ମୋବାଇଲ ଚାର୍ଜର ନେଲା ୧୪ ବର୍ଷୀୟ ଝିଅର ପ୍ରାଣ, ଆପଣ ତ କରୁ ନାହାଁନ୍ତି ଏହି ଭୁଲ, ନିଶ୍ଚୟ ଜାଣି ନିଅନ୍ତୁ

ସାଧାରଣତଃ ଅଧିକାଂଶ ଲୋକ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି । ହେଲେ ଏହି ମୋବାଇଲ ଫୋନର ଚାର୍ଜର ନେଇଛି ୧୪ ବର୍ଷ ଝିଅର ଜୀବନ । ୧୪ ବର୍ଷର ଝିଅ Le Thi Xoan ସହିତ ଏହି ଘଟଣା ଘଟିଛି । ଏହି ଝିଅର ଗୋଟିଏ ଭୁଲ ପାଇଁ ସେ ତାର ପ୍ରାଣକୁ ହରାଇଛି । Le Thi Xoan ପାଖରେ iphone ମୋବାଇଲ ଥିଲା । ଏ ହେଉଛି ସେହି ଫୋନ ଯାହାକୁ ବ୍ୟବହାର କରିବାର ସ୍ଵପ୍ନ ସବୁ ଯୁବକ ଓ ଯୁବତୀମାନଙ୍କର ଥାଏ ।

Le Thi Xoan କିଛି ଦିନ ପୂର୍ବରୁ ଏକ iphone କିଣି ଥିଲା । ହେଲେ ଏହି iphoneର ଚାର୍ଜର ଖରାପ ହୋଇଯିବାରୁ, ସେ ଅନ୍ୟ କମ୍ପାନୀର ଚାର୍ଜର ବ୍ୟବହାର କରିବାକୁ ଲାଗିଲା । କିଛି ଦିନ ପରେ ସେହି ଅନ୍ୟ କମ୍ପାନୀର ଚାର୍ଜର ମଧ୍ୟ ଖରାପ ହେବାକୁ ଲାଗିଲା ଓ ଅଳ୍ପ ଡ୍ୟାମେଜ ହୋଇଯାଇଥିଲା । ହେଲେ Le Thi Xoan ସେହି ଚାର୍ଜରକୁ ନିୟମିତ ରୂପେ ବ୍ୟବହାର କରିଥିଲା ।

ସେ ଝିଅ ସବୁବେଳେ ରାତିରେ ସେହି ଡ୍ୟାମେଜ ଚାର୍ଜରରେ ଫୋନକୁ ଚାର୍ଜ କରି ଶୋଇ ପଡୁଥିଲା । ହେଲେ ରାତିରେ ସେ ଫୋନ ଚାର୍ଜରେ ବସାଇ ଶୋଇବା ସମୟରେ ତା ଶରୀର ଚାର୍ଜର ର ସମ୍ପର୍କରେ ଆସି ଯାଇଥିଲା । ଯାହାଫଳରେ ଚାର୍ଜରରେ ଥିବା କରେଣ୍ଟ ଦ୍ଵାରା ତାର ମୃତ୍ୟୁ ହୋଇଥିଲା ।

ଏହା ପରେ Le Thi Xoanର ମା’ ବାପା ସକାଳ ସମୟରେ ଝିଅକୁ ବେହୋସ ଅବସ୍ଥାରେ ଦେଖି ଡାକ୍ତରଖାନା ନେଇଯାଇଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଦେଲେ । ଏହା ପରେ ପୋଲିସ ତାର ଯାଞ୍ଚ କରିଥିଲା ଓ ଯାଞ୍ଚରେ ଜଣା ପଡିଥିଲା କି ମୃତ ଝିଅର ବେଡ ଉପରେ ଲାଗିଥିବା ଚାର୍ଜର ଦ୍ଵାରା ତାର ମୃତ୍ୟୁ ହୋଇଛି ।

ଏହା ଥିଲା ସେହି ଅନ୍ୟ କମ୍ପାନୀର ଚାର୍ଜର ଯାହାକୁ Le Thi Xoan ବ୍ୟବହାର କରୁଥିଲା । ତେଣୁ ଆପଣ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ଓ ଭୁଲ ରେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।