ଯଦି ଆପଣଙ୍କ ଘରେ ବି ଅଛି ତୁଳସୀ ଗଛ ତେବେ ଜାଣନ୍ତୁ ତୁଳସୀ ପୂଜାର ସଠିକ୍ ନିୟମ

ସେମିତି ତ ଗଛ ରୂପରେ ତୁଳସୀ ଗଛ ପ୍ରତିଟି ଧର୍ମର ଲୋକ ରଖିଥାନ୍ତି କିନ୍ତୁ ହିନ୍ଦୁ ଧର୍ମରେ ଏହି ଗଛକୁ ଦେବୀଙ୍କର ସ୍ୱରୂପ ବୋଲି ମାନନ୍ତି । ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମର ଲୋକଙ୍କ ଘରେ ତୁଳସୀ ଗଛ ନିଶ୍ଚୟ ମିଳିଥାଏ  ଓ ଏହି ପରମ୍ପରା ପ୍ରାଚୀନ କାଳରୁ ଚାଲି ଆସିଛି । ଆଜି ବି ଆପଣ ଏହାକୁ ହିନ୍ଦୁ ଧର୍ମର ଲୋକଙ୍କ ଘରେ ଦେଖିବାକୁ ପାଇବେ ଯେଉଁଠି ସକାଳେ ଓ ସନ୍ଧ୍ୟାରେ ତୁଳସୀ ପୂଜା କରାଜାଏ ଓ ଏହାକୁ ଦେବି ବୋଲି ମାନିଥାନ୍ତି ।

ହିନ୍ଦୁ ଧର୍ମର ପ୍ରାୟଃ ସବୁଘରେ ଏହି ଗଛକୁ ରାଖି ତାର ପୂଜା କରିଥାନ୍ତି ଓ ଏହି ଛୋଟ ଗଛଟି ଘରର ସବୁ ଲୋକଙ୍କୁ ଖରାପ ଦୃଷ୍ଠି ଓ ରୋଗରୁ ବଞ୍ଚାଇଥାଏ । ତୁଳସୀ ଗଛ ଯଦି ଠିକ ନିୟମ ଦ୍ଵାରା ପୂଜା କରାଯାଏ ତେବେ ଆପଣଙ୍କ ଘରେ ଏହାର ଲାଭ ଦେଖିବାକୁ ମିଳିବ । ଯଦି ଆପଣଙ୍କ ଘରେ ବି ଅଛି ଏହି ଗଛ, ତେବେ ଆପଣଙ୍କୁ ଏହାର ଠିକ ନିୟମ ଜଣାଥିବା ଦରକାର ଏହା ସହିତ ଆପଣଙ୍କୁ ଏହା ବି ଜଣାଥିବା ଦରକାର ତୁଳସୀ ଗଛ ଓ ତାର ପତ୍ର ଲୋକଙ୍କ ସ୍ଵାସ୍ଥ୍ୟକୁ କେମିତି ଠିକ ରଖିପାରେ ।

ତୁଳସୀ ପୂଜାର  ବିଧି ଓ ନିୟମ

ଏବେ ଆମେ ଆପଣଙ୍କୁ ତୁଳସୀ ପୂଜାର ବିଧି ଓ ନିୟମ ବିଷୟରେ ଜଣାଇବୁ ଯାହାକୁ ଜାଣିବା ପରେ ଆପଣଙ୍କୁ ସେମିତି ହିଁ କରିବାକୁ ପଡିବ ଓ ଏହାର ବିଧି ଆଉ କେହି ଜାଣି ନାହାନ୍ତି । ତୁଳସୀ ପୂଜା ପାଇଁ ଆପଣଙ୍କୁ ଏକ ସଫା ପାତ୍ରରେ ଗୋଟିଏ କଳସ ବା ଲୋଟାରେ ଜଳ ଭରି ରଖିବାକୁ ପଡିବ । ଏହା ପରେ ଅଗରବତୀ, ଧୂପ, ଘିଅ ଦୀପ ଓ ସିନ୍ଦୁର ନେଇ ଘରର ଅଗଣାରେ ତୁଳସୀ ଗଛ ମୂଳରେ ରଖନ୍ତୁ ।

ଏବେ ତୁଳସୀ ମନ୍ତ୍ର – “ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧନୀ ଆଧୀ ବ୍ୟାଧି ହରା ନିତ୍ୟଙ୍ଗ ତୁଳସୀ ତୁମ ନମୋସ୍ତୁତେ” ପଢନ୍ତୁ ଓ ଏହାର ପୂଜା କରିବା ପରେ ସିନ୍ଦୁର ଦିଅନ୍ତୁ ଓ ଘିଅର ଦୀପରେ ଆଳତି କରନ୍ତୁ ।

ତୁଳସୀ ପୂଜା – ତୁଳସୀ ମା’ଙ୍କ ଆଳତି

ଜୟ ଜୟ ତୁଲସୀ ମାତା

ସବ ଜଗ କୀ ସୁଖ ଦାତା ବର ଦାତା

ଜୟ ଜୟ ତୁଳସୀ ମାତା

ସବ ୟୋଗୋଂ କେ ଊପର ସବ ରୋଗୋଂ କେ ଊପର

ରୁଜ ସେ ରକ୍ଷା କରକେ ଭବ ତ୍ରାତା

ଜୟ ଜୟ ତୁଳସୀ ମାତା

ବଟୁ ପୁତ୍ରୀ ହେ ଶ୍ୟାମା ସୁର ବଲ୍ଲୀ ହେ ଗ୍ରାମ୍ୟା

ବିଷ୍ଣୁ ପ୍ରିୟେ ଜୋ ତୁମକୋ ସେବେ ସୋ ନର ତର ଜାତା

ଜୟ ଜୟ ତୁଳସୀ ମାତା

ହରି କେ ଶୀଶ ବିରାଜତ ତ୍ରିଭୁବନ ସେ ହୋ ବନ୍ଦିତ

ପତିତ ଜନୋ କୀ ତାରିଣୀ ବିଖ୍ୟାତା

ଜୟ ଜୟ ତୁଳସୀ ମାତା॥

ଲେକର ଜନ୍ମ ବିଜନ ମେ, ଆଈ ଦିବ୍ୟ ଭୱନ ମେ

ମାନବଲୋକ ତୁମ୍ହି ସେ ସୁଖ ସଂପତି ପାତା

ଜୟ ଜୟ ତୁଳସୀ ମାତା॥

ହରି କୋ ତୁମ ଅତି ପ୍ୟାରୀ, ଶ୍ୟାମବରଣ ତୁମ୍ହାରୀ

ପ୍ରେମ ଅଜବ ହୈଂ ଉନକା ତୁମସେ କୈସା ନାତା

ଜୟ ଜୟ ତୁଳସୀ ମାତା॥

ରବିବାରଦିନ ତୁଳସୀ ପୂଜା

ଶାସ୍ତ୍ରରେ କୁହାଯାଇଛି କି ଏକାଦଶୀ ଦିନ, ରବିବାର ବା ଗୁରୁବାର ଦିନ ବା ସୂର୍ଯ୍ୟ ଅସ୍ତ ପରେ ତୁଲସୀର ପତ୍ର ଛିଣ୍ଡାଇବା ଉଚିତ ନୁହେଁ । ସକାଳେ ଓ ସନ୍ଧ୍ୟାରେ ତୁଳସୀକୁ ପାଣି ସହିତ ଆଳତି ବି କରିବା ଆବଶ୍ୟକ ଏଥିରୁ ଘରେ ସାକାରାତ୍ମକ ଊର୍ଜା ରହିଥାଏ ଓ ଖରାପ ଦୃଷ୍ଟି ଘରକୁ ପ୍ରବେଶ କରି ନଥାଏ । ଏହି କଥାର ବିଶେଷ ଧ୍ୟାନ ରଖିବା ଦରକାର କି ତୁଳସୀର ଗୋଟିଏ ବି ପତ୍ର ଶୁଖିବା ଅନୁଚିତ ଓ ଏହାକୁ ନାଳିରେ ମଧ୍ୟ ଭଷାନ୍ତୁ ନାହିଁ । ଏହା ବ୍ୟତୀତ ଝାଡୁରେ ମଧ୍ୟ ଏହି ପତ୍ରକୁ ପହଁରିବା କଥା ନୁହେଁ । ତୁଳସୀ ପତ୍ର ଥଣ୍ଡା, କାସ ଓ ଜ୍ଵରରେ କାମରେ ଆସିଥାଏ ।

ଯଦି ଆପଣ ବି କରନ୍ତି ତୁଳସୀ ପୂଜା ତେବେ ଏହା ଆପଣଙ୍କ ପାଇଁ । ପସନ୍ଦ ଆସିଲେ ସେୟାର କରିବେ ଓ ଏହି ଭଳି ଆହୁରି ଆଧ୍ୟାତ୍ମିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।