ସହିଦ ସ୍ଵାମୀଙ୍କର ଚେହେରା ଦେଖିବା ପାଇଁ ଚାହିଁ ବସିଥିଲେ ପତ୍ନୀ, କାନ୍ଦି କାନ୍ଦି କହିଲେ ଏମିତି କଥା

୧୪ ଫେବ୍ରୁୟାରୀ ଦିନ ୪୪ CRPF ଯବାନ ସହିଦ ହୋଇଗଲେ । ସମସ୍ତଙ୍କ ଆଖିରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଲୁହ ଅଛି । ଏବଂ ସମସ୍ତଙ୍କ ହୃଦୟରେ ପ୍ରତିଶୋଧର ନିଆଁ ଜଳୁଛି । ଏହି ଆକ୍ରମଣର ଦାୟୁତ୍ଵ ପାକିସ୍ତାନରେ ରହୁଥିବା ଆତଙ୍କି ଜୈଶ-ଏ-ମୋହମ୍ମଦ ନେଇଛନ୍ତି ଏବଂ ଏହାକୁ ଜାଣିବା ପରେ କେବଳ ଭାରତର ଲୋମାନେ ନୁହନ୍ତି ଦୁନିଆର ବଡ ବଡ ଦେଶ ବି ରାଗି ଯାଇଛନ୍ତି ।

ବର୍ତ୍ତମାନ ସବୁ ବଡ ଦେଶ, ଭାରତର ବିପକ୍ଷ ଦଳର ନେତା ସମସ୍ତେ ଏକଜୁଟ ହୋଇ ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢିବାକୁ ଚାହୁଁଛନ୍ତି । ସେହି ସହିଦ ଯବାନଙ୍କ ମଧ୍ୟରୁ ଜଣେ ଥିଲେ ସହିଦ ଶ୍ୟାମ ବାବୁ ୟୁପିର କାନପୁର ଦେହାତର ବାସିନ୍ଦା ଥିଲେ । ଶନିବାର ଦିନ ଯେତେବେଳେ ତାଙ୍କର ପାର୍ଥିବ ଶରୀରର ତାଙ୍କ ଗ୍ରାମରେ ପହଞ୍ଚିଲା ତେବେ ସହିଦ ସ୍ଵାମୀଙ୍କର ଚେହେରା ଦେଖିବା ପାଇଁ ଚାହିଁ ବସିଥିଲେ ତାଙ୍କର ପତ୍ନୀ, ଏହାକୁ ଦେଖି କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଈରାନୀ ବି କାନ୍ଦି ପକାଇଥିଲେ ।

ସହିଦ ସ୍ଵାମୀଙ୍କର ଚେହେରା ଦେଖିବା ପାଇଁ ଚାହିଁ ବସିଥିଲେ ପତ୍ନୀ

କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଈରାନୀ ସହିଦ ଶ୍ୟାମ ବାବୁଙ୍କ ଘରେ ପହଞ୍ଚିଲେ ଏବଂ ସେଠି ସେ ପୁରା ପରିବାର ସହିତ ପୁରା ଗ୍ରାମର ଯନ୍ତ୍ରଣାକୁ ଦେଖିଲେ । ସବୁଆଡେ ଶ୍ୟାମ ବାବୁ ଅମର ରହେ ର ନାରା ଲାଗୁଥିଲା । ଏବଂ ଏହା ସହିତ ସମସ୍ତେ ପାକିସ୍ତାନ ମୁର୍ଦାବାଦ ବୋଲି କହୁଥିଲେ । ପାର୍ଥିବ ଶରୀରରକୁ ଦେଖିବା ପାଇଁ ଗ୍ରାମବାସୀମାନେ ଏକତ୍ରିତ ହୋଇଥିଲେ ଏବଂ ସମସ୍ତଙ୍କ ଆଖିରେ ଲୁହ ଥିଲା ।

ଯେତେବେଳେ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ପାଇଁ ରଖା ଗଲା ତେବେ ସହିଦଙ୍କର ପତ୍ନୀ ତାଙ୍କ ସ୍ଵାମୀଙ୍କର ଚେହେରା ଦେଖିବା ପାଇଁ କହିଲେ କିନ୍ତୁ ତାଙ୍କର ଇଛା ପୁରା ହୋଇ ପାରିଲା ନାହିଁ କାରଣ ତାବୁତର ଢାଙ୍କୁଣୀ ଖୋଲା ଯାଇ ପାରିବ ନାହିଁ । ଏହି ସମୟରେ ସହିଦଙ୍କର ପତ୍ନୀ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଈରାନୀ ନିଜ ବାହୁରେ ଧରିଥିଲେ । କାରଣ ତାଙ୍କର ପତ୍ନୀ ବାରମ୍ବାର ବେହୋସ ହୋଇ ଯାଉଥିଲେ । ଏହା ମଧ୍ୟରେ ସ୍ମୃତି ଈରାନୀଙ୍କ ଆଖିରେ ବି ଲୁହ ଚାଲି ଆସିଥିଲା ।

ଜନପଦ କାନପୁର ଦେହାତର ଡେରାପୁର ଥାନା କ୍ଷେତ୍ରର ନୋନାରୀ ଗ୍ରାମରେ ରହୁଥିବା ଶ୍ୟାମ ବାବୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇ ଯାଇଥିଲେ । ଗ୍ରାମର ଲୋକମାନେ ଦୁଇ ଦିନ ହେବ ଘରେ ଖାଦ୍ୟ ପ୍ରସ୍ତୁତ କରି ନଥିଲେ । ସମସ୍ତେ ସହିଦଙ୍କର ପାର୍ଥିବ ଶରୀରରକୁ ଗ୍ରାମରେ ଆସିବା ପାଇଁ ଅପେକ୍ଷା କରୁଥିଲେ । ଶ୍ୟାମ ବାବୁଙ୍କର ପିତା ରାମ ପ୍ରସାଦ ଚାଷୀ ଅଟନ୍ତି ଏବଂ ତାଙ୍କର ଦୁଇଟି ପୁଅ ଅଛନ୍ତି ।

ଯେଉଁଥିରେ ଶ୍ୟାମ ବାବୁ ବଡ ପୁଅ ଅଟନ୍ତି । ସେ କହିଲେ କି ନିଜ ପୁଅ ଉପରେ ଗର୍ବ ହେଉଛି ଏବଂ ଦରକାର ପଡିଲେ ନିଜର ଦ୍ଵିତୀୟ ପୁଅକୁ ବି ସେନାରେ ପଠାଇ ଦେବି ।

ପତ୍ନୀଙ୍କର କାନ୍ଦି କାନ୍ଦି ହେଉଛି ଅବସ୍ଥା ଖରାପ

ସହିଦ ଶ୍ୟାମ ବାବୁଙ୍କର ବାହାଘର ରୁବିଙ୍କ ସହିତ ୬ ବର୍ଷ ପୂର୍ବେ ହୋଇଥିଲା ଏବଂ ତାଙ୍କର ୪ ବର୍ଷର ଗୋଟିଏ ପୁଅ ବି ଅଛି ଏବଂ ୬ ମାସର ଝିଅ । ସ୍ଵାମୀଙ୍କର ପାର୍ଥିବ ଶରୀରରକୁ ଦେଖି ପତ୍ନୀ କହିଲେ,”ଜଲ୍ଦି ଆସିବାର ବଚନ ଦେଇଥିଲେ ଏବଂ ଆପଣ ଏତେ ଜଲ୍ଦି ଆସିବେ ଏବଂ ସେ ପୁଣି ଏହି ଅବସ୍ଥାରେ । ଯେତେବେଳେ ଘରୁ ଯାଇଥିଲେ ସେତେବେଳେ ଦେଖିଥିଲେ । ମୋତେ ଜଣା ନଥିଲା କି ବର୍ତ୍ତମାନ ଆଉ ଦେଖି ପାରିବି ନାହିଁ ।

ବର୍ତ୍ତମାନ ପୁଅ କାହା ସହିତ ଫୋନରେ କଥା ହେବା ପାଇଁ ଜିଦ କରିବ । ଦୁଇ ଦିନ ହେବ କହୁଛି କି ବାପାଙ୍କ ସହିତ କଥାବାର୍ତ୍ତା କରିବି । ରୁବିଙ୍କର ଏହି କଥାକୁ ଶୁଣି ସେଠି ଥିବା ସମସ୍ତ ବ୍ୟକ୍ତି କାନ୍ଦି ପକାଇଲେ ।

ସ୍ମୃତି କହିଲେ,”ସହିଦଙ୍କ ସହିତ ସମସ୍ତଙ୍କର ସମବେଦନା ଜଡିତ ଅଛି । ଅଜି ଦେଶର ସମସ୍ତ ନାଗରୀଙ୍କୁ ଏହି ଆକ୍ରମଣରେ ନିଜର ହୃଦୟକୁ ଏକ ଶକ୍ତ ଝଟକା ଲାଗିଛି ଏବଂ ସମସ୍ତେ ଦୁଖିତ ବି ଅଛନ୍ତି । ଏହି ଆତଙ୍କବାଦୀମାନଙ୍କୁ ଏବଂ ତାଙ୍କର ଲିଡରଙ୍କୁ ନିଶ୍ଚିତ ଜବାବ ଦିଆଯିବ । ଆପଣ ସମସ୍ତେ ଟିକେ ସାହାସ ରଖନ୍ତୁ “।

ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।