ଠାକୁର ପୂଜା ସମୟରେ ଆପଣଙ୍କ ଠାରେ ଏପରି କିଛି ସ୍ଵଭାବ ପରିଲକ୍ଷିତ ହେଉଛି କି ! କାହିଁକି ଏପରି ହୁଏ ଜାଣନ୍ତୁ ଏହା ପଛରେ ଥିବା ଆଧ୍ୟାତ୍ମିକ ମହତ୍ଵ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ପୃଥିବୀ ପୃଷ୍ଠରେ ସମସ୍ତ ହିନ୍ଦୁ ଧର୍ମର ଲୋକେ  ଭଗବାନଙ୍କର ଆସ୍ଥାକୁ ବିଶ୍ବାସ କରିଥାନ୍ତି । ଏହା ସହ ଘରେ ପୂଜା ପାଠ ମଧ୍ୟ କରିଥାନ୍ତି । ତେବେ ଆପଣ ମାନେ ପୂଜା ପାଠ କରିବା ସମୟରେ ଆପଣଙ୍କ ଦ୍ଵାରା ହୋଇଯାଉଥିବା କିଛି ଅସ୍ଵାଭାବିକ କ୍ରିୟାକଳାପକୁ କେବେ ଲକ୍ଷ କରିଛନ୍ତି । ଯେପରି ପୂଜା କରିବା ସମୟରେ ହଟାତ ନିଦ ଆସିବା, ହାଇ ଲାଗିବା ଓ ମନରେ ଅଜବ ପ୍ରକାର ଚିନ୍ତାଧାରା ଖେଳିଯିବା । ତେବେ ଏହି ସବୁ କଥା ପଛରେ ମଧ୍ୟ ଅନେକ କାରଣମାନ ଲୁଚି ରହିଛି ।

ଚାଲନ୍ତୁ ଏହା ଉପରେ ଆଜି ଆଲୋଚନା କରି ଜାଣିବା । ଯଦି ଠାକୁର ପୂଜା କରିବା ସମୟରେ ଆପଣଙ୍କ ଆଖିରୁ ଅଚାନକ ଲୁହ ବାହାରି ଆସିଥାଏ । ତେବେ ଏଠାରେ ଜାଣି ରଖନ୍ତୁ । ଆପଣଙ୍କ ଆତ୍ମା ସହ ଭଗବାନଙ୍କର ସଂଯୋଗ ଘଟିଛି । ତେଣୁ ଏହି ଶୁଭ ଅବସରରେ ଆପଣ ନିଜର ମନବାଞ୍ଛା ଭଗବାନଙ୍କ ନିକଟରେ ବିନା କୌଣସି ଦ୍ଵନ୍ଦ ରଖି କହି ଦିଅନ୍ତୁ । ଯଦି ଠାକୁର ପୂଜା କରିବା ସମୟରେ ଆପଣ ଜାଲିଥିବା ଦୀପ କିମ୍ବା ଆଳତୀର ଜ୍ୱୋତି ତେଜ ହୋଇଯାଇଥାଏ ।

ତେବେ ଏଠାରେ ଆପଣ ଜାଣି ରଖନ୍ତୁ । ଯେ ଆପଣଙ୍କ ପୂଜା ଭଗବାନ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି । ଯେଉଁ କାରଣରୁ ସେ ଆପଣଙ୍କୁ ଏପରି କିଛି ସଂକେତ ଦ୍ଵାରା ଈଷାରା ଦେବା ପାଇଁ ଚାହୁଁଛନ୍ତି । ଯଦି ପୂଜା କରିବା ସମୟରେ ଧୂପକାଠିର ଧୂଆଁ ଈଶ୍ଵର ମୁହାଁ ହୋଇଥାଏ । ତେବେ ଏହି ପୂଜା ଭଗବାନ ଆପଣଙ୍କ ଠାରୁ ସ୍ଵୀକାର କରିଛନ୍ତି । ଆପଣ ପୂଜା କରିବା ସମୟରେ ଠାକୁରଙ୍କ ଠାରେ ଚଢାଇଥିବା ଫୁଲ ଯଦି ଆପଣଙ୍କ ପାଖରେ ଖସିକି ଆସି ପଡିଥାଏ । ତେବେ ଏହା ମଧ୍ୟ ଶୁଭ ସଂକେତ ଅଟେ ।

ଘର ଦ୍ଵାର ମୁହଁକୁ ସକାଳୁ ସକାଳୁ ଅର୍ଥାତ ପୂଜା କରିବା ସମୟରେ ଯଦି କୌଣସି ଗାଈ ଆସି ପହଞ୍ଚି ଯାଇଥାଏ । ତେବେ ଏହା ଠାରୁ ବଡ ଶୁଭ କଥା ଆଉ ବା କ’ ଣ ହୋଇଥାଏ । କାରଣ ଗାଈ ହେଉଛନ୍ତି ଆମର ଗୋମାତା । ତେଣୁ ତାଙ୍କୁ କେବେ ମଧ୍ୟ ହତାଦର କରିବା ଉଚିତ ହୋଇନଥାଏ । ତେଣୁ ଆପଣ ଗାଈଙ୍କୁ କିଛି ଖୁଆଇ ହିଁ ସେଠାରୁ ବିଦା କରିବା ଉଚିତ ।

ଯଦି ଆପଣ ଠାକୁର ପୂଜା କରିବା ସମୟରେ ବାରମ୍ବାର ହାଇ ଲାଗି ନିଦ ମାଡି ଆସିଥାଏ । ଏହା ସହ ଠାକୁର ପୂଜା ପାଠରେ ମନ ନଲାଗି ମନରେ ଅନ୍ୟ ସବୁ କଥାମନ ଚାଲିଥାଏ । ତେବେ ଏଠାରେ ଆପଣ ପୂଜା କରିବା ସମୟରେ ମନରେ ନିଷ୍ଠାଭାବନା ରଖିନାହାନ୍ତି । ଯେଉଁ କାରଣରୁ ପୂଜା କରିବା ସମୟରେ ଭଗବାନଙ୍କ ସହ ଆପଣଙ୍କ ଆତ୍ମାର ସଂଯୋଗ ଘଟିପାରୁନାହିଁ ।

ତେଣୁ ଆପଣଙ୍କ ମନରୁ ସମସ୍ତ ଅଯଥା କଥାକୁ ବାହାର କରି ପୂଜା କରିବା ସମୟରେ ମନରେ ଏକାଗ୍ରତା ଆଣିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ