ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ନିୟମ ଗୁଡିକୁ ପାଳନ କରିବା ଅଟେ ଜରୁରୀ, ନେହେଲେ ହେବ ନାହିଁ ଫଳର ପ୍ରାପ୍ତି

ଆମ ଜୀବନରେ ସୂର୍ଯ୍ୟଙ୍କର ବହୁତ ମହତ୍ଵ ରହିଛି । ଏହା ସହିତ ଧାର୍ମିକ ଦୃଷ୍ଟିରେ ସୂର୍ଯ୍ୟଙ୍କୁ ଦେବତା ବୋଲି କୁହାଯାଇଛି । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ସୂର୍ଯ୍ୟ ଦେବତାଙ୍କର ଏକ ଖାସ ସ୍ଥାନ ନିର୍ଧାରିତ କରା ଯାଇଛି । ଆପଣଙ୍କ ମଧ୍ୟରୁ କେତେକ ଲୋକମାନେ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି । କିନ୍ତୁ ଦେଖା ଯାଇଛି କି କେତେକ ଲୋକମାନେ ସୂର୍ଯ୍ୟଙ୍କୁ ଭୁଲ ଭାବରେ ଜଳ ଅର୍ପଣ କରନ୍ତି ।

ଯାହାର ଖରାପ ପରିଣାମ ତାଙ୍କୁ ଭୋଗିବାକୁ ପଡିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ସୂର୍ଯ୍ୟ ଦେବାତାଙ୍କୁ କେଉଁ ପ୍ରକାରରେ ଜଳ ଅର୍ପଣ କରିଲେ ସେ ଆପଣଙ୍କ ଉପରେ ପ୍ରସନ୍ନ ହେବେ ସେହି ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବାର ନିୟମ ବିଷୟରେ

·    ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବାର ପ୍ରକ୍ରିୟାରେ ସମୟର ବହୁତ ମହତ୍ଵ ଅଛି । ସୂର୍ଯ୍ୟ ଦେବତାଙ୍କୁ ସକାଳ ୮ ପୂର୍ବରୁ ଜଳ ଅର୍ପଣ କରିବା ଉଚିତ ।

·    ଯଦି ଆପଣ ସକାଳ ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଛନ୍ତି ତେବେ ଆପଣ ଏହି କଥା ପ୍ରତି ଧ୍ୟାନ ଦେବାକୁ ପଡିବ କି ଆପଣ କେଉଁ ଧାତୁର ବାସନ ବ୍ୟବହାର କରୁଛନ୍ତି । ଯଦି ଆପଣ ଷ୍ଟିଲ, କାଚ, କିମ୍ବା ପ୍ଲାଷ୍ଟିକର ବାସନ ବ୍ୟବହାର କରୁଛନ୍ତି ତେବେ ତାହା ଉଚିତ ନୁହେଁ । ନିୟମ ଅନୁସାରେ ତମ୍ବା ବାସନରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ ।

·    କେତେ ଲୋକମାନେ କୁହନ୍ତି କି ଜଳରେ ଯଦି କୌଣସି ପବିତ୍ର ସାମଗ୍ରୀ ମିଶାଇ ଦିଆଯାଏ ତେବ ଏହାଦ୍ଵାରା ମିଳୁଥିବା ଫଳର ପ୍ରଭାବ ବଢି ଯାଏ । କିନ୍ତୁ ଏହା ପୂରାପୂରି ଭୁଲ ଅଟେ । କିଛି ଲୋକମାନେ ଅଛନ୍ତି କି ପାଣିରେ ଚାଉଳ, କିମ୍ବା ଗୁଡ ମିଶାନ୍ତି କିନ୍ତୁ ଏହା କରିବା ଦ୍ଵାରା ଏହାର ଖରାପ ପ୍ରଭାବ ପଡିଥାଏ । ସବୁବେଳେ ସୂର୍ଯ୍ୟ ଦେବତାଙ୍କୁ କେବଳ ଜଳ ଅର୍ପଣ କରିବା ଉଚିତ ।

·    ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ସବୁବେଳ ଆପଣ ପୂର୍ବ ଦିଗକୁ ଦେଖି ଜଳ ଅର୍ପଣ କରିବା ଉଚିତ । ଯଦି ସୂର୍ଯ୍ୟ ଆପଣଙ୍କୁ ଦେଖା ଯାଉନାହାନ୍ତି ତେବେ ବି ଆପଣ ପୂର୍ବ ଦିଗକୁ ଦେଖି ଜଳ ଅର୍ପଣ କରନ୍ତୁ ।

·    ଯଦି ଆପଣ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ଉପୋରକ୍ତ ମନ୍ତ୍ରର ଜପ କରନ୍ତି ତେବେ ଏହାର ଭଲ ଲାଭ ପ୍ରାପ୍ତ ହେବ ।

·    ଯଦି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସମୟରେ ନାଲି ରଙ୍ଗର ବସ୍ତ୍ର ଯଦି ପିନ୍ଧନ୍ତି ତେବେ ତାହା ବହୁତ ଉତ୍ତମ ହୋଇଥାଏ । ଏହା ସହିତ ଆପଣ ଧୂପ କିମ୍ବା ଧୂପକାଠି ଦେଖାନ୍ତି ତେବେ ଏହାର ପରିଣାମ ବହୁତ ଭଲ ହୋଇଥାଏ । ଏହା ସହିତ ଫୁଲ ବି ଦିଅନ୍ତୁ ।