ନଭେମ୍ବର 5ରେ କୋଲକାତାରେ ହେବ ଫାଇଟ । କୋହଲିଙ୍କ କରାଯିବ ସ୍ମୃତି ଚାରଣ । ସମ୍ମାନିତ ହେବେ କିଙ୍ଗ କୋହଲି । ହଁ ଦର୍ଶକ ବନ୍ଧୁ ନଭେମ୍ବର 5 ସୁପର ସଣ୍ଡେ ରେ ହେବ ସୁପର ମ୍ଯାଚ । ସେଥିପାଇଁ କ୍ରିକେଟ ପ୍ରେମୀ ରବିବାରକୁ ଅପେକ୍ଷା କରି ରହିଛନ୍ତି । ଏଥର କୋଲକାତାର ହିଡେନ ଗାର୍ଡେନ ଗ୍ରାଉଣ୍ଡ ରେ ଫାଇଟ ହେବ । ପେଣ୍ଟ ଟେବଲ ଟପ ରେ ଥିବା ଭାରତୀୟ ଦଳକୁ ସାମ୍ନା କରିବ ଦକ୍ଷିଣ ଆଫ୍ରିକା ।
ଏହି ମ୍ଯାଚ ପୂର୍ବରୁ ସବୁ ଟିକେଟ ବିକ୍ରି ହୋଇସାରିଛି । ଭାରତ ଦକ୍ଷିଣ ଆଫ୍ରିକାର ମ୍ଯାଚ ଖେଳି ଦେଖିବା ପାଇଁ ଷ୍ଟାଡିୟମରେ ଭିଡ ରହିବାର ସମ୍ଭାବନା ରହିଛି । ଚଳିତ ବିଶ୍ଵକ୍ଯାପ 2023ରେ ଭାରତୀୟ କ୍ରିକେଟ ଦଳ ବହୁତ ଭଲ ଫର୍ମରେ ଅଛି । ଟିମ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ 6ଟି ବିଜୟ ହାସଲ କରି ସେମି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ ରଖିଛି । ଏଭଳି ସ୍ଥିତିରେ ଆଗାମୀ ମ୍ଯାଚରେ ଭଲ ପ୍ରଦର୍ଶନ କରିବ ବୋଲି ଆସା କରାଯାଉଛି ।
ବିଶେଷ କରି ବିରାଟଙ୍କ ପାଇଁ ଏହି ବିଶ୍ଵକପ ଅତ୍ୟନ୍ତ ଚମତ୍କାର ହୋଇଛି । ସେ ବାଙ୍ଗାଲଦେଶ ବିପକ୍ଷରେ ଏକ ଶତକ ହାସଲ କରିଛନ୍ତି । ସେ ୱାନ-ଡେ ରେ 48ତମ ଶତକ ପୂରଣ କରିଛନ୍ତି । ଆସନ୍ତା କିଛି ମ୍ଯାଚରେ ବିରାଟ ସଚିନଙ୍କ ରେକର୍ଡ ସହ ସମାନ ହେବେ ବୋଲି ଆସା କରାଯାଉଛି । ତେବେ ନଭେମ୍ବର 5ରେ କୋହଲିଙ୍କ ଜନ୍ମଦିନ ଅଛି । ଏହି ଦିନ ସେ ଶତକ ହାସଲ କରି ଫ୍ୟାନ୍ସ ମାନଙ୍କ ସହ 35ତମ ଜନ୍ମ ଦିନ ସେଲିବ୍ରେଟ କରିବେ ବୋଲି କୁହାଯାଉଛି ।
ତାଙ୍କ ଜନ୍ମଦିନରେ କ୍ରିକେଟ ଆସୋସିଏନସନ ଅଫ ବେଙ୍ଗଲ ଗ୍ରାଉଣ୍ଡରେ କୋହଲିଙ୍କ ମାସ୍କ ମାଗଣାରେ ବଣ୍ଟନ କରିବାକୁ ଯୋଜନା କରିଛି । ପ୍ରାୟ 70 ହଜାର ଦର୍ଶକ କୋହଲିଙ୍କ ମାସ୍କ ପିନ୍ଧି ମ୍ଯାଚ ଦେଖିବାକୁ ଅନୁମାନ କରାଯାଉଛି । ଏହା ସହ ମ୍ଯାଚ ପୂର୍ବରୁ କେକ କାଟି କୋହଲିଙ୍କୁ ସ୍ମୃତି ଚରଣ ସହ ସମ୍ମାନିତ କରାଯିବାର ଯୋଜନା କରିଛି କ୍ରିକେଟ ଆସୋସିଏସନ ନ ଅଫ ବେଙ୍ଗଲ ।
ସାମ୍ବାଦିକ ସମ୍ମିଳନୀ ରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ର ସଭାପତି ସ୍ନେହାସିସ ଗାଙ୍ଗୁଲି ଏ ନେଇ ସୂଚନା ଦେଇଛନ୍ତି । ଗାଙ୍ଗୁଲି କହିଛନ୍ତି ଆମେ ICC ରୁ ଅନୁମୋଦନ ପାଇବାକୁ ଆସା କରୁଛୁ । ଯଦି ICC ରୁ ଅନୁମୋଦନ ମିଳେ ତେବେ ଆମେ ବିରାଟଙ୍କ ପାଇଁ ଏହି ଦିନକୁ ସ୍ଵତନ୍ତ୍ର କରିବାକୁ ଚାହୁଁଛୁ । ଆମେ ଚାହୁଁ ଯେ ପ୍ରତେକ ପ୍ରଶଂସକ କୋହଲି ଙ୍କ ମାସ୍କ ପିନ୍ଧି ଷ୍ଟାଡିୟମ ରେ ପ୍ରବେଶ କରନ୍ତୁ ।
ଆମେ କୋହଲିଙ୍କ ଜନ୍ମଦିନରେ 70 ହଜାର ମାସ୍କ ବଣ୍ଟନ କରିବାକୁ ଯୋଜନା କରୁଛୁ । ନଭେମ୍ବର 2023 ରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ ମଧ୍ୟ ଏକ ସମାନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଯେବେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ତାଙ୍କର 199ତମ ଟେଷ୍ଟ ମ୍ଯାଚ ଖେଳିଥିଲେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।