ସୁଶାନ୍ତଙ୍କ ପରେ ପୁଣି ଅଭିନୟ ଜଗତରେ ଶୋକର ଛାୟା, ବଲିଉଡର ଏହି ଲୋକପ୍ରିୟ ଅଭିନେତା କଲେ ଆତ୍ମହତ୍ୟା

ଟିଭି ଦୁନିଆରେ ‘ୟେ ରିସ୍ତେ ହେଁ ପ୍ୟାର୍ କେ’, ‘ ଶାଶ ଭି କଭି ବହୁ ଥି’,’ କାହାନି ଘର-ଘର କି’ ଭଳି ସିରିଏଲରେ କାମ କରିଥିବା ସମୀର ଶର୍ମା ଆତ୍ମହତ୍ୟା କରିଛନ୍ତି । ସେ ନିଜ ରୋଷେଇ ଘରେ ଥିବା ଏକ ଫ୍ୟାନରେ ଏକ କପଡା ବାନ୍ଧି ଫାଶୀ ଲଗାଇଛନ୍ତି । ସମୀର ଶର୍ମାଙ୍କ ମୃତଦେହ ଫ୍ୟାନରେ ଝୁଳୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା କିନ୍ତୁ ସେଠାରୁ କୌଣସି ସୁସାଇଡ ନୋଟ ମିଳିନାହିଁ । ଏଥିପାଇଁ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ସମୀର ମଲାଡରେ ଥିବା ତାଙ୍କ ଭଡା ଘରେ ରହୁଥିଲେ। ତାଙ୍କ ଫ୍ଲାଟ ମଲାଡ ୱେଷ୍ଟ ରେ ଅହିଂସା ସଡକରେ ନେହା CHS ନାମର ବିଲ୍ଡିଂରେ ଥିଲା ।

ମଲାଡ ପୋଲିସର ସୂଚନାନୁସାରେ, 44 ବର୍ଷିୟ ସମୀର ଶର୍ମା ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ତାହାକୁ ସେ ଏହି ବର୍ଷ ଫେବୃଆରୀରେ ଭଡା ଭଡାରେ ନେଇଥିଲେ । ରାତିରେ ଡ୍ୟୁଟିରେ ଥିବା ୱାଚ ମ୍ୟାନ ରାଉଣ୍ଡ ମାରିବା ସମୟରେ ବଡି କୁ ଦେଖି ଷୋସାଇଟ ର ସଦସ୍ୟମାନଙ୍କୁ ସୂଚନା ଦେଇଥିଲା । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଖବର ଅନୁଯାୟୀ ସମୀର ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟଗତ ରୋଗରେ ପୀଡିତ ଥିଲେ କିନ୍ତୁ ସେ ଠିକ୍ ହୋଇ ଅଭିନୟ ଆରମ୍ଭ କରିଥିଲେ। ସେ ବର୍ତ୍ତମାନ ଷ୍ଟାର୍ ପ୍ଲସ୍ ର ସୋ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ର ଏକ ଅଂଶ ଥିଲେ । ତାଙ୍କୁ ଶୋ’ରେ ତାଙ୍କୁ କୁହୁଙ୍କ ପିତା ରୋଲ ରେ ଦେଖିବାକୁ ମିଳିଥିଲା । ଏହି ଶୋ’ ଛଡା ସମୀର ଆହୁରି ଅନେକ ଟିଭି ଶୋ ’ଲେଫ୍ଟ ରାଇଟ ଲେଫ୍ଟ’ ’ଇଶ୍ ପ୍ୟାର୍ କୋ କ୍ୟା ନାମ ଦୂ- ଏକ ବାର ଫିର’, ‘ଗୀତ ହୁଇ ସବସେ ପରାଇ’, 2612, ‘ଦିଲ୍ କ୍ୟା ଚାହତା ହୈ’ ଭଳି ଅନେକ ଫେମସ ଟିଭି ଶୋ ରେ କାମ କରିଥିଲେ ।