ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି ! ପ୍ରଧାନମନ୍ତ୍ରୀ ଶପଥ ନେବା ପୂର୍ବରୁ ହିଁ ଇଏ କଣ କରିଦେଲେ Shehbaz Sharif

ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି । ଜାମ୍ମୁ କାଶ୍ମୀରକୁ ନେଇ ବଡ ମନ୍ତବ୍ୟ ଦେଲେ ଶେହବାଜ ଶରିଫ । ଇଏ ହେଉଛନ୍ତି ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଶେହବାଜ । ଦାୟିତ୍ଵ ନେବା ପୂର୍ବରୁ ଭାରତକୁ ନେଇ ଏକ ବଡ ଟିପ୍ପଣୀ ଦେଇଛନ୍ତି । କିଛି ସମୟ ପରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରିବେ ଶେହବାଜ ଶରିଫ । ନୂଆ ପ୍ରଧାନମନ୍ତ୍ରୀଙ୍କ ଠାରୁ ପାକିସ୍ତାନ ସହ ଆହୁରି ଅନେକ ଦେଶ ମଧ୍ୟ ଅନେକ କିଛି ଆଶା କରୁଛନ୍ତି । ହେଲେ ଶରିଫ କିନ୍ତୁ ଦାୟିତ୍ଵ ନେବା ପୂର୍ବରୁ କଡା ମନ୍ତବ୍ୟ ଦେଇଛନ୍ତି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଭାଇ ହେଉଛନ୍ତି ଏହି ଶେହବାଜ ଶରିଫ । ସେ କହିଛନ୍ତି ଭରତ ସହିତ ଆମେ ଶାନ୍ତି ପ୍ରସ୍ତାବ ନେଇ କଥାବାର୍ତ୍ତା କରିବୁ ହେଲେ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଆଗ ସମାଧାନ ହେବା ଉଚିତ । ଭାରତ ସହ ସୁସମ୍ପର୍କ ରଖିବା ପାଇଁ ଆମେ ଚେଷ୍ଟା କରିବୁ ହେଲେ ଏହି ପ୍ରସଙ୍ଗ ସମାଧାନ ନହେବା ଯାଏଁ ଶାନ୍ତି କଥାବାର୍ତ୍ତା ସମ୍ଭବ ନୁହେଁ । ଜାମୁ କାଶ୍ମୀର ଭାରତ ସହ ଥିଲା, ରହିଛି ଏବଂ ରହିବ ବୋଲି ଭାରତ କହି ଆସୁଥିବା ବେଳେ ପାକିସ୍ତାନ ଏହାକୁ ଏକ ଆନ୍ତର୍ଜାତିକ ପ୍ରସଙ୍ଗ କରିବାକୁ ଚାହୁଁଛି ।

ହେଲେ ଏଥିରେ ସଫଳ ହୋଇ ପାରିନାହିଁ । ୨୦୦୮ ରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ବନ୍ଦ ରହିଛି । ସେପଟେ ଏବେ ଇମ୍ରାନ ଖାନ ବଦଳରେ ରାତି ୮ଟାରେ ଶପଥ ନେବେ ଶେହବାଜ ଶରିଫ । ପାକିସ୍ତାନରେ ଅନେକ ଦିନ ଧରି ରାଜନୈତିକ ଅଶାନ୍ତି ଲାଗି ରହିଥିଲା ।

ବିପକ୍ଷ ଦଳ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିରୋଧରେ ଅନାସ୍ଥା ପ୍ରସ୍ତାବ ରଖି ତାଙ୍କୁ ଗାଦି ଛାଡିବା ପାଇଁ ବାଧ୍ୟ କରିଥିଲେ । ନିଜକୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ସେ ବିଫଳ ହୋଇଛନ୍ତି । ପାକିସ୍ତାନର ପ୍ରଥମ ପ୍ରଧାନମତ୍ରୀ ଯିଏ କି ଅନାସ୍ଥା ପ୍ରସ୍ତାବ ଭୋଟରେ ହାରି ଯାଇଛନ୍ତି । ଇମ୍ରାନ ଖାନଙ୍କ ପରିବର୍ତ୍ତେ ବର୍ତ୍ତମାନ ପାକିସ୍ତାନର ଶାସନ ଗାଦି ସମ୍ଭାଳିବାକୁ ଯାଉଛନ୍ତି ଶେହବାଜ ଶରିଫ ।

ଭାରତ ମଧ୍ୟ ଉଭୟ ଦେଶର ସମ୍ପର୍କ ଠିକ ରଖିବାକୁ ଆଶା ରଖିଥିବା ବେଳେ ଶେହବାଜଙ୍କ ଏହିଭଳି ଉକ୍ତି ନିହାତି ଭାବେ ଦର୍ଶାଉଛି କି ଆଗାମୀ କିଛି ବର୍ଷ ମଧ୍ୟରେ ବି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇପାରିବ ନାହିଁ । ତେବେ ଏହାକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।