ଘର ଭିତରେ ଶୋଇଥିଲେ, ହଠାତ ଘର ଭାଙ୍ଗି ଭିତରେ ପଶି ଶୁଣ୍ଢରେ ଟେକିକି କଚିଦେଲା ହାତୀ, ଦେଖନ୍ତୁ video

ମୃତ୍ୟୁ କେତେବେଳେ କେଉଁ ରୂପରେ ଆସେ କେହି ମଧ୍ୟ ଜାଣି ପାରନ୍ତି ନାହିଁ । ଘର ଥାଉ କି ବାହାରେ ମୃତ୍ୟୁ କେବେ କାହା ପାଇଁ ପେକ୍ଷା କରେ ନାହିଁ । ସମୟ ଅସମୟ ମଧ୍ୟ ଦେଖେ ନାହିଁ । ଯେତେବେଳେ ଉପରୁ ନିର୍ଦ୍ଧାରିତ ହୋଇଥିବ ସେହି ସମୟରେ ସିଧା ଆସି ପହଞ୍ଚି ଯାଏ । ଆଜି ଆମେ ଆପଣଙ୍କୁ ଯେଉଁ ଅଭାବନୀୟ ଘଟଣା ସମ୍ବନ୍ଧରେ କହିବାକୁ ଯାଉଛୁ ଶୁଣିଲେ ଆପଣ କାନ୍ଦି ପକାଇବେ । ରାତି ପ୍ରାୟ ତିନିଟା ହେବ ଘରେ ଶୋଇଥିଲେ ବୃଦ୍ଧ ବ୍ୟକ୍ତି ଜଣକ । ହଠାତ ଭାଙ୍ଗି ଯାଇଥିଲା ନିଦ ।

ଆଖି ଖୋଲିବା ପରେ ଯାହା ଦେଖିଲେ ହୁଏତ ସେ ହଠାତ ମଧ୍ୟ ବୁଝି ପାରି ନଥିବେ । ଆଖି ସାମନାରେ ଯମଦୂତ ପରି ଯେମିତି ଠିଆ ହୋଇଥିଲା ଦନ୍ତା ହାତୀ ଟିଏ । ସେତେବେଳକୁ ଝାଟି ମାଟିର କାନ୍ଥ ଭାଙ୍ଗି ହାତୀ ସିଧା ଘର ଭିତରକୁ ଆସି ଯାଇଥିଲା । ହାତୀକୁ ଦେଖି ଜୀବନ ବିକଳରେ ଦଉଡି ପଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଫଳ ହୋଇଥିଲା ସମସ୍ତ ଚେଷ୍ଟା ।

ହାତୀ ବି ଛାଡି ନଥିଲା । ଗୋଡାଇ ଗୋଡାଇ ଧରିନେଲା ହାତୀ । ଆଉ ତା’ପରେ ନିଜ ଶୁଣ୍ଢରେ ଟେକି ତଳେ କଚିଦେଲା । ତେବେ ଘଟଣାସ୍ଥଳରେ ହିଁ ଦେବଗଡ ଥାନା କାଳକାଠ ଗ୍ରାମର କିଶାନ ସାହୁ ଓରଫ ଚେରୁ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଲୋକେ ଖୁବ୍ ଭୟଭୀତ ଅଛନ୍ତି । ଏହିଭଳି ଦୟନୀୟ ଭାବେ ନିଜ ବାପା ଓ ସ୍ଵାମୀଙ୍କୁ ହରାଇ ତାଙ୍କ ପରିବାର ଲୋକେ ମଧ୍ୟ ଖୁବ୍ କାନ୍ଦୁଛନ୍ତି ।

ରାତିରେ ବୃଦ୍ଧ ବ୍ୟକ୍ତି ଜଣକ ଶୋଇଥିବା ସମୟରେ ଦନ୍ତା ହାତୀ ଟିଏ ଝାଟିମାଟି ଘରର କାନ୍ଥ ଭାଙ୍ଗି ଘରେ ପଶିବାକୁ ଚେଷ୍ଟା କରୁଥିଲା । ଆଉ ଏହାପରେ ହାତୀକୁ ଦେଖି ଚେରୁ ଘରୁ ବାହାରି ଦଉଡି ପଳାଇବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସେ ଦଉଡି ପଳାଉଥିବା ବେଳେ ଦନ୍ତା ହାତୀଟି ମଧ୍ୟ ତାଙ୍କ ପଛେ ପଛେ ଗୋଡାଇଥିଲା ।

ଆଉ ଶେଷରେ ନିଜ ଶୁଣ୍ଢରେ ଉଠାଇ ସିଧା ତଳେ କଚି ଦେଇଥିଲା । ଯାହାଫଳରେ ସେହିଠାରେ ହିଁ ଛଟଛଟ ହୋଇ ପ୍ରାଣ ହରାଇଥିଲେ । ଘଟଣାସ୍ଥଳରେ ଦେବଗଡ ରେଞ୍ଜର ଦେବଦତ୍ତ ନନ୍ଦ ଓ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।