NZ v IND 4th T20I : ସୁପର ଓଭରକୁ ନେଇ ବିରାଟ କୋହଲି ଦେଲେ ବଡ ବୟାନ, କହିଲେ-“ଯେତେବେଳେ ବିରୋଧୀ ଟିମ ଭଲ ଖେଳ…

ଭାରତ ପୁଣି ଥରେ ନ୍ୟୁଜଲ୍ୟାଣ୍ଡକୁ ସୁପର ଓଭରରେ ହରାଇଛି । ଟିମ ଇଣ୍ଡିଆ ବ୍ୟାଲିଂଟନରେ ଶୁକ୍ରବାର ଦିନ ଖେଳିଥିବା ଚତୁର୍ଥ ଟି20ରେ ନ୍ୟୁଜଲ୍ୟାଣ୍ଡକୁ ସୁପର ଓଭରରେ ହରାଇ ପାଞ୍ଚଟି ମ୍ୟାଚର ଟି20 ସିରିଜରେ ୪-୦ ପଏଣ୍ଟର ବୃଦ୍ଧି କରିଛି । ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ଲଗାତାର ଦୁଇଟି ମ୍ୟାଚରେ ହୋଇଥିବା ସୁପର ଓଭର ଉପରେ ଭାରତୀୟ କ୍ରିକେଟ ଟିମ ର କ୍ୟାପଟେନ ବିରାଟ କୋହଲି ଏକ ମହତ୍ଵପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ।

ସେ କହିଲେ କି, ଏହି ସୁପର ଓଭର ପାଇଁ ତାଙ୍କୁ ଏକ ମହତ୍ଵପୂର୍ଣ୍ଣ ଶିକ୍ଷା ମିଳିଲା କି ଶେଷ ପର୍ଯ୍ୟନ୍ତ ଶାନ୍ତ ହୋଇ ରହିବା ଓ ମଉକା ମିଳିଲେ ଫାଇଦା ଉଠାଇବା । ନ୍ୟୁଜଲ୍ୟାଣ୍ଡ ଟିମ ଲଗାତାର ଦୁଇଟି ମ୍ୟାଚରେ ଭଲ ସ୍ଥିତିରେ ଥାଇ ମଧ୍ୟ ଜିତି ପାରିଲା ନାହିଁ । ଯାହାଦ୍ୱାରା ଭାରତ ସୁପର ଓଭରରେ ଜିତି ପାଞ୍ଚଟି ମ୍ୟାଚ ର ସିରିଜରେ ୪-୦ ପଏଣ୍ଟ ବୃଦ୍ଧି କରିଛି ।


ମ୍ୟାଚ ସରିବା ପରେ କୋହଲି କହିଛନ୍ତି, ‘ପୂର୍ବ ଦୁଇ ମ୍ୟାଚରେ ମୁଁ ଏକ ନୂଆ ଶିକ୍ଷା ନେଇଛି, ଯେବେ ବିରୋଧୀ ଟିମ ଭଲ ଖେଳୁଛି ତେବେ ଶେଷ ପର୍ଯ୍ୟନ୍ତ ଶାନ୍ତ ହୋଇ ରହିବା ଉଚିତ ଓ ମଉକାର ଫାଇଦା ଉଠାଇବା ନିହାତି ଆବଶ୍ୟକ । ନ୍ୟୁଜଲ୍ୟାଣ୍ଡକୁ ଶେଷ ଦୁଇ ଓଭରରେ ୧୧ ରନ୍ ଆବଶ୍ୟକ ଥିଲା ଓ ସେମାନଙ୍କର ସାତଟି ୱିକେଟ ବଞ୍ଚିଥିଲା । ହେଲେ ମ୍ୟାଚ ଟାଏ ହୋଇଯିବାରୁ ସୁପର ଓଭରରେ ଭାରତୀୟ ଟିମ ଜିତି ଥିଲା’।

କୋହିଲି କହିଲେ ‘ଆମେ ଏହି ମ୍ୟାଚରୁ ଅଧିକ ରୋମାଞ୍ଚକ କୌଣସି ମ୍ୟାଚର ଆଶା କରିପାରିବୁ ନାହିଁ । ଆମେ ଏହା ପୂର୍ବରୁ ସୁପର ଓଭର ଖେଳିନଥିଲୁ, ହେଲେ ଏହି ଦୁଇ ମ୍ୟାଚରେ ଆମେ ବିଜୟ ହାସଲ କରିଛୁ । ଏହା ଦ୍ଵାରା ଟିମର ସାହସ ଜଣାପଡି ଯାଉଛି ।


ସୁପର ଓଭରର ବ୍ୟାଟିଂକୁ ନେଇ ବିରାଟ କହିଲେ, ‘ଆରମ୍ଭରେ ଆମେ ସାମସନ ଓ କେଏଲଙ୍କୁ ସୁପର ଓଭରରେ ପଠେଇବାକୁ ଚାହୁଁଥିଲୁ, ହେଲେ ସେହି ସମୟରେ କେଏଲ କହିଥିଲେ ମୋତେ(ବିରାଟ) ବ୍ୟାଟିଂ କରିବା ଉଚିତ । ଏହା ସହିତ କୋହଲି ବୋଲର ନବଦୀପ ସଇନିଙ୍କର ବି ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି ସଇନି ତାଙ୍କର ସ୍ପୀଡ ଦ୍ଵାରା ପୁଣି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଆମେ ଯେଉଁ ପରି ଖେଳ ଦେଖାଇଲୁ ତ ଉପରେ ଆମେ ଗର୍ବି ଅନୁଭବ କରୁଛୁ’ ।