Jyotish Shastra- ସ୍ଵାମୀଙ୍କ ଜୀବନକୁ ସ୍ଵର୍ଗ କରି ଦିଅନ୍ତି ଏହି 5 ଟି ନାମର ଝିଅ, ଦେଖନ୍ତୁ କଣ ଆପଣଙ୍କ ପାର୍ଟନର ଙ୍କ ନାମ ଅଛି ଏଥିରେ ?

ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଜଣେ ଉତ୍ତମ ଜୀବନସାଥୀ ଖୋଜନ୍ତି । କିନ୍ତୁ ଜଣେ ଉତ୍ତମ ଜୀବନସାଥୀଙ୍କୁ ଖୋଜି ପାଇବା ଆଜିର ସମୟରେ ସବୁଠୁ କଠିନ ଅଟେ । ଅନେକ ବ୍ୟକ୍ତି ଜୀବନସାଥୀଙ୍କୁ ପାଇବା ପାଇଁ ଜ୍ୟୋତିଷ ବିଜ୍ଞାନର ସାହାଯ୍ୟ ଲୋଡିଥାନ୍ତି । ଜ୍ୟୋତିଷ ବିଜ୍ଞାନ ଅନୁସାରେ ଯଦି ଆପଣଙ୍କ ନାମ ଓ ରାଶି ସହ ମେଳ ଖାଉଥିବା ଜୀବନସାଥୀ ଆପଣଙ୍କୁ ମିଳେ ତେବେ ଆପଣଙ୍କ ଭାଗ୍ୟର ଦ୍ଵାରା ସମ୍ପୂର୍ଣ୍ଣ ରୂପେ ଖୋଲି ଯାଇଥାଏ । ତେବେ ଆସନ୍ତୁ ସେହି ୫ଟି ନାମର ସ୍ତ୍ରୀଙ୍କ ବିଷୟରେ ଜାଣିବା ଯିଏ ନିଜ ସ୍ଵାମୀଙ୍କ ଜୀବନ ସ୍ବର୍ଗ ପରି ସୁନ୍ଦର ବନାଇ ଦିଅନ୍ତି ।

୧- A ନାମର ସ୍ତ୍ରୀ

ଯେଉଁ ସ୍ତ୍ରୀ ଙ୍କ ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ତାଙ୍କ ବିଷୟରେ କୁହାଯାଏ କି ଏହି ଝିଅମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ନାମର ଝିଅମାନେ ଅନେକ ଉତ୍ତମ ଗୁଣର ଅଧିକାରୀ ମଧ୍ୟ ହୋଇଥାନ୍ତି । ନିଜ ପରିବାରର ଖୁବ୍ ଯତ୍ନ ରଖୁଥିବା ଏହି ଝିଅମାନେ ଯାହାକୁ ମଧ୍ୟ ପ୍ରେମ କରନ୍ତି ତାଙ୍କୁ ସତ୍ୟ ହୃଦୟରେ ନିଜର କରି ନିଅନ୍ତି ଓ ତାଙ୍କ ଜୀବନରେ ଖୁସି ଭରି ଦିଅନ୍ତି ।

୨- M ନାମର ସ୍ତ୍ରୀ

ଯେଉଁ ସ୍ତ୍ରୀ ଙ୍କ ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ ବୁଦ୍ଧିମାନ ହେବା ସହ ଉତ୍ତମ ବୁଝାମଣା ରଖୁଥିବା ପ୍ରକୃତିର ଝିଅ ହୋଇଥାନ୍ତି ବୋଲି କୁହାଯାଏ । ଏହି ଝିଅଙ୍କ ଉପରେ ଯିଏ ଥରେ ଭରସା କରେ ସେ ତାଙ୍କ ଜୀବନକୁ ସ୍ବର୍ଗ ବନେଇ ଦେଇଥାନ୍ତି । ନିଜ ଜୀବନ ସାଥୀଙ୍କୁ ସବୁବେଳେ ଖୁସି ଦେଉଥିବା ଏହି ଝିଅମାନେ ନିଜ ସାଥିଙ୍କ ଖୁସି ପାଇଁ ପ୍ରତ୍ୟେକ ସୀମା ପାର କରିବାକୁ ପ୍ରସ୍ତୁତ ରହିଥାନ୍ତି ।

୩- N ନାମର ସ୍ତ୍ରୀ

N ଅକ୍ଷର ନାମର ଝିଅମାନଙ୍କ ବ୍ୟବହାର ବହୁତ ସିଧା ସାଧା ଓ କୋମଳ ହୋଇଥାଏ ବୋଲି କୁହାଯାଏ । ଏମାନେ ପରିବାରରେ ସମସ୍ତଙ୍କ ପ୍ରିୟପାତ୍ର ହୋଇଥାନ୍ତି । ଏହି ସ୍ତ୍ରୀ ଯେଉଁ ବ୍ୟକ୍ତିଙ୍କ ଜୀବନରେ ପାଦ ରଖନ୍ତି ତାଙ୍କ ଜୀବନକୁ ସ୍ବର୍ଗ ପରି ସୁନ୍ଦର ବନାଇ ଦେଇଥାନ୍ତି ।

୪- P ନାମର ସ୍ତ୍ରୀ

ଏହି ନାମର ଝିଅଙ୍କ ବିଷୟରେ କୁହାଯାଏ କି ଏହି ଝିଅ ଯେଉଁ ବ୍ୟକ୍ତିଙ୍କ ଜୀବନରେ ଆସନ୍ତି ତାଙ୍କ ଜୀବନକୁ ଖୁସିରେ ପରିପୂର୍ଣ୍ଣ କରି ଦିଅନ୍ତି । ଏମାନେ ନିଜ ପରିବାର ସହ ନିଜ ଜୀବନ ସାଥୀଙ୍କ ଖୁବ୍ ଯତ୍ନ ରଖନ୍ତି ଓ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାର ସାମନା କିପରି କରିବାକୁ ହେବା ତାହା ଖୁବ୍ ଭଲ ଭାବେ ଜାଣନ୍ତି ।

୫- V ନାମର ସ୍ତ୍ରୀ

V ନାମର ଝିଅମାନେ ବହୁତ ସାହସିକ ଓ ସହନଶୀଳ ସ୍ୱଭାବର ହୋଇଥାନ୍ତି ବୋଲି କୁହାଯାଏ । ନିଜ ଜୀବନରେ ଆସିଥିବା ପ୍ରତ୍ୟେକ ସମସ୍ୟାକୁ ନିର୍ଭୟରେ ସାମନା କରୁଥିବା ଏହି ଝିଅମାନେ ନିଜ ସହ ନିଜ ପରିବାର ଓ ଜୀବନ ସାଥୀଙ୍କ ଜୀବନ ମଧ୍ୟ ସ୍ବର୍ଗ ଠୁ ବଳି ସୁନ୍ଦର କରି ଦିଅନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।