ସମୟ ଥାଇ ବଦଳାଇ ଦିଅନ୍ତୁ ନିଜର ଏହି 7 ଅଭ୍ଯାସ, ନ ହେଲେ ସାରା ଜୀବନ କାନ୍ଦୁଥିବେ- Krishna Vani

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଲୋକମାନେ ବହୁତ ଭାବରେ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ହିନ୍ଦୁ ଧର୍ମ ର ଲୋକ ମାନଙ୍କ ପାଇଁ ଶାସ୍ତ୍ର ର ବହୁତ ମହତ୍ୱ ରହିଛି । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ରଚିତ ଶ୍ରୀମଦ ଭଗବତ ଗୀତା କୁ ହିନ୍ଦୁ ଧର୍ମ ର ମୁଖ୍ୟ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଇଥାଏ ।

ଦୁନିଆ ରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ଏହି ଭଗବତ ଗୀତା ରେ ନ ଥିବ । ମନୁଷ୍ୟ ର ସାମାଜିକ ଜୀବନ କଥା ଵସ୍ତୁ କୁ ନେଇ ଭଗବତ ଗୀତା ରଚନା କରାଯାଇଛି । ଏଠି ରେ ମନୁଷ୍ୟ ଜୀବନ ର ପ୍ରତି ଟି କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ମନୁଷ୍ୟ ମଧ୍ୟରେ ଏପରି କିଛି ଗୁଣ ରହିଛି ଯାହା ତାକୁ ବହୁତ ଉତ୍ତମ ବ୍ୟକ୍ତି ଭାବରେ ପରିଚିତ କରି ପାରିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଗୁଣ ଗୁଡିକ ବିଷୟ ରେ ।

ମନୁଷ୍ୟ ସବୁବେଳେ ନିଜ ଠାରୁ ନିଚ୍ଚ ଲୋକ ମାନଙ୍କୁ ପରିହାସ କରିଥାଏ । ଯେଉଁ ମାନଙ୍କ ପାଖ ରେ ବହୁତ ଧନ ରହିଥାଏ ସେମାନେ ଗରିବ ଲୋକଙ୍କୁ ଘୃଣା କରିଥାନ୍ତି । ସେମାନେ ଭାବିଥାନ୍ତି କି ତାଙ୍କ ଠାରୁ ବଡ଼ ଏହି ଦୁନିଆ ରେ ଆଉ କେହି ନାହାନ୍ତି । କିନ୍ତୁ ସେମାନେ ଜାଣି ରଖିବା ଉଚିତ କି ଦୁନିଆ ରେ ଯିଏ ସମସ୍ତଙ୍କ ଠାରୁ ବଡ଼ ସେ ହେଉଛି ସମୟ । ସମୟ ସବୁବେଳେ ପରିବର୍ତ୍ତନ ହୋଇଥାଏ । ତେଣୁ ଯେଉଁ ଲୋକଙ୍କ ର ଆପଣ ଆଜି ପରିହାସ କରୁଛନ୍ତି ହୁଏ ତ ସେ ହିଁ ଦିନେ ଧନୀ ହୋଇ ଆପଣଙ୍କ ର ପରିହାସ କରିପାରେ । ତେଣୁ କେବେ କାହାର ପରିହାସ କରିବା ଉଚିତ ନୁହେଁ ।

ଗର୍ବ, ଅହଂକାର, କ୍ରୋଧ ଏହି ତିନୋଟି ଜିନିଷ ଶୁଣି ବାକୁ ପ୍ରାୟତଃ ଏକା ଭଳି ଲାଗିଥାଏ । କିନ୍ତୁ ଏହାର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ ଏବଂ ଏହାର ପରିଣାମ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଏହା ପ୍ରେମ ରୁ ଆରମ୍ଭ ହୋଇଥାଏ । ଅର୍ଥାତ ନିଜକୁ ନିଜେ ପ୍ରେମ କରିବା । ମନୁଷ୍ୟ ନିଜର ପରିଶ୍ରମ କରି ଅର୍ଥ ରୋଜଗାର କରିଥାଏ ସେହି ଅର୍ଥ ରୁ ତାହାର ଗର୍ବ ଜାତ ହୋଇଥାଏ । ଏହା ପରେ ମନୁଷ୍ୟ ମନ ରେ କ୍ରୋଧ ଜନ୍ମ ନେଇଥାଏ କିନ୍ତୁ ଏହି ପର୍ଯ୍ୟନ୍ତ ହିଁ ରହିବା ଉଚିତ କାରଣ ଅହଂକାର ଯଦି ଆପଣଙ୍କ ମନ ରେ ଥରେ ଜନ୍ମ ନେଇଯାଏ ତେବେ ଏହାର ପରିଣାମ ମଧ୍ୟ ବହୁତ ଖରାପ ହୋଇଥାଏ । ତେଣୁ କେବେ ହେଲେ ମଧ୍ୟ ମନ ରେ ଅଂହକାର ଭାବ ଆଣିବା ଉଚିତ ନୁହେଁ ।

ମନୁଷ୍ୟ କୁ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ଭାବ ରେ ବିବେଚନା କରାଯାଇଥାଏ । ଭଗବାନ ଆମ ଶରୀର ରେ ଅନେକ ଅଙ୍ଗ ଦେଇଛନ୍ତି ଯାହାଦ୍ୱାରା ଆମେ ଅନେକ ପ୍ରକାର କାର୍ଯ୍ୟ କରିଥାଉ । ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ ଭିନ୍ନ ଭିନ୍ନ ଅଙ୍ଗ ଭଗବାନ ଆମକୁ ଦେଇଛନ୍ତି । ଏହାର ସଠିକ ବ୍ୟବହାର କରିବା ମଧ୍ୟ ଉଚିତ । ଯଦି ଆମେ ଏହାର ସଠିକ ବ୍ୟବହାର ନ କରିବା ତେବେ ଏହାର ଶେଷ ପରିଣାମ ମଧ୍ୟ ବହୁତ ଖରାପ ହୋଇଥାଏ ।

ବନ୍ଧୁଗଣ ଭଗବାନ ଆମକୁ ଦୁଇଟି ଆଖି, ଦୁଇଟି କାନ, ଦୁଇଟି ହାତ, ଦୁଇଟି ଗୋଡ଼ ଦେଇଛନ୍ତି କିନ୍ତୁ କେବଳ ଗୋଟିଏ ପାଟି କଣ ପାଇଁ ଦେଇଛନ୍ତି ? ତାହା କେବେ ଆପଣ ଭାବିଛନ୍ତି କି । ଏହାର କାରଣ ହେଉଛି ଆମକୁ ସବୁବେଳେ କମ କଥା କହିବା ଉଚିତ କାରଣ ଅଧିକ କଥା କହିବା ଦ୍ୱାରା ଆମର ନାଶ ହୋଇଥାଏ । ତେଣୁ ସବୁବେଳେ କମ କଥା କହିବାକୁ ଚେଷ୍ଟା କରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।