ସ୍ଵାମୀ ନିଜ ସ୍ତ୍ରୀର ବାହାଘର କରାଇଲା ଧୁମ୍ ଧାମ୍ ରେ, କାରଣ ଜାଣିଲେ ଚମକି ପଡିବେ ଆପଣ

ଆଜି ଆମେ ଆପଣଙ୍କୁ ଏଭଳି ଏକ ଖବର କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ, ଏହି ଖବର ଏକ ବିବାହ ସମ୍ବନ୍ଧିତ, ଏବଂ ଆପଣ ଏହି ଭଳି ବିବାହ ବିଷୟରେ କେବଳ ଫିଲ୍ମ ରେ ଦେଖିଥିବେ କି ଶୁଣି ଥିବେ । ଏହି ଖବର ଉତ୍ତର ପ୍ରଦେଶ  କାନପୁର ର ସନିଗବା ର ଅଟେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠି ଜଣେ ସ୍ଵାମୀ ନିଜ ସ୍ତ୍ରୀର ବିବାହ  ବହୁତ ଧୁମ ଧାମ ରେ ସମସ୍ତଙ୍କ ଆଗରେ କରି ଥିଲେ । ଏହି ଅଜବ ବିବାହରେ ଆଖ ପାଖ ଗାଁ ର ସମସ୍ତ ଲୋକ ଯୋଗ ଦେଇଥିଲେ । ସୁଜିତ ନାମକ ପୁଅ ର ବିବାହ ଶ୍ୟାମ ନଗର ରେ ରହୁଥିବା ଝିଅ ଶାନ୍ତି ସହ ହୋଇ ଥିଲା ।

କିନ୍ତୁ ବିବାହର ପନ୍ଦର ଦିନ ପରେ ଶାନ୍ତି ତା ବାପ ଘରକୁ ପଳେଇ ଥିଲା । ଏବଂ ଯେବେ ବି ତାର ସ୍ଵାମୀ ତାକୁ ଆଣିବା ପାଇଁ କୁହେ ସେ କିଛି ନା କିଛି ବାହାନା କରି ଆସିବାକୁ ମନା କରିଦିଏ । କିନ୍ତୁ ଶାଶୁଘର ଲୋକ ବାରମ୍ବାର କହିବାରୁ ସେ ଫେରିଥିଲା । ଏହା ବ୍ୟତୀତ ସୁଜିତ ବା (ଗୋଲୁ) ପ୍ରାୟ ଦେଖେ ସେ କାହା ସହ ଫୋନ ରେ ଘଣ୍ଟା ଘଣ୍ଟା ଧରି କଥା ହୁଏ, କିନ୍ତୁ ଗୋଲୁ ଜାଣି ନଥିଲା ସେ ବ୍ୟକ୍ତି କିଏ । ଏହା ପରେ ସେ ଯେତେବେଳେ ଏହି କଥା ସମସ୍ତଙ୍କୁ କହିଲା ସମସ୍ତେ ତାକୁ ତାର ସ୍ତ୍ରୀ କୁ ଛାଡପତ୍ର ଦେବା ପାଇଁ କହିଲେ । ଯଦିଓ ସେହି ସମୟରେ ଗୋଲୁ ମୁଣ୍ଡରେ ଅଲଗା କିଛି ଚାଲିଥିଲା ।

ଗୋଲୁ ଜାଣି ସାରିଥିଲା ଯେ ତାର ସ୍ତ୍ରୀ ଆଉ କାହା ସହ ନୁହେଁ ବରଂ ତାର ପ୍ରେମିକ ସହ କଥା ହେଉଛି । ଏହି କଥା ଜାଣିବା ପରେ ଗୋଲୁ ତାର ସ୍ତ୍ରୀ ର ବିବାହ ତାର ପ୍ରେମିକ ସୋନୁ ଯାଦବ ସହ କରାଇ ଦେଇଥିଲେ । ସେ ବିବାହ ପୁରା ଧୁମଧାମ ରେ କରିଥିଲେ । ନିଜ ସ୍ତ୍ରୀକୁ ସେ ନିଜ ଘରୁ ବିଦା କରିବା ସମୟରେ ତାଙ୍କ ଆଖିରେ ଖୁସି ଓ ଦୁଃଖ ର ଲୁହ ଆସିଯାଇଥିଲା ।

ସୋନୁ ଯାଦବ ଓ ଶାନ୍ତି ଙ୍କ ପ୍ରେମ କାହାଣୀ ଏକ ମିସକଲ୍ ରୁ ଆରମ୍ଭ ହୋଇଥିଲା । ପ୍ରଥମେ ସେ ଫୋନ ରେ କଥା ହେଉଥିଲେ, ଓ ପରେ ସେ ଦୁଇଜଣ ଦେଖା ହୋଇଥିଲେ । ସେହି ଦେଖା ସାକ୍ଷାତ ଦିନକୁ ଦିନ ବଢିବାକୁ ଲାଗିଲା । ଏବଂ ସେମାନେ ଉଭଯଙ୍କୁ ବହୁତ ଭଲ ପାଇବସିଲେ । କିନ୍ତୁ ଏହା ଭିତରେ ଶାନ୍ତି ର ଘର ଲୋକ ତାର ବିବାହ ଗୋଲୁ ସହ ଠିକ କରି ଦେଇଥିଲେ ।

ଏବଂ ଶାନ୍ତି ମଧ୍ୟ ଏହି ବିବାହ ପାଇଁ ମନା କରିପାରି ନଥିଲା । ଯଦିଓ ସେ ଏହି ବିବାହ ରେ ଖୁସି ନଥିଲା, କିନ୍ତୁ ବାଧ୍ୟରେ ସେ ଏହି ବିବାହ କରିଥିଲା । ବାହାଘର ପରେ ମଧ୍ୟ ସେ ତାର ପ୍ରେମିକ ସହ କଥା ହେଉଥିଲା । ଏମିତିରେ ଦିନେ ଗୋଲୁ ତାଙ୍କୁ କଥା ହେବାର ଧରିଥିଲା ଓ ସେହି ସମୟରେ ସେ ତାଙ୍କ ଦୁଇଜଣଙ୍କର ବିବାହ କରିବା ପାଇଁ ଠିକ କରିଥିଲା ।

ଆମେ ତ ଏହା ହିଁ କହିବୁ ପ୍ରେମ ଏବଂ ବିବାହ ତା ସହ କର ଯିଏ ତମକୁ ବହୁତ ଭଲ ପାଉଛି ।