ମୁଁ ତାଙ୍କ ସ୍ତ୍ରୀ ବୋଲି Sumit ଜୀବନ ସାରା ଏମିତି…’- ମିଡିଆ ଆଗରେ Sumit ଙ୍କ ବିଷୟରେ କହୁ କହୁ କାନ୍ଦି ପକାଇଲେ Tapaswini, ଦେଖନ୍ତୁ Video

ନିଜ ଅଧିକାର ପାଇଁ ଏକ ନୂଆ ଶୈଳୀରେ ଲଢେଇ ଆରମ୍ଭ କରି ସାରା ଓଡିଶାବାସୀଙ୍କ ହୃଦୟ ଜିଣି ନେଇଥିଲେ ବ୍ରହ୍ମପୁରର ତପସ୍ଵିନୀ ଦାସ । ସ୍ତ୍ରୀର ଅଧିକାର ପାଇବା ପାଇଁ ଶୀତ କାକରରେ ସ୍ଵାମୀ ସୁମିତ ସାହୁଙ୍କ ଘର ଆଗରେ ୪୭ ଦିନ ବସି ରହିଥିଲେ । ସ୍ଵାମୀଙ୍କୁ ପାଇବା ପାଇଁ ଏବଂ ତାଙ୍କ ଘରେ ରହିବା ପାଇଁ ତପସ୍ଵିନୀ ଲଢେଇରେ କେବେ ବି ହାରି ଯାଇ ନଥିଲେ । ଏପଟେ ସୁମିତଙ୍କ ଆଗରେ ଧାରଣା ଦେବା ସହ ସେପଟେ ଆଇନଗତ ଲଢେଇ ମଧ୍ୟ ଲଢିଥିଲେ ତପସ୍ଵିନୀ । ଯାହାର ଏକ ପ୍ରକାର ଭଲ ଫଳାଫଳ ମିଳିଛି କହିଲେ ଚଳେ ।

ତାଙ୍କ ଇଚ୍ଛା ମୁତାବକ ମାନ୍ୟବର ହାଇକୋର୍ଟ ତାଙ୍କୁ ସ୍ଵାମୀ ସୁମିତଙ୍କ ଘରେ ରହିବାକୁ ଅନୁମତି ଦେଇଥିଲେ । ଆଉ ସେବେ ଠାରୁ ତପସ୍ଵିନୀ ସୁମିତଙ୍କ ଘରେ ରହୁଛନ୍ତି । କିନ୍ତୁ ସେବେ ଠାରୁ ଆଜି ଯାଏଁ ସୁମିତ ଏବଂ ତାଙ୍କ ବାପା ଘର ଛାଡି ଅନ୍ୟତ୍ର ରହୁଛନ୍ତି । ବର୍ତ୍ତମାନ ବି କୋର୍ଟରେ ସୁମିତ ଓ ତପସ୍ଵିନୀଙ୍କ ମାମଲା ଚାଲୁ ରହିଛି । ଗତକାଲି ସେମାନଙ୍କ କାଉନସିଲ ମଧ୍ୟ ଶେଷ ହୋଇଛି । ତେବେ ଏନେଇ ତପସ୍ଵିନୀ ପ୍ରତିକ୍ରିୟା ଦେବା ବେଳେ କାନ୍ଦି ପକାଇ ଥିବାର ଦେଖିବାକୁ ମିଳିଛି ।

ସେ କହିଛନ୍ତି କି, କାଉନସିଲିଙ୍ଗ ସମୟରେ ମୁଁ ମୋର ଶହେ ପ୍ରତିଶତ ଦେଇଛି ଏବଂ ଯାହାବି ମୋତେ ଠିକ ଲାଗିଛି ମୁଁ କହିଛି । କିନ୍ତୁ ସୁମିତ କଣ କୁହନ୍ତୁ କଣ ନାହିଁ ସେନେଇ ମୁଁ ତାଙ୍କ ଠାରୁ କୌଣସି ଆଶା ରଖି ନାହିଁ କି ରଖିବିନି । ଆଗକୁ ଆମର ପୁନର୍ମିଳନ ହେଉ କି ନହେଉ କିନ୍ତୁ ସୁମିତ ଜୀବନ ସାରା ମନେ ରଖନ୍ତୁ କି ମୁଁ ତାଙ୍କ ସ୍ତ୍ରୀ ବୋଲି ।

କାରଣ ଏହା ପୂର୍ବରୁ ସୁମିତ ତାଙ୍କ ପ୍ରତିକ୍ରିୟାରେ ତପସ୍ଵିନୀଙ୍କୁ ତାଙ୍କ ପରିବାରର ସଦସ୍ୟ ବୋଲି କହିଥିଲେ । ଏହାର ପ୍ରତିକ୍ରିୟା ରଖିବା ବେଳେ ତପସ୍ଵିନୀ ଭାବୁକ ହୋଇ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା । ସେ କହିଛନ୍ତି କି ଭଗବାନ ଆମକୁ ମିଶାଇଛନ୍ତି ମାନେ ନିଶ୍ଚିତ ଭାବେ ତାଙ୍କର କିଛି ଯୋଜନା ଅଛି । ଆଉ ମୁଁ ବି ଆଶା ରଖିଛି କି କି ସୁମିତଙ୍କ ସହ ପୁଣି ଥରେ ଏକାଠି ହେବି ବୋଲି ।

ତପସ୍ଵିନୀ ସମସ୍ତଙ୍କୁ ଏକ ବଡ ବାର୍ତ୍ତା ଦେଇ କହିଛନ୍ତି କି, ଜୀବନରେ ପରିସ୍ଥିତି ଯାହାବି ହେଉ ନା କାହିଁକି ଆମକୁ କେବେବି ଆଶା ପରିତ୍ୟାଗ କରିବା ଉଚିତ ନୁହେଁ । ମଣିଷ ମାନେ ସବୁଥିରେ ଆଶା ରହିବ । ଯାହା ମୁଁ ପ୍ରଥମରୁ ରଖିଥିଲି ଆଉ ଏବେବି ରଖିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।