ସୁନ୍ଦରୀ ହେବା ସହ ଖୁବ୍ ଧନୀ ବି ଅଟନ୍ତି ଏହି 5 କ୍ରିକେଟରଙ୍କ ପତ୍ନୀ, 5 ନମ୍ବରଙ୍କ ପତ୍ନୀ ତ ନିଜେ ଜଣେ କ୍ରିକେଟର

ସାରା ଦୁନିଆରେ ଭାରତୀୟ କ୍ରିକେଟ ଖେଳର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଭାରତୀୟ ଖେଳାଳି ମାନେ ନିଜ ଚମତ୍କାର ପ୍ରଦର୍ଶନରେ ଲୋକଙ୍କ ହୃଦୟ ଜିତିବା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ଆଜି ଆମେ ଆପଣଙ୍କୁ କିଛି କ୍ରିକେଟରଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ଦେଖିବାକୁ ଯେମିତି ସୁନ୍ଦର ସେମିତି ବିଳାସପୂର୍ଣ୍ଣ ଜୀବନ କାଟିବାକୁ ମଧ୍ୟ ପାଆନ୍ତି ।

୧- ରବୀନ୍ଦ୍ର ଜାଡେଜା ଓ ରିବା ଶୋଲାଙ୍କି

ଭାରତୀୟ ଟିମ୍ ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ଶାନଦାର ବ୍ୟାଟିଂ, ବୋଲି॰ ଓ ଫିଲ୍ଡି॰ ପାଇଁ ମଧ୍ୟ ଖୁବ୍ ଜଣାଶୁଣା ଅଟନ୍ତି । ତାଙ୍କ ପତ୍ନୀଙ୍କ ନାମ ହେଉଛି ରିବା ଶୋଲାଙ୍କି ଓ ସେ ଦେଖିବାକୁ ଖୁବ ସୁନ୍ଦର । ସେମାନେ ୨୦୧୬ରେ ବିବାହ କରିଥିଲେ । ରିବା ଭାରତୀୟ ଜନତା ପାର୍ଟିର ଜଣେ ନେତ୍ରୀ ଅଟନ୍ତି ଓ ଖୁବ ଶାନଦାର ଜୀବନ କାଟନ୍ତି । ରିବା ଭାଜପାରେ ରହି ରାଜନୀତିରେ ହିଁ ନିଜ କ୍ଯାରିୟର ବନାଇବାକୁ ଚେଷ୍ଟା କରନ୍ତି ।

୨- ରୋହିତ ଶର୍ମା ଓ ରିତିକା ସଜଦେହ

ନିଜ ଧୂଆଁଦାର ବ୍ୟାଟିଂ ପାଇଁ ପରିଚିତ ରୋହିତ ଶର୍ମାଙ୍କ ଖେଳକୁ ସମସ୍ତେ ପସନ୍ଦ କରନ୍ତି । ୩୪ ବର୍ଷୀୟ ରିତିକା ୨୦୧୫ରେ ରିତିକା ସଜଦେହଙ୍କୁ ବିବାହ କରିଥିଲେ ଯିଏ କି ଜଣେ ସ୍ପୋର୍ଟ୍ସ ମ୍ୟାନେଜର ଅଟନ୍ତି । ରିତିକା ଦେଖିବାକୁ କେଉଁ ବଲିଉଡ ହିରୋଇନଙ୍କ ଠାରୁ କିଛି କମ୍ ନୁହନ୍ତି । ସେ ପ୍ରାୟତଃ ରୋହିତ ଶର୍ମା ଓ ଇଣ୍ଡିଆ ଟିମ୍ କୁ ସମର୍ଥନ କରୁଥିବାର ଷ୍ଟାଡିୟମରେ ଦେଖାଯାନ୍ତି ।

୩- ଦିନେଶ କାର୍ତ୍ତିକ ଓ ଦୀପିକା ପଲ୍ଲୀକଲ

ଦିନେଶ କାର୍ତ୍ତିକ ଦୁଇଟି ବିବାହ କରିଛନ୍ତି । ପ୍ରଥମ ବିବାହରେ ତାଙ୍କୁ ଧୋକା ମିଳିଥିବା ବେଳେ ସେ ଦୀପିକା ପଲ୍ଲୀକଲଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି । ଦୀପିକା ଭାରତର ଜଣେ ସଫଳ ଓ ପ୍ରସିଦ୍ଧ ସ୍କ୍ୱେଶ ଖେଳାଳି ଅଟନ୍ତି । ଦିନେଶ କାର୍ତ୍ତିକ ଜଣେ ଭଲ କ୍ରିକେଟର ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ବେଳେ ଦୀପିକା ମଧ୍ୟ ନିଜ ଖେଳ ପାଇଁ ଖୁବ୍ ଜଣାଶୁଣା । ନିକଟରେ ଦୁହେଁ ଜାଆଁଳା ସନ୍ତାନଙ୍କ ପିତାମାତା ହୋଇଛନ୍ତି ।

୪- ବିରାଟ କୋହଲି ଓ ଅନୁଷ୍କା ଶର୍ମା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଉଭୟ ଦେଶ ଏବଂ ବିଦେଶରେ ଖୁବ ପରିଚିତ । କ୍ରିକେଟ ଓ ବଲିଉଡ ସହ ଜଡିତ ଏହି ଯୋଡିଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି । ଅନୁଷ୍କା ମଧ୍ୟ ଅନେକ ସମୟରେ ବିରାଟ ଓ ଇଣ୍ଡିଆ ଟିମ୍ ଙ୍କୁ ସପୋର୍ଟ କରିବାକୁ ଷ୍ଟାଡିୟମ ଆସିଥିବାର ଆପଣ ଦେଖିଥିବେ । ଏବେ ସେମାନେ ଝିଅ ‘ବମିକା’ ଙ୍କ ମାତାପିତା ଅଟନ୍ତି ।

୫- କେଦାର ଯାଦବ ଓ ସ୍ନେହଲ ଯାଦବ

ଏହି ତାଲିକାରେ ଜଣାଶୁଣା କ୍ରିକେଟରଙ୍କ ପତ୍ନୀ ସ୍ନେହଲ ଯାଦବଙ୍କ ନାମ ମଧ୍ୟ ସାମିଲ ଅଛି । କେଦାର ଟିମ୍ ଇଣ୍ଡିଆ ଅନେକ ମ୍ଯାଚ ଖେଳି ଖୁବ ଭଲ ପ୍ରଦର୍ଶନ କରିଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ନିଜେ ଜଣେ କ୍ରିକେଟର । ଯଦ୍ୟପି ଆନ୍ତର୍ଜାତୀୟ ସ୍ତରରେ ସେ କୌଣସି ମ୍ଯାଚ ଖେଳି ନାହାନ୍ତି କିନ୍ତୁ ସେ ମହାରାଷ୍ଟ୍ର ଓ ୱେଷ୍ଟ ଜୋନ ପାଇଁ ମ୍ଯାଚ ଖେଳି ସାରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।