ସୁର ଭାଇଙ୍କ ଧର୍ମପତ୍ନୀଙ୍କ ସୁରଙ୍କ ପ୍ରତି ଅନାବିଳ ପ୍ରେମ, ହାତରେ କରିଛନ୍ତି ସୁର ଭାଇଙ୍କ ନାମର ଟାଟୁ, ମିଡିଆ ଆଗରେ ଯାହା କହିଲେ, ହେଉଛି ଭାଇରାଲ: ଦେଖନ୍ତୁ Video

ସୁର ଭାଇଙ୍କୁ କିଏ ନ ଜାଣେ । ଓଡିଶାରେ ଘରେ ଘରେ ସୁର ଭାଇ ନାମରେ ପରିଚିତ ଏହି କଂଗ୍ରେସ ନେତା । ସବୁବେଳେ ମଜାଳିଆ ଧନାଗରେ ନିଜ ମତାମତକୁ ମି-ଡି-ଆ ଆଗରେ ପ୍ରକାଶ କରି ଚର୍ଚ୍ଚାରେ ରୁହନ୍ତି ସୁର ଭାଇ । ପିଲା ଠୁ ନେଇ ବୁଢା ଯାଏ ସମସ୍ତେ ତାଙ୍କ କଥା ଶୁଣିବାକୁ ଓ ନକଲ ମଧ୍ୟ କରିବାକୁ ଖୁବ ପସନ୍ଦ କରନ୍ତି ।

ଯୁବାପିଢି ମଧ୍ୟ ତାଙ୍କ ଉକ୍ତିକୁ ମିମ୍ସ ବନେଇ ଖୁବ ଉପଭୋଗ କରନ୍ତି । ତେବେ ନିକଟରେ ନିଜ ୭୮ ତମ ଜନ୍ମଦିନ ପାଳନ କରିଛନ୍ତି ଆପଣଙ୍କ ପ୍ରିୟ ସୁର ଭାଇ । ଅନେକ ଲୋକ ତାଙ୍କୁ ଦେଖା କରି ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଖୁବ ଧୁମଧାମରେ ପାଳନ କରିଛନ୍ତି ସୁର ଭାଇ ତାଙ୍କ ଏହି ଜନ୍ମ ଦିନ । ତେବେ ଏହି ଅବସରରେ ସୁରଭାଇଙ୍କ ଧର୍ମପତ୍ନୀ ଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିବାକୁ ସୁଯୋଗ ମିଳିଥିଲା ।

ସେମାନଙ୍କ ବିବାହକୁ ପ୍ରାୟ ୪୦ ବର୍ଷ ଉପରେ ହୋଇ ଯାଇଥିଲେ ମଧ୍ୟ ଏବେ ବି ସେମାନଙ୍କ ମଧ୍ୟରେ ଝଲସି ଦେଖା ଯାଉଛି ଅନାବିଳ ପ୍ରେମ । ସୁର ଭାଇଙ୍କ ପତ୍ନୀ ମାଳତୀ ଦେବୀ ନିଜକୁ ଖୁବ ଭାଗ୍ଯବାନ ମନେ କରୁଛନ୍ତି କି ସେ ସୁର ଭାଇଙ୍କ ପରି ଜଣେ ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ପାଇଛନ୍ତି । ତେବେ ସେ ସୁର ଭାଇଙ୍କୁ ତାଙ୍କ ଜନ୍ମ ଦିନରେ କୌଣସି ଉପହାର ଦେଇଛନ୍ତି କି ପଚରା ଯିବାରୁ ସେ ତାଙ୍କ ହାତରେ କରିଥିବା ଏକ ଟାଟୁ ଦେଖାଇଥିଲେ ।

ପରିଣତ ବୟସରେ ମଧ୍ୟ ସ୍ବାମୀଙ୍କ ପ୍ରତି ପୂର୍ବ ପରି ପ୍ରେମ ରହିଛି ମାଳତୀ ଦେବୀଙ୍କ ହୃଦୟରେ । ସେ ସୁର ଭାଇଙ୍କ ଜନ୍ମ ଦିନର ଗୋଟିଏ ଦିନ ପୂର୍ବରୁ ନିଜ ହାତରେ ଟାଟୁ କରି ଲେଖିଛନ୍ତି ‘ସୁର ଲଭସ ଏମ’ । ଆଉ ମି-ଡି-ଆ ମାଧ୍ୟମରେ ସୁର ଭାଇଙ୍କୁ ‘ଆଇ ଲଭ ୟୁ ସୁର ବାବୁ’ ମଧ୍ୟ କହିଛନ୍ତି । ସେମାନଙ୍କର ୫ଟି ସନ୍ତାନଙ୍କୁ ମିଳିମିଶି ଉଚ୍ଚ ଶିକ୍ଷିତ କରେଇଛନ୍ତି ।

ସୁର ଭାଇ ରାଜନୀତିରେ ମନ ଦେବା ବେଳେ ମାଳତୀ ଦେବୀ ସମ୍ଭାଳି ନେଇଛନ୍ତି ତାଙ୍କ ଘରକୁ । ସୁର ଭାଇଙ୍କ ଠାରୁ ନେଇ ପିଲା ଛୁଆ ପର୍ଯ୍ୟନ୍ତ ସମସ୍ତଙ୍କ ଯତ୍ନ ନେଇଛନ୍ତି ମାଳତୀ ଦେବୀ । ସୁର ଭାଇ ପଖାଳ ସହ ଜହ୍ନି ଭେଣ୍ଡି ଆଦି ଭଜା, ଚୂନା ମାଛ, ମାଛ, ବଡି ଚୁରା ଆଦି ଖାଇବାକୁ ଖୁବ ଭଲ ପାଆନ୍ତି ବୋଲି କହିଛନ୍ତି ମାଳତୀ ଦେବୀ ।

ମାଳତୀ ଦେବୀଙ୍କୁ ବୟସ ହେବାରୁ ସେ ତାଙ୍କୁ ରନ୍ଧାବଢା ଏବଂ ଘର କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସୁର ଭାଇ ଲୋକ ମଧ୍ୟ ରଖିଛନ୍ତି । ସେ ଯେତେ ରାତିରେ କାର୍ଯ୍ୟରୁ ଫେରିଲେ ମଧ୍ୟ ମାଳତୀ ଦେବୀ ସବୁକୁ ମ୍ୟାନେଜ କରି ଦିଅନ୍ତି । ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିବାରୁ ଅଧିକ ସମୟ ପର୍ଯ୍ଯନ୍ତ ରାଗରୁଷା ମଧ୍ୟ ରୁହେ ନାହିଁ ।

ମାଳତୀ ଦେବୀ କହିଛନ୍ତି ସୁର ଭାଇ ତାଙ୍କ ଜୀବନରେ ବହୁତ ସଂଘର୍ଷ କରି ଆଜି ଏ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ସୁର ଭାଇ ତାଙ୍କ ସଫଳତାର ଶ୍ରେୟ ମଧ୍ୟ ତାଙ୍କ ଧର୍ମପତ୍ନୀଙ୍କୁ ଦିଅନ୍ତି । ଆପଣଙ୍କୁ ମାଳତୀ ଦେବୀଙ୍କ ଏପରି ପ୍ରେମ ଦେଖି କିପରି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।