କେଉଁ ସମୟ ରେ ଯାହା ଚିନ୍ତା କରିବେ ସବୁ ଇଚ୍ଛା ହୋଇଥାଏ ପୂର୍ଣ୍ଣ ଓ ଏହା ସହିତ ପଢନ୍ତୁ 20+Anuchinta

୧.ପିଲାମାନେ ଯଦି ସକାଳୁ ଉଠି ଗୁରୁଜନଙ୍କ ପାଦ ଛୁଅନ୍ତି ତେବେ ତାଙ୍କୁ ବଳ,ବୁଦ୍ଧି,ଜ୍ଞାନ,ଆୟୁ ଓ ସିଦ୍ଧି ଅତି ସହଜରେ ପ୍ରାପ୍ତ ହୁଏ । ୨.ମଣିଷର ମସ୍ତିଷ୍କ ଭୋର ୪ ଟାରୁ ସକାଳ ୬ଟା ମଧ୍ୟରେ ସତ ପ୍ରତିଶତ କାମ କରିଥାଏ ତେଣୁ ଏହି ସମୟରେ ଯୋଗ,ଧ୍ୟାନ,ତପ ଓ ବିଦ୍ୟାର୍ଜନ କଲେ ସବୁ କାର୍ଯ୍ୟରେ ସଫଳତା ମିଳେ । ୩.ସବୁବେଳେ ସୁଷମ ଖାଦ୍ୟ ଖାଇବା ଆବଶ୍ୟକ ଏହାଦ୍ଵାରା ମସ୍ତିଷ୍କ ସୁସ୍ଥ ରହେ ଏବଂ ମଙ୍ଗଳ ହୋଇଥାଏ ।

୪.ଯଦି ଘରର ଏବଂ ଆଖପାଖ ଗୁରୁଜନ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି ତେବେ ଜାଣିବେ ଅପଣଙ୍କ ଭାଗ୍ୟ ଖୁବ ଉଜ୍ଵଳ। ୫.ରବିବାର ଦିନ ସକାଳୁ ସୂର୍ଯ୍ୟଙ୍କୁ ଜଳ ଦାନ କଲେ ଏବଂ ଲାଲ ରଙ୍ଗ ର ବସ୍ତ୍ର ପିନ୍ଧିଲେ ଭାଗ୍ୟ ଉଦୟହୁଏ ଏବଂ କାର୍ଯ୍ୟ ସଫଳ ହୁଏ ।

୬.ଯଦି ବିବାହରେ ବିଳମ୍ବ ହେଉଥାଏ କିମ୍ବା ବିଘ୍ନ ଆସୁଥାଏ ତେବେ ତେର ଦିନ ପର୍ଯ୍ୟନ୍ତ ଓସ୍ତ ଗଛରେ ଜଳ ଦେଲେ ତାହା ଦୂର ହୋଇଯାଏ ।

୭.ଘରର ଉତ୍ତର ପୂର୍ବ କୋଣରେ କଳସ ରେ ପାଣି ଭର୍ତ୍ତି କରି ରଖିଲେ ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୮.ଶନିବାର ଦିନ ପାଣିରେ ଅଳ୍ପ କର୍ପୁର ତେଲ ଏବଂ ଚମେଲି ତେଲ ପକାଇ ଗାଧୋଇଲେ ରାହୁ, କେତୁ ଓ ଶନିଙ୍କ ପ୍ରଭାବ କମିଥାଏ ।

୯.ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବାକୁ ହେଲେ ଘର ସାମନାରେ ପଶୁ ମାନଙ୍କ ପାଇଁ ପାଣି ରଖନ୍ତୁ ଏବଂ ଘରେ ପିଇବା ପାଣି ରଖିବା ସ୍ଥାନରେ ସନ୍ଧ୍ୟାବେଳେ ଦୀପ ଟିଏ ଲଗାନ୍ତୁ ।

୧୦.ଛୋଟ ପିଲାଙ୍କ ପାଟି ଜଦି ଫିଟୁନଥାଏ ତେବେ ପ୍ରତେକ ଦିନ କିଛି ପିଆଜ ପିଲାଙ୍କୁ ଖୁଆଇଲେ ପାଟି ଶୀଘ୍ର ଫିଟିଯାଏ ।

୧୧.ଆଖି ଯଦି ନାଲି ପଡିଥାଏ ତେବେ ପିଆଜ ରସ କାଟି ତାକୁ ଛାଣି ଗୋଟିଏ ବୁନ୍ଦା ଆଖିରେ ପକେଇଲେ ତାହା ଦୂର ହୋଇଥାଏ ।

୧୨.ଯଦି ତଣ୍ଟି ସଲସଲ ହେଉଥାଏ ତେବେ ଗୁଆ ଘିଅରେ ପିଆଜକୁ ଭାଜିକରି ଖାଇଲେ ତାହା ଦୂର ହୋଇଥାଏ ।

୧୩.ଯଦି ଗୋଡ ଘୋଳା ବିନ୍ଧା ହେଉଥାଏ ତେବେ ଉଷୁମ ପାଣିରେ ଗୋଡ଼ ଧୋଇଲେ ଏବଂ ପାଦ ବୁଡାଇଲେ ତାହା ଦୂର ହୋଇଥାଏ ।

୧୪.ଯଦି ଦେହରେ ଘିମିରି ହେଉଥାଏ ତେବେ ନଡ଼ିଆ ତେଲ କିମ୍ବା ତେଲ ମିଶା ପାଣି ଲଗାଇଲେ ତାହା ଦୂର ହୋଇଥାଏ ।

୧୫.ଯଦି ଦେହରେ ଟିଉମର ହୋଇଥାଏ ତେବେ ଜୁଳୁଜୁଳିଆ ପୋକକୁ କଦଳୀରେ ପୁରାଇ ଖାଇଲେ ଦୂର ହୋଇଥାଏ ।

୧୬.ଗନେରିୟା ରୋଗ ଦୂର କରିବା ପାଇଁ ହେଲେ ବରଗଛ କ୍ଷୀରକୁ କଦଳୀ ସହିତ ମିଶାଇ ଖାଇଲେ ତାହା ଦୂର ହୋଇଥାଏ ।

୧୭.ନାକ ରୁ ରକ୍ତ ପଡୁଥିଲେ ତୁଳସୀ ପତ୍ର ରସକୁ ନାକରେ ପକାଇଲେ କିମ୍ବା ଡାଲିମ୍ବ ପତ୍ରରସକୁ ନାକରେ ପକାଇଲେ ଦୂର ହୁଏ ।

 

୧୮.ଯଦି ମୁହଁରେ ବ୍ରଣ ହେଉଥାଏ ତେବେ ଲେମ୍ବୁରସ ସହିତ ମହୁ ମିଶାଇ ବ୍ରଣ ରେ ମାରିଲେ ତାହା ଦୂର ହୋଇଥାଏ ।

୧୯.ବେକ କିମ୍ବା କହୁଣୀରେ କଳା ଦାଗ ଦୂର କରିବା ପାଇଁ ହେଲେ କାଗଜି ଲେମ୍ବୁ କାଟି ଘଷିଲେ ତାହା ଦୂର ହୋଇଥାଏ ।

୨୦.ଅନାମିକା ଆଙ୍ଗୁଠିରେ ତମ୍ବାରେ ମୁଦି ଟିଏ କରିକି ପିନ୍ଧିଲେ ସୂର୍ଯ୍ୟ ଏବଂ ମଙ୍ଗଳଗ୍ରହର ଖରାପ ପ୍ରଭାବ କମିଯାଏ ।

୨୧.ଶୋଇଲା ବେଳେ ମୁଣ୍ଡ ପାଖରେ ମନି ପର୍ସ କିମ୍ବା ଔଷଧ ରଖନ୍ତୁ ନାହିଁ ଏହାଦ୍ଵାରା ଅଯଥା ଖର୍ଚ୍ଚ ଓ ଶରୀର ଯନ୍ତ୍ରଣା ବୃଦ୍ଧି ହୁଏ ।

୨୨ ଯଦି ଆପଣଙ୍କ କିଛି ପିନ୍ଧା ଅଳଂକାର ଚୋରି ହୁଏ କିମ୍ବା ହଜିଯାଏ ତେବେ କିଛି ବିପଦ ପଡିବାର ସଂଙ୍କେତ ଦେଇଥାଏ ।

୨୩.ଯଦି ଆପଣଙ୍କ ହଠାତ କିଛି ପେଟ ରୋଗ ଦେଖାଦିଏ ତେବେ ଜାଣିବେ କିଛି ସଙ୍କଟ ପଡିବାର ଅଛି ସତର୍କ ରହିବା ଉଚିତ ।

୨୪.ଘରେ କେବେ ବି ବୁଢିଆଣି ବସା ହେବାକୁ ଦିଅନ୍ତୁ ନାହିଁ ଏହାଦ୍ଵାରା ରାହୁଙ୍କ ଖରାପ ପ୍ରଭାବ ଫଳ ଭୋଗିବାକୁ ପଡେ।

୨୫.ଘରର ମୁଖ୍ୟ ମହିଳା ଦୁଆର ମୁହଁରେ ଗୋଟିଏ ପାତ୍ରରେ ପାଣି ରଖି ଦୀପଟିଏ ଲଗାଇଲେ ଲକ୍ଷ୍ମୀ କୃପା ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।