ତକିଆ ତଳେ କଉଡି ସ୍ଵାମୀ ସ୍ତ୍ରୀ ପାଇଁ କେଉଁ ଲାଭ ହୋଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ ଅନୁଚିନ୍ତା

ଆମ ଜୀବନକୁ ସୁଖମୟ କରିବା ପାଇଁ ଆସନ୍ତୁ ଜାଣିବା ଶାସ୍ତ୍ରଲିଖିତ କେତେକ ଅନୁଚିନ୍ତା ବିଷୟରେ । ଘରର ଅଗ୍ନିକୋଣରେ ଅର୍ଥାତ ଦକ୍ଷିଣ-ପୂର୍ବ କୋଣରେ ସ୍ଵାମୀ ସ୍ତ୍ରୀ କେବେବି ଶୋଇବା ଉଚିତ ନୁହେଁ, ଏହାଦ୍ବାରା ଦୁହିଁଙ୍କ ମଧ୍ୟରେ ବିବାଦ ଏବଂ ଅଶାନ୍ତି ଦେଖା ଦେଇଥାଏ । ଘରର ଦକ୍ଷିଣ ଦିଗରେ ଯଦି ଝରକା ରହିଥାଏ ତେବେ ଅଧିକାଂଶ ସମୟ ତାହା ବନ୍ଦ ରଖିବା ଉଚିତ, ଏହାଦ୍ବାରା କୌଣସି କାରଣରୁ ବିବାଦ ଦେଖା ଦେଇଥାଏ ।

ଶୋଇବା ଘରେ କବାଟରୁ କିମ୍ବା ଖଟରୁ କେବେବି ଶବ୍ଦ ବାହାରିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ବିଭିନ୍ନ ସମସ୍ଯା ଦେଖା ଦେଇଥାଏ । ଶୋଇବା ଘରେ ଖଟ ଏପରି ପକାଇବା ଉଚିତ ଯେପରି ଶୋଇବା ସମୟରେ ମୁଣ୍ଡ ଦକ୍ଷିଣ ଦିଗକୁ ରହିବ ଏହାଦ୍ବାରା ଭଲ ନିଦ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ନବ ବିବାହିତା ଦମ୍ପତ୍ତି କେବେବି ଶୋଇବା ଘରର ଦ୍ଵାରା ସମୁଖରେ ଖଟ ପକାଇବା ଉଚିତ ନୁହେଁ ଏବଂ ଝରକାରେ ପରଦା ଲଗାଇବା ଉଚିତ, ଏହା ଶୁଭପ୍ରଦ ହୋଇଥାଏ ।

ଘରର ବାୟବ କୋଣରେ ଅର୍ଥାତ ଉତ୍ତର-ପଶ୍ଚିମ କୋଣରେ ନବ ବିବାହିତା ଦମ୍ପତ୍ତିଙ୍କ ପାଇଁ ଶୟନକକ୍ଷ କରିବା ଉଚିତ, ଯଦ୍ୱାରା ସେମାନଙ୍କ ଭିତରେ ସମ୍ପର୍କ ନିବିଡ ହୋଇଥାଏ । ସ୍ଵାମୀ ସ୍ତ୍ରୀ ଶୋଇବା ଅଘରେ କେବେବି ମୃତ ବ୍ୟକ୍ତିଙ୍କ ଫଟୋ କିମ୍ବା ବୟସ୍କ ଲୋକଙ୍କ ଫଟୋ ଲଗାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ।

ଶୋଇବା ଘରେ କେବେବି ଠାକୁରଙ୍କୁ ରଖି ପୂଜା କରିବା ଉଚିତ ନୁହେଁ, ଏହାଦ୍ବାରା ଭୟଙ୍କର ସମସ୍ଯା ଦେଖାଦିଏ ଏବଂ ବୈବାହିକ ଜୀବନ ଉପରେ ପ୍ରଭାବ ପଡିଥାଏ । ଘରର ଐଶାନ୍ୟ କୋଣ ସଫା ରଖିବା ସହିତ ପାଣିପାତ୍ର କିମ୍ବା ପିଇବା ପାଣି ରଖିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ ବୈବାହିକ ଜୀବନରେ ସୁଖ ପ୍ରାପ୍ତି ହୋଇଥାଏ । ଯଦି ବୈବାହିକ ଜୀବନରେ କୌଣସି ସମସ୍ଯା ଦେଖା ଦେଇଥାଏ ତେବେ ଛୋଟ ପିଲାଙ୍କୁ ମିଠା ବାଣ୍ଟିବା ଦ୍ଵାରା ଏବଂ ସାତ ପ୍ରକାର ଦାନା ମିଶାଇ ପକ୍ଷୀମାନଙ୍କୁ ଖୁଆଇବା ଦ୍ଵାରା ଶୁଭପ୍ରଦ ହୋଇଥାଏ ।

ଘରର ବିମ୍ ତଳେ ଶୋଇବା ଖର ପକାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଭିତରେ ଦୂରତା ବୃଦ୍ଧି ହୋଇଥାଏ । ଶୋଇବା ସ୍ଥାନର ଛାତ୍ରରେ ଯଦି କୌଣସି ବିମ୍ ରହିଥାଏ ତେବେ ବିମରେ ଏକ ବାନ୍ଧି ଲଗାଇ କରି ରଖିବା ଦ୍ଵାରା ବାସ୍ତୁଦୋଷ ଦୂର ହୋଇଥାଏ ।

ଶୋଇବାରେ ଘରେ କେବେବି ଆଇନା ଲଗାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ଯଦି ଆଇନା ଥାଏ ତେବେ ଶୋଇବା ସମୟରେ ଢାଙ୍କିଦେବା ଦ୍ଵାରା ଶୁଭ ହୋଇଥାଏ । ଶୋଇବା ଘରେ ଫର୍ଣ୍ଣିଚର ଇତ୍ୟାଦି ଗୋଲାକାର କିମ୍ବା ଅର୍ଦ୍ଧ ଗୋଲାକାର ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ସ୍ଵାମୀ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ରହିବାର ସମ୍ଭାବନା ଦେଖା ଦେଇଥାଏ ।

ଯଦି ଆପଣଙ୍କ ସ୍ଵାମୀ କିମ୍ବା ସ୍ତ୍ରୀ ଅନ୍ୟ ଲୋକଙ୍କ ପ୍ରତି ଆକର୍ଷିତ ହୋଇ ପରିବାରରୁ ଅଲଗା ହେଉଥାନ୍ତି ତେବେ ଶୋଇବା ସମୟରେ ତାଙ୍କ ତକିଆ ତଳେ କଉଡି ରଖିବା ଦ୍ଵାରା ସମସ୍ଯା ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।