ଚୋରଙ୍କ ପରି ପୋଲିସ କୁ ଦେଖି ଖାଲି ପାଦରେ ପାଚେରୀ ଡେଇଁ ଛୁ ମାରିଲେ Sumit ! କାହାଠୁ ଲୁଚୁଛନ୍ତି ସେ ? ଦେଖନ୍ତୁ କ’ଣ କହିଲେ Tapaswini ? ଦେଖନ୍ତୁ Video

ସୁମିତଙ୍କ ଖବର ଜାଣିବାକୁ ପୋଲିସ ପହଞ୍ଚିଥିଲା ସୁମିତଙ୍କ ଘରେ । ବାହାରେ ନିଜ ଗାଡି ରଖି କୁଆଡେ ଅନ୍ତର୍ଧ୍ୟାନ ହୋଇ ଯାଇଛନ୍ତି ସୁମିତ । ନା ଡ୍ଯୁଟି ଯାଉଛନ୍ତି ନା ପତ୍ନୀଙ୍କୁ ଘରକୁ ନେଉଛନ୍ତି । ଅନ୍ୟପଟେ ଗତକାଲି ରାତିରୁ ପୁଣି ଥରେ ସୁମିତଙ୍କ ଘର ଆଗରେ ଦାଣ୍ଡରେ ବସିଲେ ତପସ୍ଵିନୀ । ଆଜି ବି ପୋଲିସ ସୁମିତ କେଉଁଠି ଅଛନ୍ତି ବୋଲି ପଚାରିବାକୁ ଯାଇଥିଲା । ତେବେ ଆଜି ତପସ୍ଵିନୀ ଯେଉଁ ବୟାନ ଦେଇଛନ୍ତି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୁମିତ ଗେଷ୍ଟହାଉସରେ ତପସ୍ଵିନୀଙ୍କୁ ଛାଡି ଫେରାର ହୋଇଯିବା ପରେ କିଛି ଦିନ ଯାଏଁ ତପସ୍ଵିନୀ ଗେଷ୍ଟହାଉସରେ ହିଁ ରହୁଥିଲେ । କିନ୍ତୁ ଗତକାଲି ତାଙ୍କୁ ଗେଷ୍ଟହାଉସ ଛାଡିବାକୁ ପଡିଥିଲା । ତପସ୍ଵିନୀ ତାଙ୍କ ବାପଘରେ ରହିବାକୁ ଚାହୁଁ ନାହାନ୍ତି ଆଉ ସ୍ଵାମୀ ମଧ୍ୟ ଘରକୁ ନେଉ ନାହାନ୍ତି । ତେଣୁ ଆରମ୍ଭରୁ ଯେମିତି ସୁମିତଙ୍କ ଘର ଆଗରେ ବସି ତପସ୍ଵିନୀ ଧାରଣା ଦେଉଥିଲେ, ଠିକ ସେମିତି ଆଉ ଥରେ ଯାଇ ସୁମିତଙ୍କ ଘର ଆଗରେ ବସି ରହିଛନ୍ତି । ଆଉ ବାହାରେ ଏକ ତମ୍ବୁ ମଧ୍ୟ ଟାଣିଛନ୍ତି ।

ଏଥର ନ୍ୟାୟ ନ ମିଳିବା ଯାଏଁ ତପସ୍ଵିନୀ ସେ ସ୍ଥାନରୁ ହଟିବେ ନାହିଁ ବୋଲି କହି ସାରିଛନ୍ତି ମଧ୍ୟ । ପ୍ରମିଳା ମାଆ ମଧ୍ୟ ଏଥିରେ ତପସ୍ଵିନୀଙ୍କ ସହଯୋଗ କରୁଛନ୍ତି । ତେବେ ସୁମିତ ଗାଡି ବାହାରେ ରଖି ଘର ଭିତରକୁ ଯିବା କଥା ତପସ୍ଵିନୀ ଦେଖିଛନ୍ତି ବୋଲି କାଲି କହିଥିଲେ । କିନ୍ତୁ ଆଜି ସେ କହୁଛନ୍ତି କି, ସୁମିତ ରାତିରେ ଖାଲି ପାଦରେ ପାଚେରୀ ଡେଇଁ କୁଆଡେ ପଳେଇଛନ୍ତି ।

ଯେହେତୁ ସେମାନେ ବାହାରେ ରହୁଛନ୍ତି ତେଣୁ ତାଙ୍କୁ ବାହାରକୁ ଯିବାକୁ ହେଲେ ପଦାକୁ ହିଁ ଯିବାକୁ ପଡୁଛି । ତପସ୍ଵିନୀ, ତାଙ୍କ ମା ଓ ପ୍ରମିଳା ମା କାଲି ରାତିରେ ବାହାରକୁ ଯାଇଥିବା ବେଳେ କେହି ଜଣେ ସୁମିତଙ୍କ ଘରର ପାଚେରୀ ଡେଇଁ ଖାଲି ପାଦରେ ଯାଉଥିବାର ସେମାନେ ଦେଖିଥିଲେ । କିନ୍ତୁ ଅନ୍ଧାର ହୋଇଥିବାରୁ ଭାବିଲେ କି ଆଉ କିଏ ହୋଇଥିବେ ବୋଲି ।

କିନ୍ତୁ ଆଜି ଯେତେବେଳେ ପୋଲିସ ଯାଇ ସୁମିତଙ୍କ ଘରେ ତାଙ୍କୁ ପାଇ ନଥିଲା ତପସ୍ଵିନୀ ନିଶ୍ଚିତ ହୋଇ ଯାଇଥିଲେ କି ସେ ସୁମିତ ଥିଲେ । ଯାହା ସେ ଆଜି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ତେବେ ସୁମିତ କାହିଁକି ଲୁଚୁଛନ୍ତି ତାହା ତ କେବଳ ସେ ହିଁ କହିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।