ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ କେଉଁଠି ନା କେଉଁଠି ତାଙ୍କ ଚାକରର ହାତ ଅଛି, ଦିପେଶ ଓ ଆଦିତ୍ୟ ଠାକରେ Connection

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ପାଖପାଖି ୨ ମାସ ହୋଇ ଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ଆତ୍ମହତ୍ୟାର ଅସଲ କାରଣ ବିଷୟରେ ଜଣା ପଡିଲା ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ସୁଶାନ୍ତଙ୍କ କେସକୁ ନେଇ ଏକ ନୂଆ ଅପଡେଟ ସାମ୍ନାକୁ ଆସୁଛି । କହିବାକୁ ଗଲେ ୨ ମାସ ହେବ ଫେରାର ଥିବା ଦୀପେଶ ସାବନ୍ତ ବର୍ତ୍ତମାନ ଧରା ପଡିଛି ଓ ତାକୁ ED ଅଫିସରମାନେ ଜେରା କରୁଛନ୍ତି । କାରଣ ଦୀପେଶ ସାବନ୍ତ ଜଣେ ହିଁ ବ୍ୟକ୍ତି ଅଟେ ଯିଏ ସୁଶାନ୍ତଙ୍କ କେସରେ ବହୁତ କିଛି ଜାଣିଛି ।

କାରଣ ରିୟା ଚକ୍ରବତ୍ତୀ ED ଅଫିସରକୁ କହିଛନ୍ତି କି ସର୍ବେ ପ୍ରଥମେ ସୁଶାନ୍ତ ସିଂହ ରାଜପୁତଙ୍କ ଘରେ ଦୀପେଶ ସାବନ୍ତ ହିଁ ପହଞ୍ଚି ଥିଲା । ଏହା ଛଡା ଏମ୍ବୁଲାନ୍ସ ଡ୍ରାଇଭରର ବୟାନ ଅନୁସାରେ ଦୀପେଶ ସାବନ୍ତକୁ ଯେତେବେଳେ ଏମ୍ବୁଲାନ୍ସ ଡ୍ରାଇଭର କିଛି ପ୍ରଶ୍ନ କରିଥିଲା ତେବେ ଦୀପେଶ ସାବନ୍ତ ଡରି ଯାଇ କାହାକୁ ଫୋନ କରିଥିଲା ଓ ଏହା ପରେ ଏମ୍ବୁଲାନ୍ସ ଚେଞ୍ଜ ହୋଇଗଲା ।

ଯାହାକି ବହୁତ ଆଶ୍ଚର୍ଯ୍ୟକର ଘଟଣା ଅଟେ । ଏହା ପରେ ଅନ୍ୟ ଏକ ଏମ୍ବୁଲାନ୍ସ ଆସିଥିଲା ଯିଏକି ସୁଶାନ୍ତଙ୍କୁ କୁପର ହସ୍ପିଟାଲ ନେଇ ଯାଇ ଥିଲା । ବର୍ତ୍ତମାନ CBI ଏହି ସୂଚନାକୁ ଆଧାର କରି ଦୀପେଶ ସାବନ୍ତଙ୍କୁ ଜେରା କରିବାକୁ ଚାହୁଁଛନ୍ତି । ଏହା ଛଡା ରିୟା ଚକ୍ରବତ୍ତୀ କହିଛନ୍ତି କି ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଦୀପେଶ ସାବନ୍ତ ହିଁ ତାଙ୍କୁ ଜୁସ ଦେଇ ଥିଲେ । ଏହା ଛଡା ଦୀପେଶ ସାବନ୍ତଙ୍କ ଆକାଉଣ୍ଟରୁ ଯେଉଁ ୨୨ ଲକ୍ଷ ଟଙ୍କା ମିଳିଥିଲା ତାହାକୁ ନେଇ ବି CBI ଯାଞ୍ଚ କରୁଛି ।

ଏହା ଛଡା ରିୟା ଚକ୍ରବତ୍ତୀ ସବୁବେଳେ ସୁଶାନ୍ତଙ୍କ ଆକାଉଣ୍ଟରୁ ଅନ୍ୟ କମ୍ପାନୀ ଓ ଅନ୍ୟ ଲୋକମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର କରୁଥିଲେ । ଏହା ପରେ ରିୟା ସେହି ସମସ୍ତ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର କରି ନେଉଥିଲେ । ଉଦାହରଣ ସ୍ୱରୂପ ସୁଶାନ୍ତଙ୍କ ଆକାଉଣ୍ଟରୁ ଦୀପେଶ ସାବନ୍ତ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଉଥିଲା ଓ ଏହା ପରେ ଦୀପେଶଙ୍କ ଆକାଉଣ୍ଟରୁ ରିୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରା ଯାଉ ଥିଲା ।

ଏଥିରୁ ପ୍ରମାଣିତ ହେଉଥିଲା କି ସୁଶାନ୍ତଙ୍କ ଆକାଉଣ୍ଟ ଏହିଭଳି ଭାବରେ ଟଙ୍କା ଟ୍ରାନ୍ସଫର କରାଯାଉ ଥିଲା । ଯାହା ପରେ ସେମାନେ ରିୟାଙ୍କୁ ଟଙ୍କା ଟ୍ରାନ୍ସଫର କରି ଦେଉଥିଲେ । ଏହା ଛଡା ଯଦି ଦୀପେଶ ସାବନ୍ତଙ୍କ ଫୋନ କଲ ବିଷୟରେ କଥାବାର୍ତ୍ତା କରିବା ତେବେ ଜଣେ ସାମାନ୍ୟ ଚାକରର ଫୋନ ଦ୍ଵାରା କେମିତି ଗୋଟିଏ ଏମ୍ବୁଲାନ୍ସ ଚେଞ୍ଜ ହୋଇଯିବ । ଏମିତିରେ ଲାଗୁଛି କି ଏଥିରେ କିଛି ବଡ ଲୋକମାନଙ୍କ ହାତ ଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।