“କିଏ ମୋର କଣ…ମୋର ଢୋ…” ମାର୍କେଟରେ ଏମିତି ଉତ୍ପାତ ମଚେଇଲେ ମାତାଲ ଯୁବତୀ, ଦେଖନ୍ତୁ ଭାଇରାଲ video

ଅଭଦ୍ର ଭାଷାରେ ଗାଳିଗୁଲଜ କରି ହାଇଡ୍ରାମା କଲେ ମାତାଲ ଯୁବତୀ । ଆଉ ମାର୍କେଟରେ ମଚାଇଲେ ଉତ୍ପାତ । ଏହି ଭିଡିଓରୁ ଦେଖିଲେ ତ କେମିତି ଉତ୍ପାତ କରୁଛନ୍ତି ଯୁବତୀ । କିଛି ନେବିନି କି ଏଠାରୁ ଯିବିନି ବୋଲି ଜିଦ୍ ଧରିଛନ୍ତି । ମୋର କଣ କରିବ ମୁଁ ଦେଖିବି କହି ଡ୍ରାମା କରୁଛନ୍ତି । ଭୁବନେଶ୍ବରର ଏକ ହୋଟେଲକୁ ଆସି ଅସଭ୍ୟ ଭାଷାରେ ସମସ୍ତଙ୍କୁ ଗାଳିଗୁଲଜ କରିଲେ ଏହି ମାତାଲ ଯୁବତୀ । ଆଉ ହୋଟେଲ କର୍ମଚାରୀ ତାଙ୍କୁ ବିରୋଧ କରିବାକୁ ଆରମ୍ଭ ହୋଇଥିଲା ତାଙ୍କ ହାଇଡ୍ରାମା ।

ଏତେ ମାତାଲ ଥିଲେ କି କାହାକୁ କଣ କହୁଛନ୍ତି ବି ତା’ର ହୋସ୍ ନଥିଲା । ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା କର୍ମଚାରୀଙ୍କୁ ବି ଛାଡିଲେନି । ତାଙ୍କୁ ଚାପୁଡା ମାରିବେ ବୋଲି ଧମକ ଦେଲେ । ଟାଙ୍କେ ମଦ ପିଇ ରାସ୍ତାରେ ଏହିପରି ଉତ୍ପାତ କରିଛନ୍ତି ଏହି ଯୁବତୀ ଜଣକ । ଏମିତିକି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ମଧ୍ୟ ଛାଡୁ ନାହାନ୍ତି । ସେମାନଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରେ ଲାଗିଛନ୍ତି ।

ଭୁବନେଶ୍ବର ଉପକଣ୍ଠ ଭରତପୁର ଷ୍ଟୂଡିଓ ଛକରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ପୂର୍ବରୁ ବି ଭୁବନେଶ୍ବର ଜାଗମରା ଅଞ୍ଚଳରେ ଜଣେ ଯୁବତୀ ଅଟୋରେ ମଦ ପିଉଥିବାର ଦେଖିବାକୁ ମିଳିଥିଲା । ଏହାପରେ ଉକ୍ତ ଯୁବତୀଙ୍କ ଠାରୁ ପୋଲିସ ଚାଲାଣ ମଧ୍ୟ କାଟିଥିଲା ।

ସେହିପରି ପୁରୀରେ ମଧ୍ୟ ଜଣେ ଯୁବତୀ ମଦ ପିଇ ଅଶ୍ଳୀଳ ଭାଷାରେ ସମସ୍ତଙ୍କୁ ଗାଳିଗୁଲଜ କରିବାର ଚିତ୍ର ସାମ୍ନାକୁ ଆସିଥିଲା । ଆଜିର ଯୁବପିଢି ମଦ, ସିଗାରେଟ ପରି ନିଶାଦ୍ରବ୍ଯ ପ୍ରତି ଅତ୍ୟନ୍ତ ଆକ୍ରୁଷ୍ଟ ହେଉଥିବାର ଦେଖିବାକୁ ମିଳୁଛି । ଖାସ କରି ଯୁବତୀ ମାନେ ମଧ୍ୟ ବହୁଳ ମାତ୍ରାରେ ନିଶାଦ୍ରବ୍ୟ ସେବନ କରୁଥିବାର ଜଣାପଡିଛି । ଯାହା ରାଜ୍ୟ ତଥା ଦେଶର ଭବିଷ୍ୟତ ପ୍ରତି ଏକ ବିପଦ ସଙ୍କେତ କହିଲେ ଅତ୍ୟକ୍ତି ହେବ ନାହିଁ ।

ଯୁବପିଢି ଯଦି ଏହିଭଳି ନିଜ ଭବିଷ୍ୟତ ବର୍ବାଦ କରିବେ ତେବେ ଏହାର ପ୍ରଭାବ ନିଶ୍ଚିତ ଭାବେ ଦେଶର ଭବିଷ୍ୟତ ଉପରେ ମଧ୍ୟ ପଡିବ । ଏହା ସହ ରାସ୍ତାରେ ଏପରି ଗାଳିଗୁଲଜ କରିବା ମଧ୍ୟ ଭଲ ସ୍ଵଭାବର ପରିଚୟ ଦେଉ ନାହିଁ । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।