ସ୍ଵାମୀ ଭିଡିଓ କରୁଥିଲା ଆଉ ସ୍ତ୍ରୀ ଜୀବନ ହାରୁଥିଲା, ଶାଶୁ ଶ୍ଵଶୁର ଆସିବା ପରେ ଭିଡିଓ ଦେଖାଇ ସ୍ଵାମୀ ଯାହା କହିଲା ନା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଆମେ ଆପଣଙ୍କୁ ଏମିତି ଏକ ଖବର ସମ୍ବନ୍ଧରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ଅବାକ୍ ହୋଇଯିବେ । ଖବରଟି ହେଉଛି ଜଣେ ସ୍ତ୍ରୀ ଯେତେବେଳେ ତା’ ସ୍ଵାମୀ ଆଗରେ ଜୀବନ ହାରିବାକୁ ଯାଉଥିଲା ସେତେବେଳେ ସ୍ଵାମୀ ତାକୁ ଅଟକାଇବା ବଦଳରେ ତା’ର ଭିଡିଓ ଶୁଟିଙ୍ଗ କରିଥିଲା । ଆଉ ସ୍ଵାମୀ ଏଭଳି ଭିଡିଓ ଶୁଟିଙ୍ଗ କରିବାର ଉଦ୍ଦେଶ୍ୟ ହେଉଛି ପଛରେ ଯେମିତି କେହି ନକୁହନ୍ତି ସ୍ଵାମୀ ତାକୁ ହତ୍ୟା କରି ଆତ୍ମହତ୍ୟାର ନାଁ ଦେଉଛି ।

ତେଣୁ ନିଜେ ସତର୍କ ରହି ନିଜକୁ ରକ୍ଷା କରିବା ପାଇଁ ସ୍ତ୍ରୀର ଜୀବନ ରକ୍ଷା କରିବାକୁ ଭୁଲି ଯାଇଛି ସ୍ଵାମୀ । ସେଥିପାଇଁ ସ୍ତ୍ରୀ ସେପଟେ ନିନ ଜୀବନ ନେଉଥିବା ବେଳେ ସ୍ଵାମୀ ଏହାର ଭିଡିଓ ରେକର୍ଡ କରୁଛି । ଆଉ ସ୍ତ୍ରୀର ମୃତ୍ୟୁ ପରେ ଶାଶୁ ଶ୍ଵଶୁରଙ୍କୁ ନିଜେ ଫୋନ କରି ଏକଥା ଜଣାଇଛନ୍ତି । ଶାଶୁ ଶ୍ଵଶୁର ତୁରନ୍ତ ଆସି ଘରେ ପହଞ୍ଚିବା ପରେ ସ୍ଵାମୀ ସେମାନଙ୍କୁ ମୋବାଇଲରେ ରେକର୍ଡ କରିଥିବା ଭିଡିଓକୁ ଦେଖାଉଛନ୍ତି । ଭିଡିଓ ଦେଖାଇ ଜ୍ଵାଇଁ କହୁଛି, ଦେଖନ୍ତୁ ଆଜ୍ଞା ମୁଁ ଆପଣଙ୍କ ଝିଅର ହତ୍ୟା କରିନି, ଆପଣଙ୍କ ଝିଅ ନିଜେ ଆତ୍ମହତ୍ୟା କରିଛି ।

ଶାଶୁ ଶ୍ଵଶୁର ଯେତେବେଳେ ପଚାରିଲେ ତୁମେ ଏ ଭିଡିଓ ଫାଇଲ କେମିତି । ସେତେବେଳେ ସ୍ଵାମୀ ଉତ୍ତର ଦେଇଥିଲା, ମୁଁ ପରା ଏହି ଭିଡିଓ କରିଛି । କାରଣ ମୁଁ ଜାଣିଛି ଝିଅର ମୃତ୍ୟୁ ପରେ ଆପଣ ମୋ ନାଁରେ ଥାନାରେ ଅଭିଯୋଗ କରିବେ । ତେଣୁ ଏହକ ହେଉଛି ପ୍ରମାଣ ଯେ ମୁଁ ଆପଣଙ୍କ ଝିଅକୁ ହତ୍ୟା କରିନାହିଁ । ଏହି ଘଟଣା ଶୁଣିବା ପରେ ଆପଣ ବି ଭାବୁଥିବେ ଇଏ କେମିତିକା ସ୍ଵାମୀ ।

ଉତ୍ତରପ୍ରଦେଶର କାନପୁରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସ୍ତ୍ରୀ ଜୀବନ ହାରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କର ଭିଡିଓ ରେକର୍ଡ କରିଛନ୍ତି । ପତ୍ନୀଙ୍କୁ ଟିକେ ହେଲେ ବି ବଞ୍ଚେଇବା ପାଇଁ ଚେଷ୍ଟା କରୁନାହାନ୍ତି ସ୍ଵାମୀ । ସଞ୍ଜୟ ଗୁପ୍ତା ନାମକ ଏହି ଯୁବକ ୫ ବର୍ଷ ତଳେ ସେବିତା ଗୁପ୍ତାଙ୍କୁ ବିବାହ କରିଥିଲେ । କିଛିଦିନ ହେବ ତାଙ୍କ ପରିବାରରେ ଅଶାନ୍ତି ଚାଲିଥିଲା । ଆଉ ମଙ୍ଗଳବାର ଦିନ ସ୍ଵାମୀଙ୍କ ସହ ପ୍ରବଳ ଝଗଡା ହେବାପରେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ସେବିତା ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଵାମୀ ସ୍ତ୍ରୀଙ୍କୁ ଅଟକାଇଆବା ପରିବର୍ତ୍ତେ ତାଙ୍କର ଶେଷ ସମୟର ଭିଡିଓ ରେକଡିଙ୍ଗ କରିଥିଲେ । ସେବିତାଙ୍କ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହାପରେ ସେବିତାଙ୍କ ପରିବାର ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।