ଏକ ଏମିତି ଅଦ୍ଭୁତ ୧୨୦୦ ବର୍ଷ ପୁରୁଣା ମନ୍ଦିର, ଯେଉଁଠି ପକା ହେଇ ସାରିଲାଣି 3 ହଜାର ଉପରେ ବମ, କିନ୍ତୁ ହୋଇନାହିଁ ଟିକିଏ ବ କ୍ଷତି

ଭାରତ କୁ ଦେବା ଦେବୀ ଏବଂ ମନ୍ଦିର ମାନଙ୍କ ଦେଶ ବୋଲି କୁହାଯାଏ । ଏମିତି ଏକ ମନ୍ଦିର ଅଛି ରାଜସ୍ଥାନ ରେ ଭାରତ ଏବଂ ପାକିସ୍ତାନ ର ସୀମାରେ ଅବସ୍ଥିତ ତନୋଟ ମାଙ୍କର ମନ୍ଦିର । ଏହି ମନ୍ଦିରରେ ୧୯୬୫ ଭାରତ ପାକିସ୍ତାନ ଲଢେଇ ପରେ ଏହି ମନ୍ଦିର ନିଜର ଚମକ୍ତାର ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ହୋଇଯାଇଥିଲା । ସେହି ଲଢେଇ ସମୟରେ ପାକିସ୍ତାନ ତରଫରୁ ଏହି ମନ୍ଦିର ଉପରେ ୩୦୦୦ ବମ ପକା ଯାଇଥିଲା, କିନ୍ତୁ ମନ୍ଦିରର କିଛି କ୍ଷୟକ୍ଷତି ହୋଇ ନଥିଲା । କେବେଳ ଏତିକି ନୁହେଁ ମନ୍ଦିର ପାଖରେ ୪୫୦ ବମ ପଡିଥିଲା, ତାହା ଫାଟି ନଥିଲା ।

ସେହି ବମ ଗୁଡିକୁ ମନ୍ଦିରର ସଂଗ୍ରହାଳୟରେ ମନ୍ଦିର କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଦେଖିବା ପାଇଁ ରଖାଯାଇଅଛି । ସେହି ଯୁଦ୍ଧ ପରେ ମନ୍ଦିର ର ସୁରକ୍ଷା ର ଦାୟୁତ୍ଵ ବିଏସଏଫ ନିଜ ଉପରେ ନେଲା । ତନୋଟ ମାଙ୍କୁ ଆୱଡା ମାଙ୍କ ନାମରେ ଭି ସମସ୍ତେ ଜାଣନ୍ତି ।

ଏହାଙ୍କୁ ହିଂଗଲାଜ ମାତାଙ୍କ ଏକ ରୂପ ବୋଲି କୁହାଯାଏ । ହିଂଗଲାଜ ମାତା ର ଶକ୍ତିପୀଠ ପାକିସ୍ତାନ ର ବେଲୁଚିସ୍ଥାନ ଅବସ୍ଥିତ । ଏହି ମନ୍ଦିର ବିଷୟରେ ବହୁତ ପ୍ରକାର ପ୍ରାଚୀନ କାହାଣୀ ପ୍ରଚଳିତ ଅଛି ।ଗୋଟେ କାହାଣୀ ଅନୁସାରେ ମାମଡିୟା ନାମକ ଏକ ଚାରୁହା ନିଜର ସନ୍ତାନ ପ୍ରାପ୍ତି ପାଇଁ ହିଂଗଲାଜ ଶକ୍ତିପୀଠ କୁ ୭ ଥର ପଦ ଯାତ୍ରା କରିଥିଲା ।

ମାତା ପ୍ରସନ୍ନ ହୋଇ ଚାରୁହା ର ସ୍ଵପ୍ନ ରେ ଆସିଲେ ଏବଂ ତାହାର ଇଛା ପଚାରିଲେ । ସେ କହିଲା କି ମାତା ଆପଣ ମୋ ଠାରେ ଜନ୍ମ ନିଅନ୍ତୁ । ମାତା ଚାରୁହା ର ପ୍ରାର୍ଥନା ଶୁଣି ତାକୁ ୭ ଟି ଝିଅ ଏବଂ ଗୋଟିଏ ପୁଅ ର ଆଶୀର୍ବାଦ ଦେଲେ । ସେହି ୭ ଝିଅ ମଧ୍ୟରୁ ଗୋଟିଏ ଥିଲା ଆୱଡ ଯିଏ ବିକ୍ରମ ସମ୍ବତ ୮୦୮ ରେ ଚାରୁହା ଘରେ ଜନ୍ମ ନେଇଥିଲା । ଚାରୁହା ର ୭ ଟି ଝିଅଙ୍କ ଦିବ୍ୟ ଚମତ୍କାରୀ ଯୁକ୍ତ ଥିଲେ ।

ସେମାନେ ହୁଣୋ ଆକାରମାନରୁ ମାଡ଼ ପ୍ରଦେଶ ର ରକ୍ଷା କରିଥିଲେ। ଏହା ପରେ ମାଡ଼ ପ୍ରଦେଶ ରେ ଆବଡ଼ ମାତା ଙ୍କ କୃପା ରେ ଭାଟ୍ଟୀ ରାଜପୁତ ଙ୍କର ସୁଦୃଢ ରାଜ୍ୟ ସ୍ଥାପନ ହୋଇଥିଲା। ରାଜା ତଣୁରାୱ ଭାଟୀ ଏହି ସ୍ଥାନକୁ ନିଜର ରାଜଧାନୀ ବନାଇଥିଲେ ଏବଂ ମାତାଙ୍କୁ ସ୍ଵର୍ଣ ସିଂହାସନ ଭେଟି ଦେଇଥିଲେ ।

ଏଭଳି ମାନ୍ୟତା ଅଛି ଯେ ବିକ୍ରମ ସଂବତ ୮୨୮ ରେ ଆୱ୍ଡ଼ ମାତା ନିଜର ଭୌତିକ ଶରୀର ରହିବା ଅବସ୍ଥାରେ ଏଠି ନିଜର ସ୍ଥାପନା କରିଥିଲେ ।