ସ୍ୱପ୍ନ ରେ ନିଜର ବିବାହ ଦେଖିବା ର ଅର୍ଥ କଣ ହୋଇଥାଏ ? ଜାଣନ୍ତୁ ଏହା ଶୁଭ ନା ଅଶୁଭ- Swapna Shastra

ସ୍ୱପ୍ନ ସବୁ ମନୁଷ୍ୟ ଦେଖିଥାଏ । ସ୍ୱପ୍ନ ଅର୍ଥାତ ମନୁଷ୍ୟର ବାସ୍ତବରେ ଯାହା ଚିନ୍ତା କରିଥାଏ ତାକୁ ସେ ବେଳେ ବେଳେ ସ୍ୱପ୍ନରେ ଦେଖିଥାଏ । କିନ୍ତୁ ସ୍ୱପ୍ନ କଣ ସତ ଥାଏ ଏହା ଆମର କାଳ୍ପନିକ ଭାବନା ଥାଏ । ଆମେ ସ୍ୱପ୍ନରେ ବିବାହ ହେବାର ଦେଖିଥାଉ , ଆମର ବିବାହ କି ଅନ୍ୟର ବିବାହ । ବିବାହ ହେବାର ବା ବିବାହ ଭାଙ୍ଗିବାର । ବିବାହ କାର୍ଡ ଦେଖିବା କିମ୍ବା ବିବାହ ପାଇଁ ପ୍ରସ୍ତୁତି କରୁଥିବାର ଦେଖିଥାଉ । ଆଜି ଆମେ ଜାଣିବା ଏହି ସ୍ୱପ୍ନ ଆମ ଜୀବନ ରେ ଶହ ଫଳ ଦେଇଥାକି ଅଶୁଭ ଫଳ ଦେଇଥାଏ ।

ସ୍ଵପ୍ନରେ ବିବାହ ସମ୍ବନ୍ଧୀୟ କୌଣସି ଜିନିଷ ଦେଖିବା ଏକ ଅଶୁଭ ହୋଇନଥାଏ । ସ୍ୱପ୍ନରେ ନିଜର ବିବାହ ହେବାର ଦେଖୁଛନ୍ତି କି ବିବାହ ପାଇଁ ପ୍ରସ୍ତୁତି କରିବା , ବିବାହ କାର୍ଡ ଦେଖିବା । ଯଦି ଆପଣଙ୍କ ବିବାହ ହୋଇନାହିଁ ତେବେ ଏହି ସ୍ୱପ୍ନ ଦେଖିବାର ଅର୍ଥ ଆପଣ ଆଗାମୀ ଦିନରେ ମନ ପସନ୍ଦର ସ୍ଥାନରେ ବିବାହ ହୋଇପାରେ ।

କାମ କାର୍ଯ୍ୟ ବ୍ୟକ୍ତିଙ୍କର ଏହି ସ୍ୱପ୍ନ ଦେଖିବାର ବହୁତ ଅର୍ଥ ହୋଇଥାଏ । ଯଦି ଆପଣ କୌଣସି ଛାତ୍ର କିମ୍ବା କୌଣସି କଂପିଟିସନ ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ  ଏହି ଭଳି ସ୍ବପ୍ନ ଦେଖନ୍ତି ତେବେ ଆପଣଙ୍କ ମନୋସ୍କାକାମନା ପୁରାଣ ହେବ । ଆପଣ ଯଦି ବିବାହିତ ଏହି ସ୍ୱପ୍ନ ଦେଖିବାର ଅର୍ଥ କୌଣସି ନୂତନ କାର୍ଯ୍ୟରେ ସଫଳତା ମିଳିବ । ସ୍ୱପ୍ନରେ ନିଜ ବିବାହର କାର୍ଡ ଦେଖିବା କିମ୍ବା ବିବାହ ଠିକ ହେବାର ଦେଖିବାର ଅର୍ଥ ଆପଣଙ୍କୁ କୌଣସି ଶୁଭ ଖବର ମିଳିବ ।

ଯଦି ଆପଣ ବିବାହ କରିନାହାନ୍ତି କିନ୍ତୁ ବିବାହ ଭାଙ୍ଗିଯିବାର ସ୍ଵପ୍ନ ଦେଖୁଛନ୍ତି ତେବେ ଭୟ କରିବାର ନାହିଁ ଜଲ୍ଦି ହିଁ ସମୟ ଆପଣଙ୍କ ସପକ୍ଷରେ ଯିବ । ଏହାର ଅର୍ଥ ସମୟ ଅନୁସାରେ ସବୁ ଠିକ ଠାକ ହୋଇଯିବ । ସ୍ୱପ୍ନରେ ନିଜର ବିବାହ ଉତ୍ସବ ବା ବରଯାତ୍ରୀ ଦେଖିବା ଅର୍ଥ ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବାର ସମ୍ଭାବନା ଅଛି । ଆପଣ ସ୍ୱପ୍ନରେ ଯଦି ଅନ୍ୟ କାହାର ବିବାହ ଦେଖୁଛନ୍ତି ଏହାର ଅର୍ଥ ଆପଣ ନିଜ ଜୀବନରେ ଘଟିଥିବା ପୂର୍ବ ଘଟଣା କୁ ଭୁଲି ଯାଇ ନୂଆ ଭାବରେ ଜୀବନର ଖୁସିକୁ ଉପଭୋଗ କରିବେ ।

ପ୍ରେମୀ ଯୁଗଳ ଯଦି ଆରେଞ୍ଜ ବିବାହର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ବିବାହରେ ସମସ୍ୟା ଆସିପାରେ କିନ୍ତୁ ଆପଣ ଯଦି ନିଜ ପରିବାରକୁ ଠିକ ଭାବରେ ବୁଝା ଶୁଝା କରିପାରିବେ ତେବେ ସମସ୍ୟା ସମାଧାନ ହୋଇପାରେ । ଆପଣ ଯଦି ନିଜର ଆଉଥରେ ବିବାହ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ବୈବାହିକ ଜୀବନରେ ଦୃଢତା ଆସିବ ଓ ଜୀବନ ସାଥୀଙ୍କ ସମ୍ପର୍କ ଭଲ ରହିବ ।

ସ୍ୱପ୍ନରେ ଆପଣଙ୍କର ବିବାହ ନିର୍ବନ୍ଧ ହେବାର ଦେଖିବା ର ଅର୍ଥ ନିକଟ ଭବିଷ୍ୟତରେ ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ କିମ୍ବା କୌଣସି ଶୁଭ ଉତ୍ସବ ହୋଇପାରେ । ଯଦି ସ୍ୱପ୍ନରେ ନିର୍ବନ୍ଧ ଭାଙ୍ଗିବାର ଦେଖୁଛନ୍ତି ତେବେ ଆପଣ ଯେଉଁ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ଭଲ ଭାବରେ ଚିନ୍ତା କରି କରନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।