ସ୍ଵାମୀକୁ ବନ୍ଧୁକ ଦେଖେଇ ସ୍ତ୍ରୀକୁ ସିନ୍ଦୂର ପିନ୍ଧାଇ ବିବାହ କଲା ପ୍ରେମିକ ଆଉ ଭିଡିଓ ବି ବନେଇଲା, କିନ୍ତୁ ପରେ ଯେଉଁ ସତ ସାମ୍ନାକୁ ଆସିଲା ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ !

ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସନମ୍’ ରେ ଯେତେବେଳେ ଅଜୟ ଦେବଗନ ନିଜ ପତ୍ନୀ ଐଶ୍ଵର୍ଜ୍ଯାଙ୍କୁ ତାଙ୍କ ପ୍ରେମୀ ସଲମାନଙ୍କ ସହ ମିଶାଇବାକୁ ଚେଷ୍ଟା କରୁଥିଲେ, ସେତେବେଳେ ଲୋକମାନେ ପ୍ରେମର ଏକ ନୂଆ ସ୍ୱରୂପ ଦେଖିବାକୁ ପାଇଥିଲେ । ଆଜି ଆମେ ଆପଣଙ୍କୁ ଏହିପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ, ଯାହା ଦେଖିଲେ ଆପଣଙ୍କୁ ସେହି ଫିଲ୍ମି ପ୍ରେମ କାହାଣୀ ମନେ ପଡିଯିବ । ଏହି ଘଟଣାଟି ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ପ୍ରେମିକ ସ୍ଵାମୀ ସାମ୍ନାରେ ସ୍ତ୍ରୀ ମୁଣ୍ଡରେ ସିନ୍ଦୂର ଲଗାଉଥିବାର ଦେଖିବାକୁ ମିଳୁଛି । ଏହାସହ ଉଭୟ ସ୍ଵାମୀ ବିକାଶ, ସ୍ତ୍ରୀ ଶିବାନୀ ଓ ତାଙ୍କ ପ୍ରେମିକ ସଚିନଙ୍କ ବୟାନ ମଧ୍ୟ ମିଳିଛି । ଭିଡିଓରେ ପ୍ରେମିକଙ୍କ କହିବା ମୁତାବକ, ଶିବାନୀ ଓ ସେ ଉଭୟ ଏକ କମ୍ପାନୀରେ କାମ କରନ୍ତି । କାର୍ଯ୍ୟ କରିବା ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହାଫଳରେ ସଚିନ ଶିବାନୀଙ୍କୁ ବିବାହ ନକଲେ ସେ ମରିଯିବେ ବୋଲି କହିଥିଲେ । ସେଥିପାଇଁ ସଚିନ ବାଧ୍ୟ ହୋଇ ତାଙ୍କୁ ସିନ୍ଦୂର ପିନ୍ଧାଇ ବିବାହ କରିଛନ୍ତି ।

ଶିବାନୀଙ୍କୁ ପଚରା ଯିବାରୁ ସେ ମଧ୍ୟ ସେହି ସମାନ କଥା କହିଥିଲେ । ଶିବାନୀଙ୍କ ସ୍ଵାମୀ ବିକାଶ ନିଜ ପ୍ରତିକ୍ରିୟାରେ କହିଥିଲେ କି, ଯଦି ଶିବାନୀ ସଚିନଙ୍କ ସହ ରହିବାକୁ ଚାହୁଁଛନ୍ତି ତେବେ ଏଥିରେ ତାଙ୍କର କୌଣସି ଅସୁବିଧା ନାହିଁ ଏବଂ ତାଙ୍କ ପରିବାର ପକ୍ଷରୁ ମଧ୍ୟ ଏନେଇ କୌଣସି ଅସୁବିଧା ଉପୁଜିବ ନାହିଁ । ଭିଡିଓରେ ଆପଣ ଦେଖି ପାରୁଥିବେ ସ୍ଵାମୀ ଏବଂ ତାଙ୍କ ଘରଲୋକଙ୍କ ସାମ୍ନାରେ ଶିବାନୀଙ୍କୁ ସିନ୍ଦୂର ପିନ୍ଧାଇ ସଚିନ ବିବାହ କରୁଛନ୍ତି । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ତେବେ ଘଟଣାର ସତ୍ୟତା ଜାଣିବା ପାଇଁ କିଛି ସାମ୍ବାଦିକ ଶିବାନୀଙ୍କ ଶ୍ଵଶୁର ଘରକୁ ଯାଇ ପଚରା ଉଚରା କରିଥିଲେ । ଆଉ ଏହାପରେ ପ୍ରକୃତ ସତ କଥା ସାମ୍ନାକୁ ଆସିଥିଲା । ବିକାଶଙ୍କ ଘରଲୋକଙ୍କ କହିବା ମୁତାବକ, ସଚିନ ଏକ ବନ୍ଧୁକ ଧରି ତାଙ୍କ ଘରକୁ ପଶି ଆସିଥିଲେ ଏବଂ ସମସ୍ତଙ୍କୁ ବନ୍ଧୁକ ମୁନରେ ରଖିଥିଲେ । ଏହାପରେ ସେ ଶିବାନୀଙ୍କୁ ସିନ୍ଦୂର ପିନ୍ଧାଇ ସମସ୍ତଙ୍କ ସାମ୍ନାରେ ବିବାହ କରିଥିଲେ । ଯାହାର ଭିଡିଓ ମଧ୍ୟ ସେ ବନାଇଥିଲେ ।

କେବଳ ଏତିକି ନୁହେଁ ବରଂ ଶିବାନୀ ବିକାଶଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ ବୋଲି ବିକାଶଙ୍କ ବାପା କହିଛନ୍ତି । ବର୍ତ୍ତମାନ ଏହି ମାମଲାରେ ବିକାଶଙ୍କ ପରିବାର ଥାନାରେ ଏତଲା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।