Vastu Shastra- ସ୍ଵପ୍ନରେ ଭଗବାନଙ୍କୁ ଦର୍ଶନ କରିବା ଦ୍ଵାରା କଣ ହୋଇଥାଏ ?

ମନୁଷ୍ୟ ସୋଇଗଲା ପରେ କିଛି ସ୍ଵପ୍ନ ଦେଖିଥାଏ । ଏହି ସ୍ଵପ୍ନ ବେଳେ ବେଳେ ସତ ହୋଇଥାଏ । ମନୁଷ୍ୟ କୁ ସ୍ଵପ୍ନ ରେ ଭଗବାନ ବା ଦେବା ଦେବୀଙ୍କ ଦର୍ଶନ ହେଲେ କଣ ହୋଇଥାଏ ଓ କଣ କରିବା ଆବସ୍ୟକ ଆସନ୍ତୁ ଜାଣିବା । ଲୋକେ କୁହନ୍ତି କି ସ୍ଵପ୍ନ ମାଧ୍ୟମରେ ଆମେ ଆମ ମନରେ ଥିବା ଇଚ୍ଛାକୁ ଦେଖିଥାଉ । ଆମେ କେଉଁ ପ୍ରକାରର ସ୍ଵପ୍ନ ଦେଖିଥାଉ ତାହା ଉପରେ ଆମର କୌଣସି ନିୟନ୍ତ୍ରଣ  ନଥାଏ ।

ଆମକୁ କୌଣସି ବି ପ୍ରକାରର ସ୍ଵପ୍ନ ଆସିଥାଏ । କେବେ କେବେ ଆମ ସ୍ଵପ୍ନ ନିରର୍ଥକ ହୋଇଥାଏ ।  କେବେ କେବେ ଏହି ସ୍ଵପ୍ନରେ ଈଶ୍ବରୀୟ ସଂକେତ ଥାଏ । ଆମ ପ୍ରାଚୀନ ଗ୍ରନ୍ଥରେ ସ୍ଵପ୍ନକୁ ମହତ୍ଵପୂର୍ଣ୍ଣ ମାନିଥାଆନ୍ତି ।

ସ୍ଵପ୍ନରେ ଅଲଗା ଅଲଗା ଜିନିଷ ଦେଖିବାର ଅର୍ଥ ଅଲଗା ଅଲଗା ହୋଇଥାଏ । ଋକ ବେଦ ଓ ଅଥର୍ବ ବେଦରେ ସ୍ଵପ୍ନ ଆମ ଜୀବନରେ କି ପ୍ରଭାବ ପକାଇଥାଏ ଏହି ବିଷୟ ରେ ବର୍ଣ୍ଣନା କରାଯାଇଛି । ସ୍ଵପ୍ନକୁ ଭବିଷ୍ୟ କାଳରେ ଘଟିବାକୁ ଥିବା ଘଟଣା ବିଷୟ ରେ ବିବେଚନା କରାଯାଇଛି । ଆମେ ସବୁବେଳେ ସଙ୍କଟ ସମୟରେ ଇଶ୍ଵରକୁ ଖୋଜିଥାଊ । ମନୁଷ୍ୟ ଭାବୁଥାଏ ସାକ୍ଷାତ ଈଶ୍ଵରଙ୍କୁ ଦେଖିପାରନ୍ତା । କିନ୍ତୁ ଏହା ହୋଇନଥାଏ । ସ୍ଵପ୍ନରେ ଗଛ ଲତା , ପଶୁ ପକ୍ଷୀ , ପୂର୍ବ ପୁରୁଷ , ମନ୍ଦିରକୁ ଦେଖିଥାଉ ।

ଇଶ୍ଵରଙ୍କୁ ସତ ମନରେ ଓ ଭକ୍ତିରେ ଡାକିଲେ ଇଶ୍ଵରଙ୍କ ଆଶୀର୍ବାଦ ମିଳେ କିନ୍ତୁ ଦେଖି ହୁଏ ନାହିଁ । ପୂର୍ବ କାଳରେ ମୁନି ରୁଷି ମାନେ ବର୍ଷ ବର୍ଷ ଧରି ନିଜର କଠୋର ତପସ୍ୟା ବଳରେ ଇଶ୍ଵରଙ୍କୁ ଦେଖି ପାରୁଥିଲେ । ମନୁଷ୍ୟକୁ ଇଶ୍ଵର ପ୍ରାପ୍ତି ପାଇଁ ବ୍ରହ୍ମ କାଳରେ ଉଠି ଈଶ୍ଵରଙ୍କୁ ଧ୍ୟାନ କରିବା ଉଚିତ ଯାହାଫଳରେ କି ଦିନେ ନା ଦିନେ ଇଶ୍ଵର ଦର୍ଶନ ହୋଇପାରେ । ସ୍ଵପ୍ନରେ କୁଳ ଦେବା ଦେବୀ ଦେଖାଯାନ୍ତି ତ ଏହା ଆମ ପାଇଁ ବହୁତ ସୌଭାଗ୍ୟର ବିଷୟ ହୋଇଥାଏ ।

ଏଥିରେ ମନୁଷ୍ୟକୁ ଶୁଖ ସମୃଦ୍ଧି ଓ ଐଶ୍ଵର୍ଯ୍ୟ ପ୍ରାପ୍ତି ହୋଇଥାଏ । ଭଗବାନ ସବୁ ବେଳେ ଆମ ଗୁରୁଜନ ଭଳି ଆମ ଚତୁର୍ପାର୍ଶ୍ବରେ ଥାଆନ୍ତି କୌଣସି ଭୁଲ କଲେ ତାଗିତ କରିଥାନ୍ତି । ସମୟ ଆସିଲେ ଆମ ପରୀକ୍ଷା ମଧ୍ୟ ନେଇଥାନ୍ତି । ଯଦି ଆପଣଙ୍କୁ କୌଣସି ଦେବା ଦେବୀଙ୍କ ଦର୍ଶନ ହୋଇଯାଏ ତେବେ ଆପଣ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଅଲଗା ଅଲଗା ଦେବା ଦେବୀଙ୍କ ସ୍ଵପ୍ନରେ ଆସିବାର ଅର୍ଥ ଅଲଗା ଅଲଗା ହୋଇଥାଏ ।

ସ୍ଵପ୍ନରେ ମାତା ଲକ୍ଷ୍ମୀ କିମ୍ବା ବିଷ୍ଣୁ ଦେଖାଯାଆନ୍ତି ତେବେ ଆପଣଙ୍କୁ ନିକଟ ଭବିଷତ୍ୟରେ ନିଶ୍ଚିତ ଭାନବେ ଆପଣଙ୍କୁ ଧନ ଲାଭ ହେବ । ଯଦି ଆପଣଙ୍କୁ ଭଗବାନ ଓ ଲକ୍ଷ୍ମୀ ଏକା ସାଙ୍ଗରେ ସ୍ଵପ୍ନରେ ଦେଖା ଯାନ୍ତି ତେବେ ଆପଣଙ୍କ ବୈବାହିକ ଜୀବନ ସମ୍ବନ୍ଧୀୟ କୌଣସି ଶୁଭ ଖବର ମିଳିବ । ମାତା ସରସ୍ଵତିଙ୍କୁ ଦେଖିଲେ ବିଦ୍ୟା ଓ  ଚାକିରି ମିଳିବାର ସମ୍ଭାବନା ଅଛି । ଶକ୍ତି ସଂଚାର ହୋଇଥାଏ ।

ମାତାଙ୍କ ବିଭିର୍ଣ୍ଣ ସ୍ୱରୂପକୁ ଦେଖିଲେ ସେହି ଅନୁସାରେ ଆମ ଜୀବନରେ ଶକ୍ତି ସଞ୍ଚାର ହୋଇଥାଏ । ଯଦି ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ହୁଏ ତେବେ ସେହି ବ୍ୟକ୍ତି ଜୀବନରେ ଅବଶ୍ୟ ଉନ୍ନତି କରିଥାଏ । ସେହି ବ୍ୟକ୍ତିସଂସାର ରେ ମନ ସମ୍ମାନ ପାଇଥାଏ । ହନୁମାନଙ୍କ ଦର୍ଶନ କାଲେ ଶତ୍ରୁ ଉପରେ ବିଜୟ ମିଳେ । ମହାଦେବଙ୍କୁ ଦେଖିଲେ ବ୍ୟକ୍ତି ସବୁ ରୋଗରୁ ମୁକ୍ତି ପାଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।