ପବିତ୍ର ଶାମ୍ବ ଦଶମୀ ରେ ନିଶ୍ଚୟ କରନ୍ତୁ ଏହି 4 ଟି କାମ, ମାତା ଲକ୍ଷ୍ମୀ ଙ୍କ କୃପାରୁ ଘରେ ହେବ ଧନବର୍ଷା

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ମହତ୍ତ୍ୱ ବହୁତ ରହିଛି।ଯଦି ଆମେ ଶାସ୍ତ୍ର ରେ ଲିଖିତ ସମସ୍ତ କଥା କୁ ମାନି ଚଳିବା ତେବେ ଆମ ଜୀବନରେକୌଣସି ପ୍ରକାର ବାଧା ବିଘ୍ନ ଦେଖା ଯାଇ ନ ଥାଏ।କିନ୍ତୁ ଆମେ ଯଦି ଶାସ୍ତ୍ର ର ବିପରୀତ ଦିଗ ରେ ଯିବା ତେବେ ଆମେ ଆମ ଜୀବନ ରେ କୌଣସି କାର୍ଯ୍ୟ ରେ ମଧ୍ୟ ସଫଳତା ହାସଲ କରିପାରିବା ନାହିଁ।ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରାୟ ସମସ୍ତ କଥା ସତ୍ୟ ହୋଇଥାଏ ଏହା ପ୍ରମାଣିତ ମଧ୍ୟ ହୋଇସାରିଛି।ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ।

ତେବେ ବନ୍ଧୁଗଣ ଆମ ଶାସ୍ତ୍ର ରେ ଆମ ଜୀବନ ର ପ୍ରତ୍ୟେକ ଟି କଥା ଲେଖା ହୋଇ ରହିଛି।ବନ୍ଧୁଗଣ ଏପରି କିଛି ଦିନ ଆସିଥାଏ ଯାହା ଆମ ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ନେଇ କରି ଆସିଥାଏ।କିନ୍ତୁ ଏହି ଦିନ ଗୁଡିକ ରେ ଆମକୁ କିଛି କରିବାକୁ ପଡିଥାଏ।ଠିକ ସେହିପରି ଏହି ବର୍ଷ ଶାମ୍ବ ଦଶମୀ ରେ ମଧ୍ୟ ବହୁତ ଲୋକଙ୍କ ଭାଗ୍ୟ ରେ ଧନ ବର୍ଷା ହେବାକୁ ଯାଉଛି କିନ୍ତୁ ସେଥିପାଇଁ ଏହି ଦିନ କିଛି କରିବାକୁ ହେବ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ ସମ୍ପର୍କରେ।

ବନ୍ଧୁଗଣ ଜୀବନରେ ଧନ ଉପାର୍ଜନ କରିବାକୁ ହେଲେ ବହୁତ ପରିଶ୍ରମ କରିବାକୁ ପଡିଥାଏ।କିନ୍ତୁ କେବଳ କଠିନ ପରିଶ୍ରମ ଦ୍ୱାରା ହିଁ ଘରକୁ ଧନ ଆସିନଥାଏ।ଏଥିପାଇଁ କିଛି ଏପରି କାମ କରିବାକୁ ପଡିଥାଏ ଯାହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତେବେ ଏହି କାମ ଗୁଡିକୁ ଯଦି ପବିତ୍ର ଶାମ୍ବ ଦଶମୀ ଦିନ କରିବେ ତେବେ ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହେବେ ଓ ଆପଣଙ୍କ ଉପରେ ଧନ ର ବର୍ଷା କରିବେ।

ପ୍ରଥମତଃ ପବିତ୍ର ଶାମ୍ବ ଦଶମୀ ଦିନ ଆପଣଂକର ଘର ର ଦ୍ୱାରା ସମ୍ମୁଖ ରେ ସକାଳେ ଓ ସନ୍ଧ୍ୟା ରେ ଏକ ଘିଅ ର ଦୀପ ଜାଳନ୍ତୁ।ଏବଂ ଦୀପ ଜଳିଯିବା ପରେ ବଳକା ଘିଅ କୁ ନେଇ ଅଶ୍ୱତ୍ଥ ବୃକ୍ଷ ମୂଳ ରେ ଢାଳିଦିଅନ୍ତୁ।ଏହା ଦ୍ବାରା ମାଆ ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ଖୁସି ହେବେ ଓ ଆପଣଙ୍କ ଘରକୁ ପ୍ରବେଶ କରିବେ।ଯାହା ଦ୍ୱାରା ଆପଣଙ୍କ ଘରେ ଧନ ର ବର୍ଷା ହେବ ଓ ଆପଣଙ୍କ ପରିବାର ବହୁତ ଖୁସି ରେ ରହିବ।

 

ଦ୍ବିତୀୟତଃ ଆପଣ ମାନେ ନିଜର ଘର ର ଅଗଣା ରେ ତୁଳସୀ ଗଛ ଟିଏ ନିଶ୍ଚୟ ଲଗାନ୍ତୁ।ଏହା ଦ୍ବାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବଜାୟ ରହିବ ଓ ଘରକୁ ଧନ ର ଆଗମନ ମଧ୍ୟ ହେବ।

ତୃତୀୟ ରେ ଶାମ୍ବ ଦଶମୀ ଦିନ ପ୍ରାତଃ ସମୟ ରୁ ଉଠି ସୂର୍ଯ୍ୟ ଦେଵଃ ଙ୍କୁ ପୂଜା କରନ୍ତୁ।ସୂର୍ଯ୍ୟ ଦେଵଃ ଙ୍କୁ ପୂଜା କରିବା ସମୟ ରେ ଘିଅ ର ଦୀପ ଦ୍ୱାରା ପୂଜା କରନ୍ତୁ ଓ ସେହି ଦୀପ ରେ ଏକ ନାଲି ସୂତା ପକାଇ ଦିଅନ୍ତୁ।ଏହା ଦ୍ବାରା ସୂର୍ଯ୍ୟ ଦେଵଃ ଓ ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଘର ଧନ ରେ ପରିପୂର୍ଣ୍ଣ ହୋଇଯାଇଥାଏ। ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଫେରି ଆସିବ।

ଶାମ୍ବ ଦଶମୀ ହେଉଛି ବହୁତ ପବିତ୍ର ଦିନ ଏହି ଦିନ ଆପଣ ମାନେ ଦୁଃଖୀ ଏବଂ ଦରିଦ୍ର ମାନଙ୍କୁ ଦାନ କରନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଉପରେ ଧନ ଓ ସୁଖ ଶାନ୍ତି ର ବର୍ଷା କରିଥାନ୍ତି।ବନ୍ଧୁଗଣ ଆପଣ ଏହି ଶାମ୍ବ ଦଶମୀ ରେ ଏହି କାର୍ଯ୍ୟ କୁ ନିଶ୍ଚୟ କରନ୍ତୁ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।