T20 WC 2022 ରେ Group of Death ରେ ରହିଛି ଟିମ୍ ଇଣ୍ଡିଆ ! ପୂର୍ବରୁ ସାଉଥ ଆଫ୍ରିକା ଓ ପାକିସ୍ତାନ ଭଳି ମଜବୁତ ଥିବା ବେଳେ ସାମିଲ ହେବେ ଏହି 2 ଖତରନାକ ଟିମ୍

ଚଳିତ ଟି-୨୦ ବିଶ୍ଵକପରେ “ଗ୍ରୁପ ଅଫ୍ ଡେଥ୍” ରେ ରହିଛି ଟିମ୍ ଇଣ୍ଡିଆ । ସୁପର-୧୨ରେ ପହଞ୍ଚିବା ବେଳକୁ ଏହି ଗ୍ରୁପ ଅଫ୍ ଡେଥ୍ ଆହୁରି ଖତରନାକ ହୋଇପାରେ, କାରଣ ଏଥିରେ ଆହୁରି ଦୁଇଟି ଶକ୍ତିଶାଳୀ ଟିମ୍ ସାମିଲ ହେବାକୁ ଯାଉଛନ୍ତି । ଏହି ଟର୍ମ ସାଧାରଣତଃ ଆଇସିସି ର କୌଣସି ବଡ ଟୁର୍ଣ୍ଣାମେଣ୍ଟରେ ଏହି ବ୍ୟବହାର କରାଯାଇଥାଏ । ଟୁର୍ଣ୍ଣାମେଣ୍ଟରେ ପ୍ରଥମରୁ ଦୁଇଟି ଗ୍ରୁପରେ ଟିମ୍ ଗୁଡିକୁ ରଖାଯାଇଥାଏ ।

ସେଥିରୁ ଗୋଟିଏ ଗ୍ରୁପରେ ସବୁ ମଜବୁତ ଟିମ୍ ରହିଥାନ୍ତି ଓ ସେମାନଙ୍କ ମଧ୍ୟରୁ ଦୁଇଟି ଟିମ୍ ଙ୍କୁ ଆଗକୁ ବଢିବାକୁ ହୋଇଥାଏ । ତେଣୁ ଏହି ଗ୍ରୁପର ଟିମ୍ ମାନଙ୍କ ମଧ୍ୟରେ କଡା ମୁକାବିଲା ହୋଇଥାଏ । ଆଉ ଏହି ଗ୍ରୁପ ଅଫ୍ ଡେଥ୍ ରେ ରହିଛି ଟିମ୍ ଇଣ୍ଡିଆ । ବିଶ୍ଵକପର ଗ୍ରୁପ-A ରେ ରହିଛନ୍ତି ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ।

ଅନ୍ୟ ଦୁଇ ଟିମ୍ A1 ଓ B2 କ୍ଵାଲିଫାଇଂ ରାଉଣ୍ଡରୁ ଆସିବେ । ଗ୍ରୁପ-B ତଥା ଯାହାକୁ ଗ୍ରୁପ ଅଫ୍ ଡେଥ୍ କୁହାଯାଉଛି ସେହି ଟିମରେ ରହିଛି, ବାଂଲାଦେଶ, ଇଣ୍ଡିଆ, ପାକିସ୍ତାନ, ସାଉଥ ଆଫ୍ରିକା ଏବଂ A2 ଓ B1 । କ୍ଵାଲିଫାଇଂ ଗ୍ରୁପ-A ରେ ରହିଛନ୍ତି ନେଦରଲ୍ୟାଣ୍ଡ, ନାମ୍ବିଆ, ଶ୍ରୀଲଙ୍କା ଓ ୟୁନାଇଟେଡ ଆରବ ଏମିରେଟ୍ସ ।

ଆଉ ଏଥିରୁ ଶ୍ରୀଲଙ୍କା ଇଣ୍ଡିଆ ଗ୍ରୁପରେ ଆସିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ବିଶ୍ଵକପରେ ଦୁଇଟି ମ୍ଯାଚ ହାରିସାରିଛି ଏହାର ଅର୍ଥ ନୁହେଁ କି ଶ୍ରୀଲଙ୍କା ଦୁର୍ବଳ ଟିମ୍ । କାରଣ ଗତ ଏସିଆ କପରେ ଇଣ୍ଡିଆ ଓ ପାକିସ୍ତାନ ଭଳି ମଜବୁତ ଟିମ୍ କୁ ଶ୍ରୀଲଙ୍କା ମାତ୍ ଦେଇ ସାରିଛି ।

ସେହିପରି କ୍ଵାଲିଫାଇଂ ଗ୍ରୁପ-B ରୁ ଯେଉଁ ଟିମ୍ ଇଣ୍ଡିଆ ଗ୍ରୁପରେ ସାମିଲ ହେବାର ସମ୍ଭାବନା ଅଧିକ ତାହା ହେଉଛି ୱେଷ୍ଟଇଣ୍ଡିଜ ଟିମ୍ ଭଳି ଖତରନାକ ଟିମ୍ । ଯିଏକି ପୂର୍ବରୁ ଦୁଇଥର ଟି-୨୦ ବିଶ୍ଵକପ୍ ଜିତି ସାରିଛି ।  କ୍ଵାଲିଫାଇଂ ଗ୍ରୁପ-B ରେ ୱେଷ୍ଟଇଣ୍ଡିଜ ସହ ଅଛନ୍ତି ସ୍କଟଲ୍ୟାଣ୍ଡ, ଜିମ୍ବାୱେ ଏବଂ ଆୟରଲ୍ୟାଣ୍ଡ ।

ଯଦି ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ ଟିମ୍ ଇଣ୍ଡିଆ ଥିବା ଗ୍ରୁପକୁ ଆସିଯିବେ ତେବେ ଆପଣ ଅନୁମାନ କରି ପାରୁଥିବେ ଏହା କେତେ ଖତରନାକ ଗ୍ରୁପ ହୋଇଯିବ। କାରଣ ଏହି ଟିମ୍ ରେ ଇଣ୍ଡିଆ ସମେତ ନ୍ପାକିସ୍ତାନ, ସାଉଥ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ଭଳି ଶକ୍ତିଶାଳୀ ଟିମ୍ ମାନେ ରହିବେ ।

ତେଣୁ ଏହି ଗ୍ରୁପକୁ ଗ୍ରୁପ ଅଫ୍ ଡେଥ୍ ବୋଲି କୁହାଯାଉଛି । ଏହି ୬ଟି ଟିମ୍ ରୁ ମାତ୍ର ଦୁଇଟି ଟିମ୍ ସେମିଫାଇନାଲକୁ ଯାଇପାରିବେ । ତେଣୁ ଟିମ୍ ଇଣ୍ଡିଆ ଯେଉଁ ୫ଟି ମ୍ଯାଚ ଖେଳିବାକୁ ଯାଉଛି ସେଥିରେ ତାକୁ କଡା ମୁକାବିଲାର ସାମ୍ନା କରିବାକୁ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।