ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନୀ

ଆଜି ଆମେ ଆପଣଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନ ଓ ତାଙ୍କର କ୍ୟାରିୟର ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ସେ ନିଜ ଜୀବନର ଏହି ସ୍ଥାନକୁ ପହଞ୍ଚିବା ପାଇଁ କେତେ କଷ୍ଟ ଓ ଦୁଖର ସାମ୍ନା କରି ଥିଲେ ତାହା ଆଜି ଆମେ ଆପଣଙ୍କୁ କହିବୁ । କହିବାକୁ ଗଲେ ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନ ଯାତ୍ରା ଏତେ ବି ସହଜ ନ ଥିଲା । ଟିଭି ଇଣ୍ଡଷ୍ଟ୍ରିରୁ ବଡ ପରଦାରେ ଅଭିନୟ କରିବା ତାଙ୍କ ପାଇଁ ସହଜ ନ ଥିଲା । ତେବେ ଚାଲନ୍ତୁ ଜାଣିବା ତାଙ୍କର ଜୀବନୀ ବିଷୟରେ ।

୨୧ ଜାନୁୟାରୀ ୧୯୮୬ରେ ବିହାରର ରାଜଧାନୀ ପାଟନାରେ ଜନ୍ମ ଗ୍ରହଣ କରିଥିଲେ ସୁଶାନ୍ତ ସିଂହ ରାଜପୁତ । ତାଙ୍କ ପିତା ଜଣେ ସରକାରୀ କର୍ମଚାରୀ ଥିଲେ । ସେ ବିହାରର ପୁର୍ନିୟା ଗ୍ରାମରେ ରହୁଥିଲେ । ସୁଶାନ୍ତଙ୍କ ୪ ଭଉଣୀ ଥିଲେ ଓ ସୁଶାନ୍ତ ସବୁଠୁ ଛୋଟ ଥିଲେ । ସେଥିପାଇଁ ସେ ପରିବାରର ସବୁଠୁ ଅଧିକ ସ୍ନେହ ପାଇଥିଲେ । ତାଙ୍କର ସବୁଠୁ ଛୋଟ ଭଉଣୀ ନିତୁ ସିଂହ ଜଣେ ସ୍ଟେଟ ଲେବୁଲ କ୍ରିକେଟ ଖେଳାଳି ଅଟନ୍ତି ।

୨୦୦୦ ମସିହାରେ ପୁରା ପରିବାର ଦିଲ୍ଲୀରେ ରହୁଥିଲେ । କିନ୍ତୁ ୨୦୦୨ରେ ସୁଶାନ୍ତଙ୍କ ମା ଙ୍କ ନିଧନ ହୋଇଗଲା । ସେହି ସମୟରେ ସୁଶାନ୍ତ ପାଟନାର ୧୨ କ୍ଳାସରେ ବିହାରର ଏକ ସ୍କୁଲରେ ପଢୁଥିଲେ । ଏହା ପରେ ସେ ଦିଲ୍ଲୀର Kulachi Hansraj Model Schoolରେ ପଢିଲେ । ପଢା ଲେଖାରେ ସୁଶାନ୍ତ ବହୁତ ମାହିର ଥିଲେ । ଏହି କଥାର ଅନ୍ଦାଜ ଆପଣ ଏଥିରୁ ଲଗାଇ ପାରିବେ କି ଇଞ୍ଜିନିୟରିଂର ପ୍ରବେଶ ପରୀକ୍ଷାରେ ସୁଶାନ୍ତ ପୁରା ଭାରତରେ ସପ୍ତମ ସ୍ଥାନରେ ରହିଥିଲେ ।

ଏହା ପରେ ଦିଲ୍ଲୀ କଲେଜରେ ନିଜର ଇଞ୍ଜିନିୟରିଂ ଆରମ୍ଭ କରିଲେ । କିନ୍ତୁ ୩ ବର୍ଷ ପରେ କଲେଜର ଶିକ୍ଷାକୁ ଅଧାରେ ଛାଡି ସେ ଡାନ୍ସ କ୍ଳାସ ଯିବାକୁ ଲାଗିଲେ । ଏହା ପରେ ଧୀରେ ଧୀରେ ସେ ଅଭିନୟ ଓ ଡାନ୍ସ ଆଡକୁ ଆଗକୁ ବଢିଲେ । ଏହା ମଧ୍ୟରେ ସେ ମୁମ୍ବାଇ ଆସି ଏକ ଡ୍ରାମା କମ୍ପାନୀରେ ୨ ବର୍ଷ କାମ କରିଲେ ଓ ଏହା ପରେ ଏକତା କପୁର ସୁଶାନ୍ତଙ୍କୁ ଏକ ସିରିୟଲରେ ଚାନ୍ସ ଦେଲେ । ଏହା ପର ସୁଶାନ୍ତଙ୍କ ଜୀବନରେ ଏକ ନୂତନ ମୋଢ ଆସିଲା ।

ସିରିୟଲରେ କାମ କରିବା ସମୟରେ ସୁଶାନ୍ତଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଅଙ୍କିତା ଲୋଖେଣ୍ଡଙ୍କ ସହ ପ୍ରେମ ହୋଇଗଲା । କିନ୍ତୁ ୬ ବର୍ଷ ଦୁଇ ଜଣ ପରସ୍ପର ରିଲେସନଶିପରେ ରହିବା ପରେ ଦୁଇ ଜଣ ଅଲଗା ହୋଇଗଲେ । ଏହା ମଧ୍ୟରେ ସୁଶାନ୍ତ ନିଜର ଫିଲ୍ମ ମାଧ୍ୟମରେ ବଲୀଉଡରେ ସଫଳ ଅଭିନେତାମାନଙ୍କ ମଧ୍ୟରେ ସାମିଲ ହୋଇ ଯାଇ ଥିଲେ । ଏହା ମଧ୍ୟରେ ବି ସେ କେତେକ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି । ତଥାପି ସେ ନିଜର କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଉଥିଲେ ।

ଶେଷରେ ତାଙ୍କ ଜୀବନରେ ଆସିଲେ ରିୟା ଚକ୍ରବତୀ । ଯାହାଙ୍କ ସହ ବିବାହ କରିବେ ବୋଲି ବି କୁହାଯାଉ ଥିଲା । କିନ୍ତୁ ଏହା ପରେ କିଛି ଏମିତି ଘଟିଗଲା କି ଯାହା ସମସ୍ତଙ୍କୁ ଚକିତ କରି ଦେଲା । ହଠାତ ଖବର ଆସିଲା କି ସୁଶାନ୍ତ ଫାସୀ ଦେଇ ଆତ୍ମହତ୍ୟା କରିଛନ୍ତି । ଏହା ପର ଠାରୁ ବଲୀଉଡର କେତେକ ଷ୍ଟାର ଅନ୍ୟ ଷ୍ଟାରମାନଙ୍କ ଉପରେ ପ୍ରଶ୍ନ କରିବାକୁ ଲାଗିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଆତ୍ମହତ୍ୟାର ଅସଲ ରହସ୍ୟ ବିଷୟରେ ଜଣା ପଡି ନାହିଁ ।

ପୋଲିସ ତାଙ୍କର ମୃତ୍ୟୁର ରହସ୍ୟ ଖୋଜିବାରେ ଲାଗିଛି । କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁର ଖବର ବର୍ତ୍ତମାନ ପର୍ଯ୍ୟନ୍ତ ବି ଏକ ଆଶ୍ଚର୍ଯ୍ୟକର ଘଟଣା ଅଟେ । ସମସ୍ତଙ୍କ ମନରେ ଏହା ପ୍ରଶ୍ନ ଉଠୁଛି କି ସୁଶାନ୍ତଙ୍କ ଭଳି ଶକ୍ତିଶାଳୀ ବ୍ୟକ୍ତିତ୍ବ ଓ ସଫଳ କ୍ୟାରିୟରରେ ଥାଇ ମଧ୍ୟ କଣ ପାଇଁ ସେ ଆତ୍ମହତ୍ୟା କରିଲେ ।