ସୂର୍ଯ୍ୟଙ୍କୁ ଏପରି ଜଳ ଚଢାଉଥିଲେ ହୋଇଯାଆନ୍ତୁ ସାବଧାନ ! ଅଜାଣତରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ୍ ! Surya Jal Arpan

ସ୍ନାନ କରିସାରିବା ପରେ ସର୍ବ ପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ବିଧି ରହିଛି । ଯେଉଁ ବ୍ୟକ୍ତି ପ୍ରତିଦିନ ସ୍ନାନ ସାରି ସୂର୍ଯ୍ୟଦେବଙ୍କୁ ବିଧିବିଧାନ ପୂର୍ବକ ଜଳ ଅର୍ପଣ କରିଥାଏ । ସେହି ବ୍ୟକ୍ତି ସୁଖ, ଶାନ୍ତି ସମୃଦ୍ଧି ପାଇବା ସହ ଆରୋଗ୍ଯ ମଧ୍ୟ ଲାଭ କରିଥାଏ । ହେଲେ ଯେଉଁ ବ୍ୟକ୍ତି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିଥାନ୍ତି ସତ କିନ୍ତୁ ଉଚିତ ନୀତିନିୟମର ଉଲଂଘନ କରି ଜଳ ଅର୍ପଣ କରିଥାନ୍ତି । ସେହି ବ୍ୟକ୍ତିର ଜଳ ଅର୍ପଣ କରିବା ଜଳ ନଅର୍ପଣ କରିବା ସହିତ ସମାନ ହୋଇଥାଏ । ତେଣୁ ଜଳ ଅର୍ପଣ କରିବା ସମୟରେ କେଉଁ ସବୁ କଥା ଉପରେ ଅବଶ୍ୟ ଧ୍ୟାନ ଦେବାକୁ ପଡିବ ଜାଣନ୍ତୁ ।

1- ପ୍ରତିଦିନ ପୂର୍ବଦିଗକୁ ମୁହଁ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ବ୍ୟକ୍ତି ଯେଉଁ ଜଳ ସୂର୍ଯ୍ୟଦେବଙ୍କୁ ଅର୍ପଣ କରୁଥିବ । ସେହି ଜଳ ଯେପରି ସେହି ବ୍ୟକ୍ତି ପାଦ ଉପରେ ଛିଟିକି ନପଡେ ସେଥିପ୍ରତି ଦ୍ରୁଷ୍ଟି ଦେବା ଆବଶ୍ୟକ । କାରଣ ଏହି ଭୁଲ ଦ୍ଵାରା ସୂର୍ଯ୍ୟଦେବ କ୍ରୋଧିତ ହୋଇଥାନ୍ତି ।

2- ଯେତେବେଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଛନ୍ତି । ସେତେବେଳେ ଏହି ମନ୍ତ୍ର ଜପ କରି ଜଳ ଚଢାନ୍ତୁ । ଓମ୍ ସୂର୍ଯ୍ୟାୟ ନମଃ । ବିନା ସ୍ନାନ କରି ଜଳ ଚଢାନ୍ତୁ ନାହିଁ ।

3- ସୂର୍ଯ୍ୟଦେବଙ୍କୁ ତମ୍ବାର ପାତ୍ରରେ ଜଳ ଅର୍ପଣ କରନ୍ତୁ ।  ଏହା ସବୁଠାରୁ ଭଲ ହୋଇଥାଏ । ପ୍ଲାଷ୍ଟିକ କିମ୍ବା ଅନ୍ୟ ପଦାର୍ଥରୁ ନିର୍ମିତ ପାତ୍ରରେ ଜଳ ଚାଢାଇବା ଅନୁଚିତ ।

4- ସୂର୍ଯ୍ୟଦେବଙ୍କୁ ବ୍ରହ୍ମମୂହୁର୍ତ୍ତରେ ଜଳ ଅର୍ପଣ କରନ୍ତୁ । ଅର୍ଥାତ ସାକାରର ଭୋର 3 ଟା ରୁ 5 ଟା ସମୟ ମଧ୍ୟରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଦିନର ଏହି ସର୍ବଶ୍ରେଷ୍ଠ ସମୟରେ ଜଳ ଅର୍ପଣ କରିବା ଦ୍ଵାରା ନବଗ୍ରହର କୃପା ସେହି ବ୍ୟକ୍ତି ଉପରେ ରହିଥାଏ ।

5- ସୂର୍ଯ୍ୟଙ୍କୁ ଅର୍ପଣ କରିବାକୁ ଥିବା ଜଳରେ ଅକ୍ଷତ ଅରୁଆ ଚାଉଳ ଓ ଫୁଲ ରହିବା ଜରୁରୀ ହୋଇଥାଏ । ମୁଣ୍ଡ ଠାରୁ ଉପର କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଯେତେବେଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବେ । ସେହି ଜଳର ଧାରାରେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରି ପ୍ରଣାମ କରନ୍ତୁ । ପ୍ରତିଦିନ ଜଳ ଚଢାଇବା ସମ୍ଭବ ହେଉନଥିଲେ । ପ୍ରତି ରବିବାରକୁ ନିହାତି ଭାବେ ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ ।

6- ସୂର୍ଯ୍ୟଦେବଙ୍କୁ ପ୍ରତିଦିନ ଜଳ ଚଢାଉଥିଲେ । ରବିବାଦ ଦିନ ଆମିଷ ଭୋଜନ କରନ୍ତୁ ନାହିଁ । ନାଲି ରଙ୍ଗର ପରିବା ଓ ମଶୁର ଡାଲିର ସେବନ ରବିବାର ଦିନକୁ କରନ୍ତୁ ନାହିଁ । ଏପରିକି ରବିବାର ଦିନ ନାଲି ରଙ୍ଗର ପୋଷାକ ମଧ୍ୟ ପରିଧାନ କରିବା ଉଚିତ ନୁହେଁ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ