‘ଭୁଲି ଯାଅନି ସୁମିତ ମୁ ତୁମ ସ୍ତ୍ରୀ, ମୋ ଜୀବନ କଣ ଖେଳଘର’ ନିଜ ସ୍ବାମୀଙ୍କୁ ଚ୍ୟାଲେଞ୍ଜ କରି କିଛି ଏମିତି କହିଲେ Tapaswini, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବ୍ରହ୍ମପୁରର ଚର୍ଚିତ ମାମଲା ବିଷୟରେ ତ ନିଶ୍ଚୟ ଜାଣିଥିବେ । ବ୍ରହ୍ମପୁର ବ୍ରହ୍ମ ନଗରର ଯୁବତୀ ତପସ୍ଵିନୀ ଦାସ ନିଜ ଶଶୁର ଘର ସାମ୍ନାରେ ଦୀର୍ଘ ୪ ଦିନ ହେବ ଧାରଣାରେ ଦେଇ ବସିଛନ୍ତି । ତେବେ ଗତ କାଲି ତପସ୍ଵିନୀଙ୍କ ଶଶୁର ଓ ସ୍ଵାମୀ ମିଡିଆ ସାମ୍ନାକୁ ଆସିଛି ତାଙ୍କର କିଛି ପ୍ରତିକ୍ରିୟା ଦେଇଥିଲେ । ସ୍ଵାମୀ ଓ ଶଶୁର ଆସିବା ପରେ ତପସ୍ଵିନୀଙ୍କୁ ଶାଶୁଘର ଲୋକ ଗ୍ରହଣ କରୁ ନାହାନ୍ତି ।

ତେବେ ବନ୍ଧୁଗଣ ଆଜି ହେଉଛି ମାର୍ଗଶିର ମାସର ପ୍ରଥମ ଗୁରୁବାର । ଏହି ଗୁରୁବାର ଆମ ଓଡିଆ ଧର୍ମରେ ଏକ ଅନ୍ଯତମ ପର୍ବ । ଏହି ଗୁରୁବାରରେ ବିବାହିତା ନାରୀ ମାନେ ନିଜ ଶଶୁର ଘରେ ପୂଜା ଅର୍ଚ୍ଚନା କରନ୍ତି । ତେବେ ତପସ୍ଵିନୀ ମଧ୍ୟ ନିଜ ଶଶୁର ଘର ବାହାରେ ରହି ମାର୍ଗଶିର ମାସର ପ୍ରଥମ ଗୁରୁବାର ଉପଲକ୍ଷେ ଲକ୍ଷ୍ମୀ ପୂଜା କରିଛନ୍ତି ।

ବନ୍ଧୁଗଣ ତପସ୍ଵିନୀ ପୂଜା କରିସାରିବା ପରେ ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ତପସ୍ଵିନୀ କଣ କହିଛନ୍ତି । ତପସ୍ଵିନୀ କାନ୍ଦି କାନ୍ଦି କହିଛନ୍ତି-‘ମୋତେ ଦୁଃଖ ଲାଗୁଛି ଆଜ୍ଞା ମୁ ବୁଝି ପାରୁନି ଯେ ମୁ କଣ ଭୁଲ କରିଥିଲି ଯେଉଁଥି ପାଇଁ ମତେ ଏତେ ଦଣ୍ଡ ମିଳୁଛି । ବାହାରେ ପୂଜା କରିବାଟା ଭୁଲ କି ମୋତେ ଘରେ ପସିବାକୁ ଦେଲେ ନାହିଁ ବୋଲି ମୁ ବାହାରେ ପୂଜା କରିଲି ।

ମୋତେ ଡାଇରେକ୍ଟ ସୁମିତ କହୁଛନ୍ତି, ହଁ ମୁ ବିବାହ କରିଥିଲି ଏବେ ମୁ ବିଚ୍ଛେଦ ଚାହୁଁଛି । ତା ହେଲେ ତମେ କୋର୍ଟ କାହିଁକି ଆସୁନ । ସେ ମିଡିଆ ସାମ୍ନାରେ କିଛି କହିବା ପାଇଁ ଚାହୁଁ ନାହାନ୍ତି । ତାଙ୍କ ପାଇଁ ମିଡିଆ ଆଗ ନା ନ୍ୟାୟଳୟ ଆଗ, କୋର୍ଟ ହେଇଛି ଜନସାଧାରଣ ମାନଙ୍କ ପାଇଁ’ । ଆଗକୁ ତପସ୍ଵିନୀ କହିଛନ୍ତି-‘ସୁମିତ କହୁଛନ୍ତି ଆମ ଘର ସାମ୍ନାରେ ସେ ପୂଜା କରିବା ଦ୍ଵାରା ମା ଘରେ ପୂଜା କରିପାରୁ ନାହାନ୍ତି ।

କାହିଁକି ଲକ୍ଷ୍ମୀ କଣ ମୋ ପାଖକୁ ଆସିଯାଇଛନ୍ତି ତାଙ୍କ ପାଖକୁ ଯାଉ ନାହାନ୍ତି । ସେ କହୁଛନ୍ତି ମୁ ତାଙ୍କ ଘର ଛାଡି ଚାଲି ଯାଇଛି ହେଲେ ଆପଣ କୁହନ୍ତୁ କେଉଁ ଝିଅ ଘରୁ ବାହାରି ଆସିବା ପରେ ନିଜ ଇଛାରେ ସେହି ଘର ସାମ୍ନାରେ ବସି ରହିବ, ସେ ଝିଅକୁ ଭୟ ଲାଗିବ ବସିବା ପାଇଁ । ସୁମିତ ସତ କଣ ଜାଣି ଛନ୍ତି ମୁ ଗଣମାଧ୍ୟମ ଜରିଆରେ ତାଙ୍କୁ ଏତିକି ଜଣାଇବାକୁ ଚାହିଁବି, ସୁମିତ ଏମିତି କର ନାହିଁ । ତମେ ଜଣେ ଡାକ୍ତର ମୋତେ ରଖିବା ହେଉଛି ତମ କର୍ତ୍ତବ୍ୟ ଯଦି ତମକୁ ଏମିତି କରିବା ପାଇଁ କିଏ ବାଧ୍ୟ କରୁଛି ତ ମୋତେ କହିଦିଅ’ ।