ସ୍ତ୍ରୀ ଉପରେ କାର୍ ଚଢେଇ ଫେରାର ହେଲେ ବଲିଉଡ ଫିଲ୍ମ ନିର୍ମାତା, ଭାଇରାଲ ହେଉଛି ସିସିଟିଭିରେ କଏଦ ହୋଇଥିବା ଭିଡିଓ, ଦେଖନ୍ତୁ video ହୋସ୍ ଉଡିଯିବ

ସ୍ତ୍ରୀ ଉପରେ କାର୍ ଚଢାଇ ଦେଲେ ଫିଲ୍ମ ନିର୍ମାତା । ପାର୍କିଂରେ କାର୍ ଭିତରେ ଅନ୍ୟ ମହିଳାଙ୍କ ସହ ଥିଲେ ସ୍ଵାମୀ । ପତ୍ନୀ ଏହା ଦେଖି ଦେବାରୁ ଉପୁଜିଥିଲା ଏଭଳି ଅଭାବନୀୟ ସ୍ଥିତି । ଫଳରେ ନିଜ ସ୍ତ୍ରୀ’ଙ୍କ ଉପରେ କାର୍ ଚଢାଇ ଦେଲେ ଫିଲ୍ମ ନିର୍ମାତା । ଯାହାର ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି । ତେବେ ଏହି ଫିଲ୍ମ ନିର୍ମାତା ଜଣକ ହେଉଛନ୍ତି କମଲ୍ କିଶୋର । ତାଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଏବେ ସାମ୍ନାକୁ ଆସିଛି ।

ସ୍ତ୍ରୀ’ଙ୍କ ଉପରେ କାର୍ ଚଢାଇବା ଅଭିଯୋଗରେ କମଲ୍ କିଶୋରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି । ଆଉ କମଲ୍ ସ୍ତ୍ରୀ ଉପରେ କାର୍ ଚଢାଇ ପଳାଉ ଥିବା ସମୟର ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗତ ଅକ୍ଟୋବର ୧୯ ତାରିଖ ଦିନ ସୁବରବନ ଅନ୍ଧେରି ୱେଷ୍ଟରେ ଥିବା ଏକ ରେସିଡେନ୍ସିଆଲ ବିଲଡିଙ୍ଗର ପାର୍କିଂ ଏରିଆରେ କାର୍ ପାର୍କ କରିଥିଲେ ଫିଲ୍ମ ନିର୍ମାତା କମଲ୍ କିଶୋର । ଏହି ସମୟରେ କମଲ୍ ଙ୍କୁ ଖୋଜିବାକୁ ଆସିଥିଲେ ତାଙ୍କ ପତ୍ନୀ ।

ଏତିକି ବେଳେ କାର୍ ଭିତରେ କମଲ୍ ଙ୍କ ସହ ଜଣେ ମହିଳାଙ୍କୁ ଦେଖିଥିଲେ ତାଙ୍କ ସ୍ତ୍ରୀ । ଏହା ଦେଖି ସେ କମଲ୍ ଙ୍କୁ ବିରୋଧ କରିଥିଲେ । ଏହି ଘଟଣା ନେଇ ଉଭୟ ମୁହାଁମୁହିଁ ହୋଇଯିବାରୁ କାର୍ ସାମ୍ନାରେ ଛିଡା ହୋଇଥିବା ପତ୍ନୀଙ୍କୁ ଧକ୍କା ଦେଇ କାର୍ ନେଇ ଘଟଣାସ୍ଥଳରୁ ପଳାଇଥିଲେ କମଲ୍ ।

ଆଉ ସ୍ଵାମୀଙ୍କ କାର୍ ଧକ୍କାରେ ତାଙ୍କ ପତ୍ନୀ ତଳେ ପଡି ଆହତ ହୋଇ ଯାଇଥିଲେ। ଏହି କାର୍ ଧକ୍କାରେ ତାଙ୍କ ଗୋଡ, ହାତ ଏବଂ ମୁଣ୍ଡରେ ଆଘାତ ଲାଗିଛି । ଫଳରେ ଏହି ଘଟଣାକୁ ନେଇ ଫିଲ୍ମ ନିର୍ମାତା କମଲ୍ କିଶୋରଙ୍କ ପତ୍ନୀ ଆମ୍ବୋଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ କମଲ୍ ଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ପୋଲିସ । ଏହାସହ ଘଟଣାକୁ ନେଇ ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରି ଦେଇଛି ।

କମଲ୍ କିଶୋର ବଲିଉଡ ଫିଲ୍ମ ଦେହାତି ଡିସ୍କୋର ପ୍ରଯୋଜକ । ତେବେ ଫିଲ୍ମ ନିର୍ମାତାଙ୍କ ଏହି ଭିଡିଓ ଯାହାକି ସିସିଟିଭିରେ କଏଦ ହୋଇଥିଲା ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।