ତଳେ ପାହାଡ ଉପରେ ଆକାଶ ଆଉ ମଝିରେ ଝୁଲୁଛି ଜୀବନ, ଆପଣଙ୍କ ଛାତି ଥରେଇ ଦେବ ଏହି ଭୟଙ୍କର ଦୃଶ୍ୟ, ଦେଖନ୍ତୁ video

ଖୁସିରେ ବିଭୋର ହୋଇ ଉପରକୁ ଚଢିବା ବେଳେ ହୁଏତ କେହି କଳ୍ପନା ବି କରି ନଥିବେ କି ତାଙ୍କୁ ଏଭଳି ଦିନ ଦେଖିବାକୁ ପଡିବ । ଜୀବନରେ ଥରେ ହେଲେବି ରୋପୱେରେ ବସି ମଝି ଆକାଶକୁ ଯାଇ ପ୍ରାକୃତିକ ସୌନ୍ଦର୍ଜ୍ୟର ମଜା ନେବାକୁ ଅନେକ ଲୋକ ଇଛା ରଖିଥାନ୍ତି । ଅନେକ ସ୍ଥାନରେ କେବଳ ପର୍ଯ୍ୟଟକଙ୍କ ଆନନ୍ଦ ପାଇଁ ରୋପୱେର ବ୍ୟବସ୍ଥା ରହିଥିବା ବେଳେ ଆଉ କିଛି ସ୍ଥାନରେ ଯିବା ଆସିବା ସୁବିଧା ନଥିବାରୁ ମଧ୍ୟ ରୋପୱେର ବ୍ୟବସ୍ଥା କରାଯାଇଛି ।

କିନ୍ତୁ ବେଳେ ବେଳେ ଏହି ମଜା ସଜାରେ ପରିଣତ ହୋଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଛି । ଏହିପରି ଏକ ଦୁଃଖଦ ପୂର୍ଣ୍ଣ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଅଚାନକ ରୋପୱେରେ ଘଟିଥିବା ଏହି ଦୁର୍ଘଟଣା ଯୋଗୁଁ ପ୍ରାୟ ୫୦ରୁ ଅଧିକ ବ୍ୟକ୍ତିଙ୍କ ଜୀବନକୁ ବିପନ୍ନ କରି ଦେଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଦୁଇ ଜଣ ଏଥିରୁ ଡେଇଁ ପଡିବାକୁ ଚେଷ୍ଟା କରି ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏହି ଘଟଣାଟି ଘଟିଛି ଝାଡଖଣ୍ଡ ଦେଓଗଡ ଜିଲ୍ଲାରେ ଥିବା ବାବା ବୈଦ୍ୟନାଥ ମନ୍ଦିର ନିକଟସ୍ଥ ତ୍ରିକୁଟ ପର୍ବତରେ ।

ଆଉ ଏବେବି ଏହି ରୋପୱେ ରେ ୧୨ଟି କାର୍ ବିପଦଜନକ ଭାବେ ମଝି ଆକାଶରେ ଝୁଲି ରହିଛି । ଏଥିରେ ୫୦ରୁ ଅଧିକ ଲୋକ ଫସି ରହିଥିବା ସୂଚନା ମିଳିଛି । ସେମାନଙ୍କୁ ଡ୍ରୋନ ଜରିଆରେ ଖାଦ୍ଯ ଏବଂ ପାନୀୟ ଯୋଗାଇ ଦିଆଯାଉଛି । ଆଇଟିବିପି, ବାୟୁସେନା ଓ ଏନଡ଼ିଆରଏଫ ଟିମ୍ ପକ୍ଷରୁ ମିଳିତ ଭାବେ ଏଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହି ସ୍ଥାନରେ ହେଲିକପ୍ଟର ଦ୍ଵାରା ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି । ସେଥିପାଇଁ ଏହି ସ୍ଥାନରେ ଦୁଇଟି ଏମଆଇ୧୭ ହେଲିକପ୍ଟର ନିୟୋଜିତ କରାଯାଇଛି । କିନ୍ତୁ ରୋପୱେରେ ଝୁଲି ରହିଥିବା ତାର ଯୋଗୁଁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହେଉଛି । ଝାଡଖଣ୍ଡର ତ୍ରିକୂଟ ରୋପୱେ ବାବା ବୈଦ୍ୟନାଥଙ୍କ ମନ୍ଦିର ପାଖରେ ରହିଛି । ଏହା ଭାରତର ସବୁଠୁ ଉଚ୍ଚରେ ଥିବା ରୋପୱେ । ବୈଦ୍ୟନାଥ ମନ୍ଦିର ଠାରୁ ପ୍ରାୟ ୨୦କିମି ଦୂରରେ ଏହା ରହିଛି ।

ଯାହାର ଲମ୍ବ ୭୬୬ ମିଟର ହୋଇଥିବା ବେଳେ ଏହା ୩୯୨ ମିଟର ଉଚ୍ଚ ପାହାଡ ଉପରେ ରହିଛି । ଏଠାରେ ଚାରି ଜଣ ଯାତ୍ରୀ ବ୍ବସିପାରିବା ଭଳି ୨୫ଟି କାର୍ ରହିଛି । ସମସ୍ତଙ୍କ ଉଦ୍ଧାର କାର୍ଯ୍ୟ ସଫଳ ଭାବେ ହେଉ ବୋଲି ବାବା ବୈଦ୍ୟନାଥଙ୍କ ପାଖରେ ଆମର ପ୍ରାର୍ଥନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।