ସୁଶାନ୍ତଙ୍କ ସିଂହ ରାଜପୁତଙ୍କ ମୃତ୍ୟୁପରେ ପୁଣିଥରେ ଜିୟା ଖାନଙ୍କ ମା ନିଜର ଦୁଖକୁ ଜାହିର କଲେ, ଏବେ ସଲମାନ ଖାନଙ୍କ ଉପରେ ଲଗାଇଲେ ଏହି ଆରୋପ

ବଲୀଉଡର ପୂର୍ବ ଅଭିନେତ୍ରୀ ଜିୟା ଖାନଙ୍କ ମା ରାବିୟା ଖାନ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆକସ୍ମିତ ନିଧନ ପରେ ଶୋକ ବ୍ୟକ୍ତ କରି ନିଜ ଝିଅର ଆତ୍ମହତ୍ୟା ବିଷୟକୁ ନେଇ ପୁଣି ଥରେ ବଲୀଉଡ ବିଷୟରେ ନିଜର ରାୟ ରଖିଛନ୍ତି । ସେ ନିଜ ଝିଅର ନିଧନ ସମୟକୁ ବି ମନେ ପକାଇଛନ୍ତି । ସଲମାନ ଖାନ ବର୍ଷ ୨୦୧୫ରେ ତାଙ୍କ ଝିଅର ଆତ୍ମହତ୍ୟାର ଯାଞ୍ଚକୁ ରୋକିବା ଓ ନିଜ ଶକ୍ତି ଦ୍ଵାରା ସୁରଜ ପଞ୍ଚୋଲିର ଭୁଲ ଉପରେ ପରଦା ପକାଇବାରେ ପ୍ରୟାସ କରିଥିଲେ ।

ରାବିୟା ନିଜର ଏକ ଭିଡିଓ ଶେୟାର କରି ସେଥିରେ କହିଛନ୍ତି କି, ‘ବର୍ତ୍ତମାନ ଯାହା ବି କିଛି ହୋଇଛି ତାହା ମୋତେ ୨୦୧୫ କଥା ମନେ ପକାଇ ଦେଇଛି । ଯେତେବେଳେ ମୁଁ ଏକ ସିବିଆଇ ଅଫିସର ସହ ସାକ୍ଷାତ କରିବାକୁ ଯାଇଥିଲି । ଯିଏ ମୋତେ କଲ କରି ଲଣ୍ଡନରୁ ଏଠି ଡାକି ଥିଲେ ।‘ ଜିୟାଙ୍କ ମା ଆଗକୁ କହିଲେ, ‘ ସିବିଆଇ ଅଫିସର ମୋତେ କହିଥିଲେ କି ଆପଣ ଏଠାକୁ ଆସନ୍ତୁ କାରଣ ଆମେ ଆପଣଙ୍କୁ କିଛି ଆଶ୍ଚର୍ଯ୍ୟ କରିଦେବା ବାଲା ପ୍ରମାଣ ଦେବୁ ।

ମୁଁ ଯେତେବେଳେ ଏଠି ଆସିଲି, ତେବେ ସେ ମୋତେ କହିଲେ କି ସଲମାନ ଖାନ ସବୁଦିନ ଆମ ପାଖକୁ ଫୋନ କରନ୍ତି ଓ ସେ କୁହନ୍ତି କି ସେହି ଯୁବକକୁ ହଇରାଣ କର ନାହିଁ । ତାକୁ ପଚରା ଉଚରା କର ନାହିଁ । ତାକୁ ଛୁଇଁବ ନାହିଁ କାରଣ ମୁଁ ତାଙ୍କ ଉପରେ ବହୁତ ଟଙ୍କା ଲଗାଇଛି । ବର୍ତ୍ତମାନ ଏମିତିରେ ଆମେ କଣ କରି ପାରିବୁ ମ୍ୟାଡମ? ସେ ବହୁତ ଚିନ୍ତିତ ଓ ନିରାଶ ଦେଖା ଯାଉ ଥିଲେ ।‘

ସେ ଆଗକୁ କୁହନ୍ତି କି, ‘ମୋର ସଂବେଦନ ସୁଶାନ୍ତଙ୍କ ପରିବାର ସହିତ ଅଛି । ଏହା ହୃଦୟକୁ ଭାଙ୍ଗି ଦେଉଥିବା ଖବର ଅଟେ । ବଲୀଉଡକୁ ବଦଳିବାର ଅଛି । ବଲୀଉଡକୁ ଜୀବିତ କରିବାର ଅଛି । ବଲୀଉଡକୁ ପୁରାପୁରୀ ପରିବର୍ତ୍ତନ ହେବାର ଅଛି । ବଲୀଉଡରେ ଧମକ ଦେବା ବନ୍ଦ କରିବାର ଅଛି । କାରଣ ଧମକ ଦେବା ଏକ ପ୍ରକାରରେ ଆତ୍ମହତ୍ୟା କରିବା ଭଳି ଅଟେ ।‘

Image courtesy: Google

ସେ ଶେଷରେ କୁହନ୍ତି କି, ‘ଯଦି ଏମିତି ହିଁ ହେଉଥିବ ଯେତେବେଳେ ଆପଣ ନିଜର ଶକ୍ତି ଓ ଟଙ୍କା ଦମରେ ଯାଞ୍ଚ ଓ ମୃତ୍ୟୁର କାର୍ଯ୍ୟକାରୀକୁ ଅଟକାଇବାକୁ ପ୍ରୟାସ କରୁଥିବେ, ତେବେ ମୋତେ ଜଣା ନାହିଁ କି ଲୋକମାନେ କେଉଁଠିକୁ ଯିବେ । ଆପଣଙ୍କୁ କହିଦେଉଛୁ କି ଜିୟା ଖାନ ୨୫ ବର୍ଷ ବୟସରେ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ତାଙ୍କର ବୟଫ୍ରେନ୍ଡ କୁହାଯାଉଥିବା ସୁରଜ ପଞ୍ଚୋଲିଙ୍କ ଉପରେ ଜିୟା ଖାନ ଆତ୍ମହତ୍ୟାର ଆରୋପ ଲାଗିଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।