Weight Loss ପାଇଁ ଆପଣାନ୍ତୁ ସକାଳର 6 ଟି ଅଭ୍ଯାସ, ମାତ୍ର ମାସକ ମଧ୍ୟରେ ହେଇଯିବେ ଫିଟ ଆଉ ଫାଇନ- Health Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଓଜନ ହଟାଇବାର ଅଛି କିନ୍ତୁ ଡାଏଟ ଏବଂ ଯୋଗ ପାଇଁ ସମୟ ନାହିଁ ତାହା ଆମକୁ ବହୁତ କଷ୍ଟ ଲାଗିଥାଏ । ସକାଳୁ ପରଠା ଖାଇବାର ଅଛି ଆମେ ବନେଇ ଦେଉ କିନ୍ତୁ ଯେତେବେଳେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାର ଥାଏ ଯେମିତି ଦଲିଆ କିମ୍ବା ସନ୍ତୁଳା ସେତେବେଳେ ତାହା ବନାଇବା ପାଇଁ ଆମକୁ ବହୁତ କଷ୍ଟ ଲାଗିଥାଏ । ସବୁବେଳେ ତ ଆମେ କାମ ରେ ବାହାରେ ରହିଥାଉ ତେବେ ଓଜନ ହଟାଇବା ପାଇଁ ଆମ ପାଖରେ ସମୟ ନ ଥାଏ ।

ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଉପାୟ କହିବୁ ଯାହାକୁ ସକାଳୁ ଉଠି କରିବା ଦ୍ବାରା ଆପଣଙ୍କ ର ଓଜନ ହ୍ରାସ ଘଟିଥାଏ । ଏହା କେବଳ ଆପଣଙ୍କ ଓଜନ ନୁହେଁ ବରଂ ଇମ୍ୟୁନିଟି ଶକ୍ତି ବଢ଼ିଥାଏ , ପ୍ରତ୍ୟେକ କଥା ରେ ଧ୍ୟାନ ଦେବା ଶକ୍ତି ମଧ୍ୟ ବଢ଼ିଥାଏ , ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା କୁ ଉନତ ଧରଣ ର କରିଥାଏ । ଆପଣଙ୍କ ଦିନ ର ଆରମ୍ଭ ଉଷୁମ ପାଣି ରୁ କରନ୍ତୁ । ସକାଳୁ ଉଠିବା ମାତ୍ରେ ପାଣି କୁ ଟିକେ ଉଷୁମ କରି ଗୋଟେ ଜାଗା ରେ ବସି ଧୀରେ ଧୀରେ ପିଅନ୍ତୁ । ଏହା ଆପଣଙ୍କ ଓଜନ ହଟାଇବାରେ ସାହାଯ୍ୟ କରିଥାଏ ।

ଆପଣ ସକାଳୁ ଚା ପିଇବା ଜାଗାରେ ମହୁ , ଲେମ୍ବୁ ପକାଇ ପାଣି ପିଅନ୍ତୁ । ଗୋଟେ ଗ୍ଲାସ ଉଷୁମ ପାଣି ରେ ଫାଳେ ଲେମ୍ବୁ ଏବଂ ଗୋଟେ ଚାମଚ ମହୁ ମିଶାଇ ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ର ହଜମ ଶକ୍ତି ବଢ଼ିଥାଏ ଏବଂ ଓଜନ କମାଇବାରେ ବି ସାହାଯ୍ୟ କରିଥାଏ । ଚା ତ ଆପଣ ସବୁବେଳେ ପାଇଯିବେ କିନ୍ତୁ ଆପଣ ଦିନକୁ ଥରେ ଏହାକୁ ପିଅନ୍ତୁ ।

ସକାଳୁ ଉଠିବା ପରେ ଟିକେ ସୂର୍ଯ୍ୟ କିରଣ ଗ୍ରହଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ର ଶରୀର ସୁସ୍ଥ ରହିଥାଏ । ଆପଣଙ୍କ ଘରକୁ ଯଦି ସୂର୍ଯ୍ୟ କିରଣ ପଡୁଛି ତେବେ ସେହିଠାରେ ଆପଣ କିଛି ସମୟ ଯୋଗ କରନ୍ତୁ । ନହେଲେ ଖରା ରେ କିଛି ସମୟ ବସନ୍ତୁ ।

ସକାଳୁ ଅଧ ଘଣ୍ଟା ନିଶ୍ଚିତ ଭାବରେ ଚାଲନ୍ତୁ । ସକାଳୁ ଚାଲିବା ଦ୍ବାରା ଆପଣଙ୍କ ର ଅନେକ ପ୍ରକାର ଫାଇଦା ମିଳିଥାଏ । ସକାଳୁ ଚାଲିବା ରେ ଯେଉଁ ଉପକାର ମିଳିଥାଏ ତାହା ସନ୍ଧ୍ୟା ବେଳେ ମିଳି ନଥାଏ । ତେଣୁ ସବୁଦିନ ଆପଣଙ୍କ ରୁଟିନ ରେ ଚାଲିବା ଟା ରଖନ୍ତୁ । ଯଦି ଆପଣଙ୍କୁ ଏକା ଚାଲିବାକୁ ଭଲ ଲାଗୁନି ତେବେ ଆପଣ ଆପଣଙ୍କ ସାଥି ଙ୍କ ସହ ଯାଇପାରିବେ ।

ଆପଣଙ୍କ ସକାଳ ର ଖାଇବା କୁ ଠିକ ରଖନ୍ତୁ । କିଛି ନ ଖାଇବା ଟା ସମାଧାନ ହୋଇ ନ ଥାଏ । ତେଣୁ ଆପଣ ସକାଳ ଖାଇବା ଟା ପ୍ରୋଟିନ ଯୁକ୍ତ ଖାଆନ୍ତୁ । ଯେପରିକି ଦଲିଆ , ସଂତୁଳା କାଜୁ ଆଦି । ଆପଣ ଯେତେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇପାରିବେ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ ଭଲ ହୋଇଥାଏ ।

ଆପଣ ଧ୍ୟାନ ଦିଅନ୍ତୁ ଯେ ପ୍ରତିଦିନ ଆପଣ କେତେ କ୍ୟାଲୋରିଜ଼ ର ଖାଦ୍ୟ ଖାଉଛନ୍ତି । ଆପଣଙ୍କ ଖାଇବା ପ୍ରତି ସବୁବେଳେ ଦୃଷ୍ଟି ରଖିଥିବେ । ଆପଣ ଯାହା ଖାଉଛନ୍ତି ତାହା ଆପଣଙ୍କ ପାଇଁ ଠିକ କିମ୍ବା ଭୁଲ ତାହା ପ୍ରତି ସବୁବେଳେ ଧ୍ୟାନ ରଖନ୍ତୁ । ଯଦି ଆପଣ ସକାଳେ ବହୁତ ଅଧିକ ଖାଇଦେଇଛନ୍ତି ଏବଂ ଚା ରେ ଚିନି ପକେଇ ପିଇଛନ୍ତି ତେବେ ତା ପରଠୁ ଯେମିତି କମ ଏବଂ ବିନା ଚିନି ରେ ଖାଇବେ ତା ପ୍ରତି ଧ୍ୟାନ ରଖନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।