କୌଣସି ବି ପାର୍ଟିରେ ଯିବା ପୂର୍ବରୁ ଚେହେରାରେ ଲଗାନ୍ତୁ ଏହି ପେଷ୍ଟ, ଦରକାର ପଡିବ ନାହିଁ ମେକଅପ

ବର୍ତ୍ତମାନ ସମୟରେ ସମସ୍ତେ ସୁନ୍ଦର ଦେଖିବା ପାଇଁ ଚାହାନ୍ତି, ସୁନ୍ଦରତାକୁ ଭାରତ ଦେଶରେ ବହୁତ ମହତ୍ଵ ଦିଆଯାଇଛି । ଗୋରା ଲୋକଙ୍କୁ ସୁନ୍ଦରତା ଶ୍ରେଣୀରେ ଗଣିବା ଭାରତ ଦେଶରେ ବର୍ଷ ବର୍ଷ ଧରି ଚାଲିଆସୁଛି । ସୁନ୍ଦର ହେବା ପାଇଁ ଲୋକମାନେ ହଜାର ହଜାର ଟଙ୍କା ଖର୍ଚ କରି ଦିଅନ୍ତି । ବଜାରରେ ଏମିତି ବହୁତ କମ୍ପାନୀ ଅଛି ଯେଉଁମାନେ ଗୋରା ହେବା ପାଇଁ ବହୁତ ପ୍ରୋଡକ୍ଟସ ବନାଇଥାନ୍ତି ଏବଂ ଲୋକମାନେ ସୁନ୍ଦର ହେବା ପାଇଁ ଆଖି ବନ୍ଦ କରି ଏହି କମ୍ପାନୀର ପ୍ରୋଡକ୍ଟକୁ ବିଶ୍ଵାସ କରନ୍ତି ଏବଂ ବ୍ୟବହାର ମଧ୍ୟ କରନ୍ତି ।

ବଜାରରେ ମିଳୁଥିବା ବ୍ଯୂଟୀ ପ୍ରୋଡକ୍ଟସ ଆପଣଙ୍କୁ କିଛି ସମୟ ପାଇଁ ସୁନ୍ଦର କରି ବି ଦିଏ କିନ୍ତୁ ଏହି କଥା ସମସ୍ତେ ଜାଣିଛନ୍ତି କି ଏହି ବ୍ଯୂଟୀ ପ୍ରୋଡକ୍ଟସ ତିଆରି କରିବା ପାଇଁ ବହୁତ କେମିକାଳର ବ୍ୟବହାରର କରାଯାଇଥାଏ । ଯାହା ଗୋଟିଏ ସମୟ ପରେ ଆପଣଙ୍କର ସ୍କ୍ରିନକୁ କ୍ଷତି ପହଞ୍ଚାଇ ଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଘରେଲୁ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ସୁନ୍ଦର ଏବଂ ଗୋରା ହେବ ଏପାଇଁ ବ୍ୟବହାର କରି ପାରିବେ ।

 

ସାମଗ୍ରୀ

ସାମଗ୍ରୀ ମାତ୍ରା
ବେସନ ଗୋଟିଏ ଚାମଚ
ହଳଦୀ ଅଧା ଚାମଚ
କ୍ଷୀର ଦୁଇ ଚାମଚ
ଗୁଲାବ ପାଣି ଅଧା ଚାମଚ

ବିଧି

·    ପ୍ରଥମେ ଗୋଟିଏ ପାତ୍ରରେ ଗୋଟିଏ ଚାମଚ ବେସନ ଏବଂ ସେଥିରେ ଅଧା ଚାମଚ ହଳଦୀ ମିଶାନ୍ତୁ । ବର୍ତ୍ତମାନ ଏଥିରେ ଦୁଇ ଚାମଚ କ୍ଷୀର ମିଶାନ୍ତୁ ଏବଂ ଏହା ପରେ ଏହାକୁ ଭଲ ଭାବରେ ମିଶ୍ରଣ କରନ୍ତୁ ।

·    ଯେତେବେଳେ ଏହି ପେଷ୍ଟ ତିଆରି ହୋଇଯିବ ସେଥିରେ କିଛି ବୁନ୍ଦା ଗୁଲାବ ପାଣି ମିଶାଇ ଦିଅନ୍ତୁ । କହି ଦେଉଛୁ ଯେ ଗୁଲାବ ପାଣି ଥଣ୍ଡା ହୋଇଥାଏ ଯାହା ଆପଣଙ୍କର ଚେହେରାକୁ ଠିକ କରିଥାଏ ଏହା ସହିତ ମୁହଁରେ ଥିବା ଦାଗକୁ ମଧ୍ୟ କମ କରିଥାଏ ।

·    ପେଷ୍ଟ ହୋଇଯିବା ପରେ ଏହାକୁ ନିଜର ଚେହରାରେ ଭଲ ଭାବରେ ଲାଗାଇ ଦିଅନ୍ତୁ ଏବଂ ଏହାକୁ ସୁଖିବା ପାଇଁ ଛାଡି ଦିଅନ୍ତୁ । ଯେତେବେଳେ ଏହା ସୁଖୀ ଯିବ ତେବେ ଏହାକୁ ହଟାଇ ଦିଅନ୍ତୁ ଏବଂ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

·    କହିଦେଉଛୁ ଯେ ଏହାକୁ ଲଗାଇବା ପରେ ଚେହେରାରେ ଚମକ ଆସିବ । ଯଦି ଆପଣ କୌଣସି ଫଙ୍କସନକୁ ଯାଉଛନ୍ତି ତେବେ ଏହାକୁ ନିଶ୍ଚିତ ରୂପେ ଲଗାନ୍ତୁ ଏହା ଦ୍ଵାରା ଆପଣଙ୍କର ଚେହରାର ସୁନ୍ଦରତା ଆହୁରି ବଢି ଯିବ ।