Sura ଭାଇଙ୍କ 7 ଦିନିଆ କବାଟ ପଛ ଫର୍ମୁଲା ବି ହୋଇଗଲା ଫେଲ୍ ! Tapaswini ଙ୍କୁ ଗେଷ୍ଟହାଉସରେ ଛାଡି Sumit ଫେରାର ହେବା ପ୍ରସଙ୍ଗକୁ ନେଇ ସୁର ଭାଇ କ’ଣ କହିଲେ ଶୁଣନ୍ତୁ, ଦେଖନ୍ତୁ video

ବ୍ରହ୍ମପୁର ଦମ୍ପତ୍ତି ତପସ୍ଵିନୀ ଦାଶ ଏବଂ ଡାକ୍ତର ସୁମିତ କୁମାର ସାହୁଙ୍କ ବୈବାହିକ ମାମଲା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ସ୍ଵାମୀଙ୍କ ଘର ଆଗରେ ଧାରଣାରେ ବସିବାର ପ୍ରଥମ ଦିନରୁ ଦିନ ହିଁ ଚର୍ଚ୍ଚାର ବିଷୟ ପାଲଟିଥିଲା ତପସ୍ଵିନୀ ଓ ସୁମିତଙ୍କ ମାମଲା । ତପସ୍ଵିନୀ ସୁମିତଙ୍କୁ ବିବାହ କରିଥିବା କଥା ଦାବି କରିଥିବା ବେଳେ ସୁମିତ ନିଜେ ମଧ୍ୟ ଏହାକୁ ମାନିଥିଲେ । ତେବେ ସେମାନଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ କାରଣରୁ ତପସ୍ଵିନୀ ନିଜ ବାପଘରକୁ ପଳାଇଥିଲେ ।

କିନ୍ତୁ ପରେ ଉଭୟଙ୍କ ଘର ଲୋକ ବୈଦିକ ରୀତିରେ ସେମାନଙ୍କ ବିବାହ କରିବା ପାଇଁ ରାଜି ହୋଇଥିଲେ । କିନ୍ତୁ କଥା ଦେଇ ଠକି ଦେଇଥିଲେ ସୁମିତ ଓ ତାଙ୍କ ଘରଲୋକ । ଆଉ ଏହାପରେ ଆରମ୍ଭ ହୋଇଥିଲା ତପସ୍ଵିନୀଙ୍କ ଧାରଣା । ଯାହା ଓଡିଶା ବ୍ଯତୀତ ଓଡିଶା ବାହାରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅନେକ ଶୁଭେଚ୍ଛୁ ତପସ୍ଵିନୀଙ୍କୁ ସମର୍ଥନ କରିବା ସହ ସୁମିତ ଓ ତପସ୍ଵିନୀ ଏକାଠି ରୁହନ୍ତୁ ବୋଲି ଆଶା ବାନ୍ଧିଛନ୍ତି ।

ତପସ୍ଵିନୀଙ୍କ ଆବେଦନକୁ ଦୃଷ୍ଟିରେ ରଖି ଏସଡ଼ିଜେଏମ କୋର୍ଟ ଉଭୟ ସୁମିତ ଏବଂ ତପସ୍ଵିନୀଙ୍କୁ ସାତ ଦିନ ପର୍ଯ୍ୟନ୍ତ ଏକାଠି ସ୍ଵାମୀ-ସ୍ତ୍ରୀ ପରି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ମାନ୍ୟ କରି ସେମାନେ ଏକାଠି ରହୁଥିଲେ ଏବଂ ଏହି ସମୟରେ କାହାରି ପରିବାର କିମ୍ବା ବନ୍ଧୁବାନ୍ଧବ ସେମାନଙ୍କୁ ଯୋଗାଯୋଗ କରିପାରିବେ ନାହିଁ ବୋଲି ମଧ୍ୟ ସର୍ତ୍ତ ରଖିଥିଲେ କୋର୍ଟ । କିନ୍ତୁ ସାତ ଦିନ ପୂରଣ ହେବା ପରେ କୋର୍ଟ ଏହି ସମସ୍ତ ସର୍ତ୍ତାବଳୀ ହଟାଇବା ସହ ଆହୁରି ସାତ ଦିନ ସେମାନଙ୍କୁ ଏକାଠି ରହିବାକୁ କହିଥିଲେ ।

କିନ୍ତୁ କୋର୍ଟଙ୍କ ଆଦେଶର ୨୪ ଘଣ୍ଟା ପୂରଣ ନ ହେଉଣୁ ତପସ୍ଵିନୀଙ୍କୁ ଗେଷ୍ଟହାଉସରେ ଛାଡି ଫେରାର ହୋଇ ଯାଇଛନ୍ତି ସୁମିତ, ଆଉ ତପସ୍ଵିନୀ ଏବେ ବି ସେହି ଗେଷ୍ଟହାଉସରେ ସୁମିତଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ତେବେ ଏହାକୁ ନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କୋର୍ଟ ଯେତେବେଳେ ତପସ୍ଵିନୀ ଓ ସୁମିତଙ୍କ ଏକାଠି ରହଣି ପାଇଁ ପ୍ରଥମ ସାତଦିନର ରାୟ ଶୁଣାଇଥିଲେ ସେତେବେଳ ସୁର ଭାଇ ଖୁବ୍ ଖୁସି ହୋଇଥିଲେ ଓ ଜଜ୍ ଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଥିଲେ ।

ସ୍ଵାମୀ-ସ୍ତ୍ରୀ ଏକା ରହିଲେ ସେମାନଙ୍କ ମଧ୍ୟରେ ନିଶ୍ଚୟ ବୁଝାମଣା ହେବ ଓ ଭଲପାଇବା ବୃଦ୍ଧି ହେବ ବୋଲି କହିଥିଲେ ସୁର ଭାଇ । କିନ୍ତୁ ସୁମିତ ଫେରାର ହେବା ପରେ ସୁର ଭାଇଙ୍କ ଆଶା ନିରାଶାରେ ବଦଳି ଯାଇଛି । ସ୍ଵାମୀ-ସ୍ତ୍ରୀଙ୍କ ଏକୁଟିଆ ସାତ ଦିନିଆ କବାଟ ପଛ ଫର୍ମୁଲା ଏଠାରେ କାର୍ଯ୍ୟ କରିନାହିଁ ।

ସେମାନେ ଏତେ ଦିନ ଏକାଠି ରହି ମଧ୍ୟ କିଛି କରି ପାରିଲେନି ବୋଲି କହି ସେ ନିରାଶା ବ୍ୟକ୍ତ କରିଛନ୍ତି । ତେବେ ସୁର ଭାଇଙ୍କ କହିବା ଶୈଳୀ ଶୁଣିଲେ ଆପଣା ନିଜ ହସ ସମ୍ଭାଳି ପାରିବେନି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।