ସ୍ଵାମୀଙ୍କ ସହିତ ଭୋଜନ କରୁଥିବା ମହିଳାମାନେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ, ଭୋଜନର ସଠିକ ନିୟମ- Vastu Tips

ଆମ ଶାସ୍ତ୍ରରେ ଜୀବନ ସହ ଜଡିତ ବହୁତ ହିଁ ନିୟମ ସବୁ କୁହାଯାଇଛି । ଯେମିତି କି ଖାଇବା ସମୟରେ ବି ଯଦି ବ୍ୟକ୍ତି ଏହି ସବୁ ନିୟମ ଗୁଡିକ ପାଳନ କରୁଛି ତେବେ ବ୍ୟକ୍ତିକୁ ଆରୋଗ୍ୟ ସହିତ ସୁଖ ସମୃଦ୍ଧି ମଧ୍ୟ ମିଳିବ । ଶାସ୍ତ୍ରରେ କୁହାଯାଇ ଥିବା ଏହି ନିୟମ ବୈଜ୍ଞାନିକ ଦ୍ରୁଷ୍ଟିକୋଣରେ ବି ପରିପୂର୍ଣ ଅଟେ । ଏହିଭଳି ଭୋଜନ କରିବା ଦ୍ଵାରା ମନୁଷ୍ୟ ସବୁ ଦେବୀ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ । ଆପଣ ବି ଭୋଜନ କରିବା ସମୟରେ ଏହି ସବୁ ନିୟମର ପାଳନ କରନ୍ତୁ ।

ଭୋଜନ କରିବା ପୂର୍ବରୁ ଦୁଇ ହାତ, ଦୁଇ ଗୋଡ ଓ ମୁହଁକୁ ଭଲ ଭାବରେ ଧୋଇ ଭୋଜନ କରିବା ଉଚିତ । ଭୋଜନ ପୂର୍ବରୁ ଅନ୍ନପୂର୍ଣ ମାତାଙ୍କ ସ୍ରୁତି କରି ଭଗବାନଙ୍କୁ ପ୍ରାର୍ଥନା କରିବା ପରେ ହିଁ ଭୋଜନ ଗ୍ରହଣ କରିବା ଉଚିତ ।

ମହିଳାମାନେ ଗାଧୋଇବା ପରେ ହିଁ ଭୋଜନ ତିଆରି କରିବା ଉଚିତ । ସବୁଦିନ ରୁଟି କରିବା ପରେ ୩ ଟି ରୁଟି ଗାଈ, କୁକୁର ଓ କାଉ ପାଇଁ ଅଲଗା ବାହାର କରି ନିଆଁ ଦେବତାକୁ ଭୋଗ ଲଗାଇ ଘର ଲୋକମାନଙ୍କୁ ଦିଅନ୍ତୁ । ଭୋଜନ ପରିବାରର ସମସ୍ତଙ୍କ ସହ ମିଶି କରିବା ଉଚିତ । ନିୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ଵାରା ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ । ଉତ୍ତର ଓ ପୂର୍ବ ଦିଗରେ ମୁହଁ କରି ଭୋଜନ କରିବା ଉଚିତ ।

ଦକ୍ଷିଣ ଦିଗକୁ ମୁହଁ କରି କରାଯାଇ ଥିବା ଭୋଜନ ପ୍ରେତକୁ ପ୍ରାପ୍ତ ହୋଇଥାଏ । ପଶ୍ଚିମ ଦିଗକୁ କରାଯାଇ ଥିବା ଭୋଜନ ରୋଗ ବୁଦ୍ଧିର କାରଣ ହୋଇଥାଏ । ବିଛଣାରେ ବସି, ନିଜ ହାତରେ ଧରି, ଭଙ୍ଗା ବାସନରେ, କେବେ ବି ଭୋଜନ କରିବା ଉଚିତ । ଅଧିକ ଚିତ୍କାର ହେଉଥିବା ସ୍ଥାନରେ ବି ଭୋଜନ କରିବା ଉଚିତ ନୁହେଁ । ଓସ୍ଥ ଗଛ ଓ ବରଗଛ ତଳେ କେବେ ବି ଭୋଜନ କରିବା ଉଚିତ ନୁହେଁ ।

ବଢା ଯାଇ ଥିବା ଖାଦ୍ୟକୁ ବି କେବେ ବି ଅପମାନ କରିବା ଉଚିତ ନୁହେଁ । ଛିଡା ହୋଇ ଭୋଜନ କରିବା ପାଇଁ ବି ମନା କରାଯାଇଛି । କାହା ଦ୍ଵାରା ଛଡା ଯାଇ ଥିବା ଭୋଜନ ବି ଗ୍ରହଣ କରିବା ଉଚିତ ନୁହେଁ । ଖାଦ୍ୟ ଛାଡି ଯିବା ପରେ ପୁଣି ଥରେ ଖାଦ୍ୟ ସେବନ କରିବେ ନାହିଁ । ପଶୁ ଓ କୁକୁର ଦ୍ଵାରା ଛଡା ଯାଇ ଥିବା ଭୋଜନ ବି ଗ୍ରହଣ କରିବା ଉଚିତ ନୁହେଁ । କେସ ପଡିଥିବା ଭୋଜନ ବି କରନ୍ତୁ ନାହିଁ ।

ସୁଧ ବ୍ୟାପାରୀଙ୍କ ଦ୍ଵାରା ଦିଆଯାଉ ଥିବା ଭୋଜନ ବି କରିବା ଉଚିତ ନୁହେଁ । ଭୋଜନ କରିବା ସମୟରେ ଧ୍ୟାନ ରଖନ୍ତୁ କି ଭୋଜନ ସମୟରେ ଚୁପ ରୁହନ୍ତୁ । ରାତିରେ ଅଧିକ ଖାଦ୍ୟ ସେବନ କରନ୍ତୁ ନାହିଁ । ଭୋଜନ କରିବା ସମୟରେ କୌଣସି ସମସ୍ୟା ଉପରେ ଚର୍ଚା କରନ୍ତୁ ନାହିଁ । ଭୋଜନକୁ ଚୋବାଇ ଚୋବାଇ ସେବନ କରନ୍ତୁ । ଅଳ୍ପ ଭୋଜନ ଗ୍ରହଣ କରୁଥିବା ବ୍ୟକ୍ତି ଆରୋଗ୍ୟ, ବଳ, ସୁଖ, ସୁନ୍ଦରତା ଓ ସନ୍ତାନ ଆୟୁ ସୌନ୍ଦର୍ଜ୍ୟ ପ୍ରାପ୍ତ ହୋଇଥାଏ । ସ୍ଵାମୀଙ୍କ ସହ ବି ଭୋଜନ କରିବା ଉଚିତ, ଏହା ଦ୍ଵାରା ସମ୍ପର୍କ ଭଲ ରହିଥାଏ ।