ସ୍ଵପ୍ନରେ ଭଗବାନ ଦର୍ଶନ ଦେବା ଦ୍ଵାରା ମିଳିଥାଏ ଏହି ବଡ ସଙ୍କେତ- Swapna Shastra

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ମଣିଷ ଶୋଇବା ସମୟରେ ବିଭିନ୍ନ ପ୍ରକାର ସ୍ୱପ୍ନ ଦେଖୁଥାଏ । ପ୍ରତିଟି ମଣିଷ ଜୀବନରେ ତାଙ୍କର ଇଷ୍ଟ ଦେବ ବା ଇଷ୍ଟ ଦେବୀ ଥାନ୍ତି । ତେବେ ଆପଣଙ୍କ ସ୍ବପ୍ନ ରେ କେବେ ଈଶ୍ୱର ଙ୍କ ଦର୍ଶନ ହୋଇଛି କିମ୍ବା ଆପଣ ଯେଉଁ ଆପଣଙ୍କ ଇଷ୍ଟ ଦେବାଦେବୀ ଙ୍କୁ ପୂଜା କରନ୍ତି ସେ କେବେ ଆପଣଙ୍କ ସ୍ଵପ୍ନ ରେ ଆସିଛନ୍ତି । ଯଦି ଆସିଛନ୍ତି ତେବେ ନିଶ୍ଚିତ ଭାବନ୍ତୁ । ଆଜି ଆମେ ଜାଣିବା ଈଶ୍ୱର ଙ୍କର ସ୍ଵପ୍ନ ରେ ଆସିବା ଫଳରେ ଆମର କଣ ଲାଭ ହୋଇଥାଏ ।

ଆଉ ମନୁଷ୍ୟ ଙ୍କୁ ଏମିତି ସ୍ଵପ୍ନ ଆସିବା ପଶ୍ଚାତ୍ ସେମାନଙ୍କୁ କଣ କରିବା ଉଚିତ । ବନ୍ଧୁଗଣ କୁହାଯାଏ କି ଆମେ ଆମ ସ୍ଵପ୍ନ ରେ ଆମ ଇଚ୍ଛା କୁ ଦେଖିଥାଉ । ଆମେ କଣ ସ୍ଵପ୍ନ ଦେଖିବା ତାହା ଆମ ଚିନ୍ତା ଉପରେ ନିର୍ଭର କରିଥାଏ ।

ଆମ ସ୍ଵପ୍ନ କେବେ କେବେ ଖୁବ ନିରନ୍ତର ହୋଇଥାଏ । ତ କେବେ କେବେ ସାକ୍ଷାତ ଦେବାଦେବୀ ଆମ ସ୍ଵପ୍ନ ରେ ଆସିଥାନ୍ତି କିମ୍ବା କିଛି ସନ୍ଦେଶ ଦେଇଥାନ୍ତି । ଆମ ପ୍ରାଚୀନ କାଳ , ଓ ଗ୍ରନ୍ଥ ରେ ମଧ୍ୟ ସ୍ଵପ୍ନ କୁ ମହତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ଏବଂ ସ୍ଵପ୍ନ ରେ ଅଲଗା ଅଲଗା ଜିନିଷ ଦେଖିବାର ଅଲଗା ଅଲଗା ଅର୍ଥ ମଧ୍ୟ କୁହାଯାଇଛି । ରୁକ ବେଦ ଏବଂ ଅର୍ଥଵ ବେଦ ରେ ମଧ୍ୟ ଆମେ ସ୍ଵପ୍ନ ଦେଖିବା ବିଷୟରେ ଏବଂ ତା କାଳ ବିଷୟରେ ବର୍ଣ୍ଣିତ ଅଛି ।

କେଉଁଠି ସ୍ଵପ୍ନ କୁ ଭୁଲ ମନା ଯାଉଥିବା ବେଳେ ଏଥିରେ ସ୍ଵପ୍ନ କୁ ଭଗବାନ ଙ୍କର ଆଗ ପାଇଁ ପୂର୍ବଭାଷ ବୋଲି କୁହାଯାଇଥାଏ । ଆମେ ଭଗବାନ ଙ୍କୁ ସେତେବେଳେ ଡାକୁ ଯେତେବେଳେ ଆମେ ବହୁତ ଅସୁବିଧା ରେ ପଡ଼ିଥାଉ ଏବଂ ସେତେବେଳେ ଆମେ ଈଶ୍ୱର ଙ୍କୁ ବିଭିନ୍ନ ମନ୍ଦିର ମନ୍ଦିର ବୁଲି ଡାକିଥାଉ । ତାପରେ ମଧ୍ୟ ଆମେ ଟିକେ ଈଶ୍ୱର ଙ୍କର ଦର୍ଶନ ପାଇଁ ଚାହିଁଥାଉ ଓ ଭଗବାନ ଙ୍କୁ ଡାକିଥାଉ । ଯାହାକି ଅସମ୍ଭବ । ଆପଣଙ୍କ ସ୍ଵପ୍ନ ରେ ଗଛ , ପଶୁ ପକ୍ଷୀ , ମନ୍ଦିର ଆପଣଙ୍କ ନିଜ ଲୋକ ବଡ ଲୋକଙ୍କର ବି ଦର୍ଶନ ଆସିଯାଇଥାଏ ।

କିନ୍ତୁ କେବେ ଦେବତାଙ୍କର ଦର୍ଶନ ଆସିନଥାଏ । ଆମକୁ ମନ୍ଦିର , ମନ୍ଦିର ର ପୂଜା , ଫୁଲ , ଲୋକ ସବୁ ଦେଖାଯାଇଥାଏ ହେଲେ କେବଳ ଭଗବାନ ଙ୍କୁ ଛାଡିକି । କାରଣ ଭଗବାନ ଙ୍କୁ ଦେଖିବା ଏତେ ସହଜ ନୁହେଁ । ନିଜର ସତଭାବନା ଏବଂ ଭଲ ପୂଜା ଦ୍ବାରା ଭଗବାନ ଙ୍କୁ ଖୁସି ତ କରିଦେଇପାରିବା । ହେଲେ ତାଙ୍କର ଦର୍ଶନ ପାଇପାରିବା ନାହିଁ । ଆଉ ଯଦି ଦର୍ଶନ ଦିଅନ୍ତି ତେବେ ଆମ ପାପ ର ଅନ୍ତ ଘଟିଥାଏ । ଏବଂ ଦର୍ଶନ ର ସଙ୍ଗେ ସଙ୍ଗେ ହିଁ ଭଗବାନ ଚାଲିଯାଇଥାନ୍ତି ।

ଭଗବାନ ଙ୍କର ଦର୍ଶନ ନିମନ୍ତେ ସେଥିପାଇଁ କାଳ କାଳ ରୁ ନାନା ଜପ ତପ , ପୂଜାପାଠ ଆଦି ହେଇଆସୁଛି କେବଳ ଭଗବାନ ଙ୍କର ଦର୍ଶନ ପାଇଁ । ମହାଭାରତ , ରାମାୟଣ , ଆଦି ସବୁ ପ୍ରାଚୀନ ଗ୍ରନ୍ଥ ରେ ମଧ୍ୟ ଏହି ତପସ୍ୟା ବିଷୟରେ ଉଲ୍ଲେଖ ହୋଇରହିଛି । ଯେଉଁଥିରେ କି ଭଗବାନ ଙ୍କୁ ପ୍ରସନ୍ନ କରିବା ବିଷୟରେ ଏବଂ ବର ଦେବା ବିଷୟରେ ଉଲ୍ଲେଖ ହୋଇଅଛି । ଯାହାକୁ ତପସ୍ୟା କୁହାଯାଏ । କିନ୍ତୁ ଏହି ତପସ୍ୟା ଏତେ ସହଜ ହୋଇନଥାଏ । ଏହା ପାଇଁ ବର୍ଷ ବର୍ଷ ଓ ଜୀବନ , ଜୀବନ ପାଇଁ ମଧ୍ୟ କରିବାକୁ ପଡିଥାଏ ।

ଭଗବାନ କେତୋଟି ଏମିତି କଥାରେ ପ୍ରସନ୍ନ ହୋଇ ଦର୍ଶନ ଦେଇଦେଇଥାନ୍ତି । ନ ହଲେ କାଳ କାଳ ଧରି ତପସ୍ୟା କଲେ ମଧ୍ୟ ଭଗବାନ ଙ୍କର ଦର୍ଶନ ମିଳିନଥାଏ । ଭଗବାନ ଙ୍କର ଦର୍ଶନ ମିଳିବା ଏତେ ସହଜ ନୁହେଁ । ଯଦି ବି ଭଗବାନ ଆପଣଂକୁ ଦର୍ଶନ ଦେଉଛନ୍ତି ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କର ବହୁତ ଭଲ ସମୟ ଆସିବାକୁ ଯାଉଛି । ଆପଣଙ୍କ ଘରେ ଥିବା ସମସ୍ତ ଅଭାବ ଅନଟନ ର ସମାପ୍ତ ହେବାକୁ ଯାଉଛି । ଆପଣ ବୁଝି ଯାଆନ୍ତୁ ଯେ ଭଗବାନ ଆପଣଙ୍କ ଉପରେ ବହୁତ ଖୁସି ଅଛନ୍ତି । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କ ମତାମତ ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ । ଧନ୍ୟବାଦ