2 ଦିନ ବ୍ୟାଟ ଛୁଇଁ ନଥାନ୍ତି କ୍ରିକେଟର Suryakumar Yadav ! ଶିଖୁଛନ୍ତି 6 ମାରିବା … ଦେଖନ୍ତୁ କଣ କହିଲେ ସେ ଏହି Interview ରେ…

ନମସ୍କାର ବନ୍ଧୁଗଣ । ଟିମ ଇଣ୍ଡିଆ ର ମିଷ୍ଟର 360॰ ଅର୍ଥାତ Surya Kumar Yadab, ଶ୍ରଦ୍ଧାରେ ରେ ଟିମର ଅନ୍ୟାନ ମେମ୍ବର୍ଷ ମାନେ ତାଙ୍କୁ Sky ବୋଲି ମଧ୍ୟ କହିଥାନ୍ତି । ଯିଏ ଆଜି ବାସ୍ତବରେ ସ୍କାଇରେ ବା ଆକାଶରେ ଛାଇ ଅଛନ୍ତି । ନିଜର ଅଦ୍ଭୁତ୍ତ ପ୍ରଦର୍ଶନ ଦେଖାଇ ସେ ଆଜି ଆକାଶରେ ନିଜର ସ୍ଥାନ କରି ପାରିଛନ୍ତି । ଓ ତାହାସହ କୋଟି କୋଟି ଜନତା ଙ୍କର ହୃଦୟରେ ମଧ୍ୟ ସେ ନିଜର ଏକ ଅତ୍ୟନ୍ତ ସୁନ୍ଦର ସ୍ଥାନ କରି ଦେଇଛନ୍ତି ।

ଯେବେଠାରୁ ଅଷ୍ଟ୍ରେଲିଆର ସିରିଜ ଆରମ୍ଭ ହୋଇଛି ସେହି ଦିନ ଠାରୁ ତାଙ୍କ ସହ ଅନେକ ପତ୍ରକାର କଥା ହେବା ପାଇଁ ବହୁତ ଚେଷ୍ଟା କରିଛନ୍ତି । ସେଥି ମଧ୍ୟରୁ ଏକ ପତ୍ରକାର କୁ ସେ ଉତ୍ତର ଦେଇ କହିଛନ୍ତି କି ମ୍ଯାଚ ର ଏକ ଦିନ ପୂର୍ବରୁ ସେ ବ୍ୟାଟ ମଧ୍ୟ ଛୁଇଁ ନଥାନ୍ତି ।

ତାହାଛଡା ଏକ ପତ୍ରକାର ତାଙ୍କୁ ପ୍ରଶ୍ନ କରିଥିଲେ କି ଆପଣ ମ୍ଯାଚ ପୂର୍ବରୁ ନିଜର ପ୍ରସ୍ତୁତି କିପରି କରିଥାନ୍ତି, ଏହାର ଉତ୍ତର ରେ ସେ କହିଥିଲେ କି ଗତ କିଛି ବର୍ଷ ରୁ ସେ ନିୟମିତ ରୂପେ ଏକ ସୂଚୀ କୁ ପାଳନ କରି ଆସୁଛି । ଯେପରିକି ମ୍ଯାଚ ର ଦୁଇ ଦିନ ପୂର୍ବରୁ ସେ ଛୁଟି ନେଇଥାନ୍ତି ଓ ମ୍ଯାଚ ର ଦୁଇ ଦିନ ପୂର୍ବରୁ ହିଁ ସେ ପ୍ରାକ୍ଟିସ କରିବା ଆରମ୍ଭ କରିଥାନ୍ତି ।

ଏପରିକି ମ୍ଯାଚର ପୂର୍ବ ଦିନ ସେ କ୍ରିକେଟ ବିଷୟ ରେ କୌଣସି କଥା ମଧ୍ୟ ହୋଇନଥାନ୍ତି । ସେ କେବଳ ସେହି ସମୟ ନିଜର ସ୍ତ୍ରୀ ଙ୍କ ସହ ସମୟ ଅତିବାହିତ କରିଥାନ୍ତି । ଏହାଛଡା ସେ କହିଛନ୍ତି କି ତାଙ୍କ ପତ୍ନୀ ତାଙ୍କୁ ଏକ କଥା କହିଥିଲେ ଯାହାକି ପରିସ୍ଥିତି ଯାହା ହେଉ ନା କାହିଁକି ସେ ସବୁ ପରିସ୍ଥିତି ରେ ସମାନ ହିଁ ରହିବେ । ତେଣୁ ସେ ଏତେ ଷ୍ଟ୍ରେସ ନେଇ ନଥାନ୍ତି ।

ଏହାପରେ ଦ୍ଵିତୀୟ ପ୍ରଶ୍ନ ରେ ତାଙ୍କୁ ପଚରା ଯାଇଥିଲା କି ଯେତେବେଳେ ବୋଲର ବଳ ପକାଇବାକୁ ଯାଏ, ସେତେବେଳେ ଆପଣ କେଉଁ ସମୟରେରେ କେଉଁ ସର୍ଟ ନେବେ ବୋଲି ଚିନ୍ତା କରିଥାନ୍ତି । ଏହାର ଉତ୍ତର ରେ ସେ କହିଥିଲେ କି ସେ ପୂର୍ବରୁ ହିଁ ବୋଲୋର ର ସମସ୍ତ କ୍ରିୟା ପ୍ରକ୍ରିୟା ଗୁଡିକୁ ଦେଖି ନିର୍ଧାରିତ କରି ଦେଇଥାନ୍ତି କି ସେ କେତେବେଳେ କଣ କରିବେ ।

ଏହା ବ୍ଯତୀତ ସେ ବିପକ୍ଷ ଦଳର ସବୁ ମେମ୍ବର୍ସ ମାନଙ୍କର ଭିଡିଓ କୁ ସେ ମ୍ଯାଚ ର ପୂର୍ବ ଦିନ ରାତିରେ ଥରେ ଦେଖି ସୋଇ ପଡିଥାନ୍ତି । ଏହା ପରେ ତାଙ୍କୁ ତାଙ୍କର ବ୍ୟାଟ ବିଷୟରେ ପଚରା ଯାଇଥିଲା କି ସେ କଣ କୌଣସି ନିର୍ଦ୍ଧିଷ୍ଟ ବ୍ୟାଟର ବ୍ୟବହାର କରନ୍ତି ବା ତାଙ୍କର ବ୍ୟାଟର ଓଜନ କେତେ ଥାଏ ।

ଏହାର ଉତ୍ତର ରେ ସେ କହିଥିଲେ କି ସେ ଏପରି କୌଣସି ନିର୍ଦ୍ଧିଷ୍ଟ ବ୍ୟାଟର ବ୍ୟବହାର କରି ନଥାନ୍ତି, କିନ୍ତୁ ତାଙ୍କର ବ୍ୟାଟ ଓଜନ ତଥାପି 1.5 ରୁ ନେଇ 1.6 କିଲୋ ଗ୍ରାମ ରହିଥାଏ । ତେବେ ବନ୍ଧୁଗଣ ଆପଣ ଙ୍କୁ ଯଦି କ୍ରିକେଟର ସୂର୍ଯ୍ୟ କୁମାର ଯାଦବ ଙ୍କର ଏହି ଇନ୍ଟରଭିଉ ଟି କିପରି ଲାଗିଲା ତାହା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବାକୁ ଭୁଲିବେନି । ଧନ୍ୟବାଦ