ପୁଲୱାମା ଆକ୍ରମଣର ପ୍ରତିଶୋଧ ଏବେ କୋବରା କମାଣ୍ଡୋ ନେବେ…ଜାଣନ୍ତୁ କେଉଁଥିରେ ମାହିର ଅଟନ୍ତି ଏମାନେ ?

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ବା CRPF ସ୍ପଷ୍ଟ କରିଛନ୍ତି କି ପୁଲୱାମା ରେ ଗୁରୁବାର ଦିନ ହୋଇଥିବା ଆକ୍ରମଣର ପ୍ରତିଶୋଧ ଅତିଶୀଘ୍ର ନିଆଯିବ । ଏହି ଆକ୍ରମଣକୁ ନା ଭୁଲାଯିବ ନା ଦୋଷୀଙ୍କୁ କ୍ଷମା ଦିଆଯିବ । ଏଥିରୁ ଲାଗୁଛି କି ପ୍ରତିଶୋଧ ନେବାର ଦ୍ଵାଇତ୍ଵ ଏଥରକ CRPF ର ସ୍ପେଶାଲ କୋବରା କମାଣ୍ଡୋ ଫୋର୍ସ କୁ ଦିଆ ଯାଇପାରେ ।

ଏହି କମାଣ୍ଡୋ ଫୋର୍ସ ବର୍ତ୍ତମାନର ଦେଶର ସେହି 8 ଟି ସ୍ପେଶାଲ ଫୋର୍ସ ମଧ୍ୟରୁ ଗୋଟିଏ ଅଟେ, ଯାହାକୁ ପ୍ରତ୍ୟେକ ପରିସ୍ଥିତିରେ ଲଢିବାକୁ ଟ୍ରେନିଂ ଦିଆ ଯାଇଥାଏ । ବେଶ ବଦଳାଇବାରେ ଧୃତ କୋବରା କମାଣ୍ଡୋ 12 ଦିନରୁ ଅଧିକ ଖାଦ୍ୟ-ପାଣି, କୌଣସି ବି ବାହାରର ସାହାର୍ଯ୍ୟ ବିନା ରହି ପାରନ୍ତି । କଡା ଟ୍ରେନିଂ କାରଣରୁ ଏମାନେ ଗୁରିଲା ଆକ୍ରମଣରେ ଧୃତ ଅଟନ୍ତି ଓ ଏମାନଙ୍କର ଏହି କ୍ଷମତା ଉରି ଆକ୍ରମଣ ପରେ ଦେଖା ଯାଇଥିଲା, କାରଣ ସର୍ଜିକାଲ ଷ୍ଟ୍ରାଇକ କରିଥିବା ଟିମ ରେ କିଛି କମାଣ୍ଡୋ କୋବରା ମଧ୍ୟ ଥିଲେ ।

ସେଇଠି, ପୁଲୱାମାର ଅବନ୍ତିପୁରାରେ ହୋଇଥିବା ଆକ୍ରମଣ ପରେ ସୁରକ୍ଷା ଏଜେନ୍ସିଙ୍କ ଦ୍ଵାରା ପୁରା ଜିଲ୍ଲାରେ  ରେଡ ଆଲର୍ଟ ଜାରି କରା ଯାଇଛି । ଏହା ଦ୍ଵାରା ଦକ୍ଷିଣ କାଶ୍ମୀର ର ସମସ୍ତ ସୈନ୍ୟ ପ୍ରତିଷ୍ଠାନ, ବିଏସଏଫ, ସିଆରପିଏଫ ଓ ରାଜ୍ୟ ପୋଲିସ ର ଶିବିର ଓ ପୋଲିସ ଲାଇନ୍ସ ର ସୁରକ୍ଷାକୁ ମଧ୍ୟ ବଢାଇ ଦିଆ ଯାଇଛି । ଏହା ସହିତ ଦକ୍ଷିଣ କାଶ୍ମୀର ର କିଛି ଜିଲ୍ଲାରେ ଗୁଜବକୁ ରୋକିବା ଓ ସୁରକ୍ଷାକୁ ନଜରରେ ରଖି ଇଣ୍ଟରନେଟ ସେବା ବନ୍ଦ ରଖା ଯାଇଛି ।

ଏଲଓସି ଓ ସୀମାରେ ନଜର ରଖା ଯାଉଛି

ସୂଚନା ଅନୁସାରେ, ସେନା ନିୟନ୍ତ୍ରଣ ରେଖାରେ ଥିବା ସବୁ ଫରୱାର୍ଡ ପୋଷ୍ଟର ଯବାନଙ୍କୁ ବହୁତ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଜାମ୍ମୁ ସମ୍ଭାଗର ଅନ୍ତରାଷ୍ଟ୍ରୀୟ ସୀମାରେ ବିଏସଏଫ ଜବାନଙ୍କୁ କୌଣସି ବି ଅପ୍ରିୟ ଘଟଣାର ସ୍ଥିତିରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପୁଲୱାମା ରେ ହୋଇଥିବା ଆତଙ୍କି ଘଟଣା ପରେ ଏବେ ଜାମ୍ମୁ-ଶ୍ରୀନଗର ରାଜମାର୍ଗରେ ବାହାନର ଯାତାୟାତ ଅଟକାଇ ଦିଆ ଯାଇଛି । ଏହା ସହିତ ସିଆରପିଏଫ, ସେନା ଓ ପୋଲିସ ଟିମଙ୍କୁ ହାଇୱେ ରେ ପେଟ୍ରୋଲିଂ ରେ ଲଗା ଯାଇଛି ।

ଆଗକୁ ଅପଡେଟ୍ସ ପାଇବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।