini, ଏନେଇ ଶୁଣନ୍ତୁ କଣ କୁହନ୍ତି ତପସ୍ଵିନୀ, ଦେଖନ୍ତୁ Video

ପ୍ରଥମେ ୧୧ଦିନ ଏବଂ ଏହାପରେ ଦୁଇ ସପ୍ତାହ ବିତିଲା ପରେ ଗତକାଲି ଠାରୁ ତପସ୍ଵିନୀ ପୁଣି ତାଙ୍କ ତପସ୍ୟାରେ ବସିଛନ୍ତି । ସ୍ତ୍ରୀର ଅଧିକାର ମିଳୁ ବୋଲି ତପସ୍ଵିନୀ ପୁଣି ଶ୍ଵଶୁର ଘର ସାମନାରେ ଧାରଣାରେ ବସିଛନ୍ତି । ତେବେ ଦେଖାଯାଉ ତପସ୍ଵିନୀଙ୍କୁ ତାଙ୍କ ଅଧିକାର କେବେ ମିଳିବ ଓ କେବେ ଏହି ଘଟଣାର ସମାଧାନ ହେବ । ଏନେଇ ତପସ୍ଵିନୀ ଗତକାଲି ଆଉ ଥରେ ଏସଡ଼ିଜେଏମ କୋର୍ଟରେ ପିଟିସନ ଦାଖଲ କରିଛନ୍ତି ।

ଏନେଇ ଗତ ୧୩ ତାରିଖରେ ଏସଡ଼ିଜେଏମ କୋର୍ଟ ଯେଉଁ ପିଟିସନ ଦେଇଥିଲେ ଡାକ୍ତର ସୁମିତ କୁମାର ସାହୁ ଏହାର ଅବମାନନା କରିଛନ୍ତି । କୋର୍ଟଙ୍କ ଆଦେଶ ଅନୁସାରେ ତପସ୍ଵିନୀଙ୍କ ଦାୟିତ୍ଵ ବହନ ନକରି ସୁମିତ କୁଆଡେ ଫେରାର ହୋଇ ଯାଇଛନ୍ତି । ଯାହାକୁ ନେଇ ଏକ ଅଡିଓ ମଧ୍ୟ ସୁମିତ ଭାଇରାଲ କରିଛନ୍ତି । ଏବେ ଶୀତର ପ୍ରକୋପ ବଢୁଛି ଆଉ ଏପରି ପରିସ୍ଥିତିରେ ମଧ୍ୟ ହାର ମାନି ନାହାନ୍ତି ତପସ୍ଵିନୀ ।

ତପସ୍ଵିନୀଙ୍କ ମୁଖ୍ୟ ପିଟିସନ ଉପରେ କିଛି ଶୁଣାଣି ହେବ ଆଶା କରି ତପସ୍ଵିନୀ ଗତକାଲି କୋର୍ଟକୁ ଯାଇଥିଲେ । ଯେଉଁଥିରେ ତାଙ୍କ ରହିବା ଏବଂ ଖାଇବା ପାଇଁ କିଛି ସୁବିଧା ଯୋଗାଇ ଦେବାକୁ ସେ ଆବେଦନ କରିଥିଲେ । କିନ୍ତୁ ସୁମିତଙ୍କ ଓକିଲ ସେହି ପିଟିସନ ଉପରେ ୧୫ଦିନ ସମୟ ମାଗିଥିଲେ । ତଥାପି ଆସନ୍ତା ସୋମବାର ଦିନ ସେହି ପିଟିସନ ଉପରେ ଶୁଣାଣି ହେବ ବୋଲି ମାନନୀୟ କୋର୍ଟ କହିଛନ୍ତି ।

ସୁମିତ ତପସ୍ଵିନୀଙ୍କୁ ଛାଡି ଫେରାର ହେବା ପରେ ତପସ୍ଵିନୀଙ୍କୁ ଥରେ ହେଲେ ବି କଲ୍ କରି ନାହାନ୍ତି । ତାଙ୍କ କାର୍ଯ୍ୟକ୍ଷେତ୍ର ହସ୍ପିଟାଲକୁ ମଧ୍ୟ ଯାଉ ନାହାନ୍ତି । ଏପରିକି ସିଡ଼ିଏମଓ ସାରଙ୍କ ଫୋନ ମଧ୍ୟ ଉଠାଉ ନାହାନ୍ତି । ଅନ୍ୟପଟେ ସୁମିତଙ୍କ ଅଡିଓ କଲ୍ ରେକର୍ଡକୁ ନେଇ ମଧ୍ୟ ତପସ୍ଵିନୀ ପ୍ରଶ୍ନ ଉଠାଇଛନ୍ତି । ନିଜ ରେକର୍ଡରେ ସୁମିତ ଯେଉଁ ଶବ୍ଦ ସବୁ ବ୍ୟବହାର କରିଛନ୍ତି ତାହା ସୁମିତଙ୍କ ନିଜର ନୁହେଁ ବୋଲି ସେ କହିଛନ୍ତି ।

କାରଣ ସୁମିତଙ୍କୁ ଭଲଭାବେ ଓଡିଆ ଆସେ ନାହିଁ ବୋଲି କହିଛନ୍ତି ତପସ୍ଵିନୀ । ସୁମିତ ତାଙ୍କୁ ଘରକୁ ନେଉ ନଥିବା ବେଳେ ତପସ୍ଵିନୀ ନିଜ ସଂଘର୍ଷ ଜାରି ରଖିଛନ୍ତି । ନିଜ ଅଧିକାର ପାଇଁ ଏତେ ଶୀତ କାକରରେ ମଧ୍ୟ ବାହାରେ ତମ୍ବୁ ପକାଇ ରହୁଛନ୍ତି ତପସ୍ଵିନୀ । ଗତ ରାତି ତ ତପସ୍ଵିନୀ ତମ୍ବୁରେ କାଟିଦେଲେ । ଦେଖାଯାଉ ଏହିପରି ଶୀତ କାକରରେ ଆଉ କେତେ ରାତି ବିତାଇବା ତପସ୍ଵିନୀଙ୍କ ଭାଗ୍ୟରେ ଲେଖାଅଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।