ହୁଏତ ପ୍ରେମ କରିବା ସହଜ କିନ୍ତୁ ପ୍ରେମକୁ ଜୀବନସାଥିର ରୂପ ଦେବା ଯେ କେତେ କଷ୍ଟ ଏହି ଚିତ୍ର ବୟାନ କରୁଛି । ଜଣେ ଯୁବତୀ ବୋହୂ ବେଶରେ ସଜାଇ ହୋଇ ଶୀତୁଆ ସନ୍ଧ୍ୟାରେ ବରକୁ ଅପେକ୍ଷା କରିଛନ୍ତି । ଯୁବତୀଙ୍କ ଦାବି ଅନୁସାରେ ସେ ଦିନେ ତାଙ୍କର ପ୍ରେମିକ ଥିଲେ । ବିବାହର ପ୍ରତିଶୃତି ଦେଇ କୋ-ର୍ଟ-ରେ ବିବାହ ମଧ୍ୟ କରିଥିଲେ । କିନ୍ତୁ ବୈଦିକ ରୀତିରେ ପୁଣି ଥରେ ବିବାହ କରିବାକୁ ପୁଅ ଘରଲୋକେ ରାଜି ହୋଇଥିଲେ । ଆଉ ଏଥିପାଇଁ ଦିନ ଆଉ ଲଗ୍ନ ବି ସ୍ଥିର ହୋଇଥିଲା ହେଲେ ବେଦିକୁ ପହଞ୍ଚିଲା ନାହିଁ ବର ।

ଆଉ ଏବେ ଶ୍ଵଶୁର ଘର ସାମନାରେ ଧାରଣା ଦେଇଛନ୍ତି ଉକ୍ତ ଯୁବତୀ । ଯୁବତୀଙ୍କ ଦା-ବି ଅନୁସାରେ ବ୍ରହ୍ମାନଗରର ଡାକ୍ତର ସୁମିତ କୁମାର ସାହୁଙ୍କ ସହ ୨୦୨୦ ସେପ୍ଟେମ୍ବରରେ ତାଙ୍କର କୋ-ର୍ଟ-ରେ ବିବାହ ହୋଇଥିଲା । ଏହା ପରେ ଯୁବତୀ ସୁମିତଙ୍କ ଘରେ ମଧ୍ୟ ଆସି ରହୁଥିଲେ । କିନ୍ତୁ ଭିନ୍ନ କାରଣରୁ ଝ-ଗ-ଡା ହେବା ପରେ ମା-ମ-ଲା ମହିଳା ଥା-ନା ଦେଇ କୋ-ର୍ଟ-କୁ ବି ଯାଇଛି । ହେଲେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପରେ ବୈଦିକ ରୀତିରେ ବାହାଘର ସ୍ଥିର ହୋଇଥିଲା ।
କିନ୍ତୁ ବରଘର ଲୋକେ ନ ଆସିବାରୁ ଶ୍ଵଶୁର ଘର ଆଗରେ ଧାରଣା ଦେଇଛନ୍ତି ଡିମ୍ପଲ । ସ୍ଥିର କରା ଯାଇଥିବା ଦିନରେ ବିବାହ କରିବା ପାଇଁ ସୁମିତଙ୍କ ବାପା ଡିମ୍ପଲଙ୍କ ବାପାଙ୍କୁ ବିବାହ କାର୍ଡ ମଧ୍ୟ ଛାପିବାକୁ କହିଥିଲେ । ଅଧିକ ଲୋକ ନଡାକି କୌଣସି ଏକ ମନ୍ଦିରରେ ଛୋଟକାଟିଆ ବିବାହ କରିବେ ବୋଲି ଉଭୟ ପକ୍ଷ କଥା ହୋଇଥିଲେ । କାର୍ଡ ଛପା ସରିଥିଲା, ଝିଅ ମଧ୍ୟ ବୋହୂ ବେଶରେ ସଜ ହୋଇ ସାରିଥିଲା ।
ବର ଆସିଲେ କେବଳ ହାତଗଣ୍ଠି ପଡିଥାନ୍ତା । କିନ୍ତୁ ବର ଘରଲୋକେ ଆସି ନଥିଲେ । ଯାହାଫଳରେ ଡିମ୍ପଲ ଏହାର ପ୍ର-ତି-ବା-ଦରେ ଧାରଣା ଦେଇଛନ୍ତି । ଯେତେ ପର୍ଯ୍ୟନ୍ତ ତାଙ୍କୁ ନିଜ ସ୍ଵାମୀଙ୍କ ସହ ନ ରଖାଯାଇଛି ସେପର୍ଯ୍ୟନ୍ତ ସେ ଧାରଣାରେ ବସିବେ ବୋଲି ଦାବି କରିଛନ୍ତି । ତେବେ ଏନେଇ ବ୍ରହ୍ମପୁର ଏସପି କହିଛନ୍ତି କି ପୂର୍ବରୁ ଏହି ଘ-ଟ-ଣା-କୁ ନେଇ ମହିଳା ଥା-ନା-ରେ ଏକ ମା-ମ-ଲା ରୁ-ଜୁ ହୋଇଛି ।

ଏହି ମା-ମ-ଲା-ରେ ପ୍ରତିପକ୍ଷ ପୂର୍ବରୁ କୋ-ର୍ଟର ଦ୍ଵାରସ୍ଥ ମଧ୍ୟ ହୋଇଛନ୍ତି । ତେଣୁ ଏଠାରେ ପୋ-ଲି-ସ-ର ଭୂମିକା ଖୁବ ରହିଛି । କୋର୍ଟ ଯାହା ଆଦେଶ ଦେବେ ସେମାନେ ତାହାର ଅନୁପାଳନ କରିବେ ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।