ଏହି ଗୋଟିଏ ଜିନିଷର ସେବନରେ କେବେ ହେବ ନାହିଁ କବ୍ଜ, ଏସିଡିଟି, ମୋଟାପା, ଖାଲି ତରିକା ଜାଣି ନିଅନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ ଯେମିତି ଆପଣଙ୍କୁ ପ୍ରୋଟିନ, ଭିଟାମିନ, ମିନରଲ୍ସର ଆବଶ୍ୟକତା ହୋଇଥାଏ ଠିକ ସେହିଭଳି ଫାଇବର ବି ଆପଣଙ୍କ ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ । କହିବାକୁ ଗଲେ ଫାଇବାର ଆପଣଙ୍କ ଶରୀରକୁ ସଠିକ ଭାବରେ କାମ କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଆପଣଙ୍କ ଶରୀରରେ ଫାଇବର ମାତ୍ରା କମ ଥାଏ ତେବେ ଆପଣଙ୍କୁ ବହୁତ ଗମ୍ଭୀର ରୋଗ ହୋଇପାରେ ।

ଯେତେବେଳେ ଆମର ଶରୀରରେ ଫାଇବର ମାତ୍ର କମ ହୋଇଯାଏ ତେବେ ଆମର ଶରୀର ତାକୁ ଭିନ୍ନ ଭିନ୍ନ ରୂପରେ କହିବାକୁ ଚେଷ୍ଟା କରିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଫାଇବର କମ ହେବା ଦ୍ଵାରା ଆମକୁ କେଉଁ କେଉଁ ସବୁ ରୋଗ ହୋଇଥାଏ ଓ ଫାଇବରର ହୀନତାକୁ କେଉଁଭଳି ଭାବରେ ଦୂର କରି ହେବ । ଖାଦ୍ୟରେ ଫାଇବର କମ ହେବା ଦ୍ଵାରା ଓଜନ ବଢିଥାଏ, ରକ୍ତରେ ସୁଗାରର ମାତ୍ର ବଢିଯିବା, ବାରମ୍ବାର ଭୋକ ଲାଗିବା, ପେଟ ସମସ୍ୟା, ତ୍ଵଚା ସମ୍ବନ୍ଧିତ ସମସ୍ୟା ଶରୀରରେ ନଜର ଆସିଥାଏ ।

କିନ୍ତୁ ଏହା ପୂର୍ବରୁ ଆମେ ଆପଣଙ୍କୁ କିଛି ଏମିତି ଖାଦ୍ୟ ପଦାର୍ଥ ବିଷୟରେ କହିଦେଉଛୁ ଯେଉଁଥିରେ ବିଲକୁଲ ବି ଫାଇବର ନ ଥାଏ ଓ ଏହା ସହିତ ଏହି ସବୁ ଖାଦ୍ୟରେ ସୁଗାର ଓ ଫ୍ୟାଟର ମାତ୍ରା ବହୁତ ଅଧିକଥାଏ । ଯାହାକି ପାଚନ ଓ ଶରୀରକୁ ବହୁତ ଅଧିକ କ୍ଷତି ପହଞ୍ଚାଇ ଥାଏ । ମଇଦା ଦ୍ଵାରା ପ୍ରସ୍ତୁତ ଆଇସକ୍ରିମ, ପିଜା, ବର୍ଗର, ସିଙ୍ଗଡା, କୋଲ୍ଡଡ୍ରିଂକ୍ସ, ଚିପ୍ସ, ଚକଲେଟ, ମିଠା ଓ ବାହାର ଦୋକାନରେ ମିଳୁଥିବା ପାଖପାଖି ସବୁ ଜିନିଷରେ ଫାଇବର ବିଲକୁଲ ବି ମିଳି ନ ଥାଏ ।

କାରଣ ଏହି ସବୁ ଜିନିଷ ତେଲ କିମ୍ବା ଚିନି ଦ୍ଵାରା ତିଆରି ହୋଇଥାଏ । ଯାହାକି କବ୍ଜ, ଡାୟବେଟିଜ, କୋଲେଷ୍ଟ୍ରୋଲ, ପିମ୍ପ୍ଲସ ଓ ବିଭିନ୍ନ ପ୍ରକାରର ରୋଗର କାରଣ ହୋଇଥାଏ । ଉପରୋକ୍ତ ସବୁ ଖାଦ୍ୟକୁ ସେବନ କରିବାକୁ ପ୍ରାୟତଃ ନଜର ଅନ୍ଦାଜ କରନ୍ତୁ । ଯଦି ଆପଣ ଏହି ଖାଦ୍ୟ ପଦାର୍ଥର ସେବନ କରୁଛନ୍ତି ତେବେ କେବେ ବି ଖାଲି ପେଟରେ ଏହାର ସେବନ କରନ୍ତୁ ନାହିଁ । କାରଣ ଏହା ଶରୀରକୁ ଆହୁରି ଅଧିକ କ୍ଷତି ପହଞ୍ଚାଇ ଥାଏ ।

ବର୍ତ୍ତମାନ ଆମେ ଫାଇବରର ଆଧାରରେ କିଛି ପ୍ରାକୃତିକ ଖାଦ୍ୟ ପଦାର୍ଥକୁ ତିନୋଟି କ୍ୟାଟାଗୋରୀରେ ବିଭାଜନ କରିବୁ । ପ୍ରଥମ କ୍ୟାଟାଗୋରୀରେ ରାଜମା, ବୁଟ, ଓଟ୍ସ, ବ୍ରାଉନ ରାଇସ, କାକୁଡି, ଗାଜର, ବିଟ, ବ୍ରୋକଲି, ମଟର, ପାଲକ, ସମସ୍ତ ପ୍ରକାରର ଡାଲି, ସେଓ, କଦଳୀ ଓ ସମସ୍ତ ପ୍ରକାରର ଫଳ ଓ ପନିପରିବାରେ ଫାଇବର ଭଲ ମାତ୍ରାରେ ଥାଏ ।

କିନ୍ତୁ ଦ୍ଵିତୀୟ କାଟାଗୋରୀର ଖାଦ୍ୟରେ ଫାଇବର ତ ଥାଏ କିନ୍ତୁ ତାକୁ ବାହାର କରି ଦିଆଯାଏ । ଯେଉଁ କାରଣରୁ ସେଥିରେ ଫାଇବର ମାତ୍ରା କମ ହୋଇଯାଏ । ଯେମିତି କି ବିନା ଚୋପା ବାଲା ଆଳୁ, ଶୁଦ୍ଧ ଅଟା ଅର୍ଥାତ ଚୋକଡକୁ ଅଟାରୁ ଅଲଗା କରିବା ।

ତୃତୀୟ କ୍ୟାଟାଗୋରୀରେ ଏହିଭଳି ଖାଦ୍ୟ ପଦାର୍ଥ ଆସିଥାଏ ଯେଉଁଥିରେ ଫାଇବର ବିଲକୁଲ ବି ନ ଥାଏ । ଯେମିତି କି ଧଳା ରାଇସ, ମାଂସ, ମାଛ, ଅଣ୍ଡା ଓ ସମସ୍ତ ପ୍ରକାରର ନଭେଜ ଫୁଡ ଆସିଥାଏ । ଏହି ସବୁ ଖାଦ୍ୟ ପଦାର୍ଥର ସେବନ କରନ୍ତୁ କିନ୍ତୁ ସଠିକ ଭାବରେ କରନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।