କରୋନା ସମୟରେ ଏକ ଭଲ ଖବର, ନୂଆ ରିସର୍ଚରେ ଦାବି କି ଏହି ବୟସର ଲୋକଙ୍କୁ ହେଉ ନାହିଁ ସଂକ୍ରମଣ

ଚୀନ ପ୍ରସାର କରିଥିବା କରୋନା ଭାଇରସ ସାରା ଦୁନିଆ ପାଇଁ ଏକ ମହାମାରୀ ନେଇ ଆସିଛି, ଯାହା ଦୁନିଆକୁ ଗତ ୪ମାସ ହେଲାଣି ବନ୍ଦୀ କରି ରଖିଛି । ସାରା ଦୁନିଆରେ ଏହି କରୋନା ଭାଇରସ ସମୟରେ ବୁଧବାର ସକାଳ ପର୍ଯ୍ୟନ୍ତ ୪,୪୧,୬୬୮ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୧୯୦୩ ଲୋକଙ୍କର ଏହି ଭାଇରସରେ ମୃତ୍ୟୁ ହୋଇଛି । ସାରା ଦୁନିଆରେ ଏହି ଭାଇରସରେ ୮୧ଲକ୍ଷ ୬୨ହଜାର ସଂକ୍ରମିତ ହୋଇଛନ୍ତି ଏବଂ ଭାରତରେ ୩ଲକ୍ଷ ୫୪ହଜାର ପାଖାପାଖି ଅଟେ । ଏମିତି ପରିସ୍ଥିତିରେ ଏକ ଭଲ ଖବର ଆସିଛି । ଏକ ରିସର୍ଚ ଅନୁସାରେ ୨୦ବର୍ଷରୁ କମ ବୟସର ଲୋକଙ୍କୁ କରୋନା ଭାଇରସ ହେବାର ସମ୍ଭାବନା କମ ରହିଛି ।

ମଙ୍ଗଳବାର ଦିନ ଏକ ନୂଆ ରିସର୍ଚରେ ଦାବି କରାଯାଇଛି କି ୨୦ବର୍ଷ ବୟସର କମ ଲୋକଙ୍କୁ ସଂକ୍ରମଣ ଭୟ କମ ଅଛି । ଇଟାଲୀ, ଜାପାନ, ଚୀନ, କାନାଡା, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ସମେତ ୩୨ଦେଶ ତାଲିକାରୁ ଜଣା ପଡିଛି କି ୭୦ବର୍ଷରୁ ଅଧିକ ବୟସର ଲୋକଙ୍କ ଠାରେ ଏହି ଭାଇରସ ଦେଖା ଦେଉଛି ।

ବିଶେଷଜ୍ଞ ମାନେ ମଧ୍ୟ ସେମାନଙ୍କର ଏହି ରିସର୍ଚକୁ ବୟସ ଅନୁସାରେ ଏକ ରୂପ ଦେଇଛନ୍ତି । ସେମାନେ ତାଙ୍କ ରିସର୍ଚରେ କହିଛନ୍ତି କି ବିଦ୍ୟାର୍ଥୀ ମାନଙ୍କର ବୟସକୁ ଦେଖି ବୈକ୍ଷକ ରୂପରେ ସ୍କୁଲ ବନ୍ଦ ହେବା ଦ୍ଵାରା ସଂକ୍ରମଣ ଉପରେ କୌଣସି ବଡ ପ୍ରଭାବ ପଡିବ ନାହିଁ । ଲଣ୍ଡନ ସ୍କୁଲ ଅଫ ହାଇଜେନିକ ଆଣ୍ଡ ଟ୍ରୋପିକାଲ ମେଡ଼ିସିନ ରେ ସଂକ୍ରମକ ରୋଗ ମାଡ଼େଲର ରୋସାଲିଙ୍ଗ ଏଗୋ ରାୟଟରଙ୍କୁ କହିଛନ୍ତି କୋଭିଡ-୧୯ ପାଇଁ ସ୍କୁଲ ବନ୍ଦ ହେବା ଦ୍ଵାରା ବହୁତ କମ ପ୍ରଭାବ ହେବ ।

ସେ ସତର୍କ ମଧ୍ୟ କରିଛନ୍ତି କି ବିଭିନ୍ନ ପରିଣାମ ଜାଣିବା ପାଇଁ ଏହି ଅନୁସନ୍ଧାନ ଗୁଡିକୁ ପୁଣିଠାରେ ପ୍ରସ୍ତୁତ କରାଯିବା ଉଚିତ ନୁହେଁ । ଜର୍ନାଲ ନେଚର ମେଡ଼ିସିନ ଏହି ଅଧ୍ୟୟନ ପ୍ରକାଶ କରିଛନ୍ତି । ତାଙ୍କ ଅନୁସାରେ ବୟସ୍କଙ୍କ ତୁଳନାରେ ଏହି ଭାଇରସ ପିଲା ମାନଙ୍କ ଠାରେ ଏହି ଭାଇରସ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ କିନ୍ତୁ ଏହା କମ ପ୍ରଭାବଶାଳି ଏବଂ କମ ଗୁରୁତର ହୋଇ ଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।