ଚିକେନ୍ ମାଉସୀ ଆଉ ଫେରିବେନି, ଝୁରୁଛନ୍ତି ଲୋକ…ଦେଖନ୍ତୁ Video

ବନ୍ଧୁଗଣ ଜନ୍ମ ମୃତ୍ୟୁ ସଂସାର ର ଏକ ଏପରି ସତ୍ୟ ଯାହାକୁ କେହି ମଧ୍ୟ ବଦଳାଇ ପାରି ନଥାନ୍ତି । ବନ୍ଧୁଗଣ ଆଜି ଆମ ସମସ୍ତ ଙ୍କୁ ଛାଡି ଏହି ଦୁନିଆରୁ ସେ ଦୁନିଆକୁ ଚାଲି ଯାଇଛନ୍ତି ଚିକେନ ମାଉସୀ । ବୋଧ ହୁଏ ଆପଣ ମଧ୍ୟ ଏହି ଚିକେନ ମାଉସୀ ଙ୍କ ନାମ ଶୁଣି ଟିକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିବେ । କହି ଦବାକୁ ଚାହିଁବୁ ରାଜଧାନୀ ରେ ଚିକେନ କାଟି ବିକ୍ରି କରୁଥିବା ଜଣେ ସ୍ନେହୀ ମହିଳା ହେଉଛନ୍ତି ଚିକେନ ମାଉସୀ ।

ତାଙ୍କର ବାସ୍ତବ ନାମ ଟି ହେଉଛି ଝରଣା ସିଂ ଫୁଲବାଣୀ ସହର ରୁ ଆସି ପେଟ ପୋଷିବା ପାଇଁ ରାଜଧାନୀ ସହରର ସତ୍ୟବିହାରର ୫ ନମ୍ବର ୱାର୍ଡରେ ଚିକେନ ବିକିବାକୁ ଆରମ୍ଭ କରିଥିଲେ । ସ୍ଵାମୀ ଙ୍କର ଦେହାନ୍ତ ପରେ ଚିକେନ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇବା ସହ ନିଜର ତିନୋଟି ସନ୍ତାନ ର ଲାଳନ ପାଳନ କରିଥିଲେ ଚିକେନ ମାଉସୀ ।

ସେ ଜଣେ ଏପରି ମା ଯିଏ କି ନିଜ ସନ୍ତାନ ମୁଖରେ ଆହାର ଯୋଗାଇ ଦେବା ପାଇଁ ନିଜ ହାତ ରେ ଧରିଥିଲେ ଚାପଡ । ଓ କାଟି ବିକ୍ରି କରିଥିଲେ ଚିକେନ । ଚିକେନ ବକ୍ରୀ ତାଙ୍କର ପେସା ଥିଲା ସତ କିନ୍ତୁ ସମସ୍ତଙ୍କ ସହ ମିତ୍ରତା ସ୍ଥାପନ କରିବା ଥିଲା ତାଙ୍କର ନିଶା ।

ତାଙ୍କର ସବୁଠାରୁ ବଡ କଥା ଏହା ଥିଲା କି ଯଦି କେହି ତାଙ୍କ ଦୋକାନ କୁ ଯାଏ, ତେବେ ସେ ତାଙ୍କର ସେହି ଗ୍ରାହକ କୁ ଚାହା ନ ପିଆଇ ଛାଡୁ ନଥିଲେ । ଅତ୍ୟନ୍ତ ସ୍ନେହ ଓ ପ୍ରେମ ର ଡୋରୀ ରେ ବାନ୍ଧି ରଖିଥିଲେ ନିଜର ସମସ୍ତ ଗ୍ରାହକ ମାନଙ୍କର ମନକୁ । ଯିଏ ଥରେ ଯାଉଥିଲା ସିଏ ମାଉସୀ ଙ୍କର ସେହି ଚର୍ଚ୍ଚା କୁ ଭୁଲି ପାରୁ ନଥିଲା । କିନ୍ତୁ ଏବେ ଆଉ ମାଉସୀ ଙ୍କର ସେହି ସ୍ନେହ ଶ୍ରଦ୍ଧା ଆଉ ମିଳିବନି କି ମିଳିବନି ମାଉସୀ ଙ୍କର ହାତ ର ସେହି ଚାହା ।

କାରଣ କର୍କଟ ରୋଗ ରେ ପୀଡିତ ହୋଇଥିବା ଚିକେନ ମାଉସୀ ଏବେ ଚିରଦିନ ପାଇଁ ଆଖି ବୁଜି ଦେଇଛନ୍ତି, ସମସ୍ତ ଙ୍କର ପ୍ରିୟ ଚିକେନ ମାଉସୀ । ସବୁଦିନ ପାଇଁ ଅନାଥ କରି ଦେଇ ଯାଇଛନ୍ତି ନିଜ ସେହି ଛୋଟ ଛୋଟ ପିଲା ମାନଙ୍କୁ । ଯାହାର ଭବିଷ୍ୟ ନିର୍ମାଣ କରିବା ପାଇଁ ଯେଉଁ ମା ନିଜ ହାତରେ ଧରିଥିଲା ଚାପଡ, ସେ ମା ଆଜି ନାହିଁ ଏହି ଦୁନିଆ ରେ । ମା କୁ ହରାଇ ପୁରା ବେ ସହର ହୋଇ ଯାଇଛନ୍ତି ସେହି କୁନି କୁନି ସନ୍ତାନ ମାନେ ।

ପରିବାର ରେ ଅନ୍ୟ କେହି ସଦସ୍ୟ ନ ଥିବା ହେତୁ କିପରି ଅନ୍ତିମ ସଂସ୍କାର ହେବ ବୋଲି ଚିନ୍ତ ଅକରୁଥିବା ସମସ୍ୟରେ ଓଡିଶା ମୋ ପରିବାର ଆସି ସଂଗଠନ ସହାୟତାର ହାତ ବଢାଇଥିଲା ଓ ଆମ୍ଭୁଲାନ୍ସ ଆସି ଶବ କୁ ସଂସ୍କାର ପାଇଁ ନେଇ ଯାଇଥିଲା । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ହି ପୋଷ୍ଟ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ