ସୁନନ୍ଦା ପୁଷ୍କର କେସରେ ଆସିଲା ନୂଆ ମୋଡ, ପୁଲିସ କହିଲେ – ଶବ ଉପରେ ଥିଲା ୧୫ଟି ଆଘାତର ଚିହ୍ନ, ମାନସିକ ଚିନ୍ତାରେ…

ଶଶି ଥରୂରର ପତ୍ନୀ ସୁନନ୍ଦା ପୁଷ୍କରଙ୍କର ମୁର୍ତ୍ୟୁର ଏକ ନୂତନ ଟ୍ୱିସ୍ଟ ଆସିଛି । ପୁଲିସଙ୍କ ଅନୁସାରେ ସୁନନ୍ଦା ପୁଷ୍କର ମୁର୍ତ୍ୟୁ ପୁର୍ବରୁ ମାନସିକ ଚିନ୍ତାରେ ଥିଲେ ଓ ତାଙ୍କ ଶରୀରରେ ୧୫ଟି ଆଘାତର ଚିହ୍ନ ବି ଥିଲା । ଆପଣଙ୍କୁ କହିଦେଉଛୁ ଯେ ୨୦୧୪ରେ ସୁନନ୍ଦା ପୁଷ୍କରଙ୍କର ଦିଲ୍ଲୀର ପଞ୍ଚମ ଷ୍ଟାର ବାଲା ହୋଟେଲ ଦ ଲୀଲା ପୈଲେସ, ଚାଣକ୍ୟପୁରୀରେ ମୁର୍ତ୍ୟୁ ହୋଇଥିଲା । ରିପୋର୍ଟ ଅନୁସାରେ ନିଜର ବିବାହିତ ଜୀବନରେ ଚାଲୁଥିବା ଅଶାନ୍ତି କାରଣରୁ ସେ ମାନସିକ ଚିନ୍ତାରେ ଥିଲେ ।

ରିପୋର୍ଟ : ପୁଲିସ ରଖିଲେ କୋର୍ଟ ସାମନାରେ ସୂଚନା

·    ପୁଲିସ ଶଶି ଥରୂର ଉପରେ ନିଜ ପତ୍ନୀକୁ ଆତ୍ମହତ୍ୟା ପାଇଁ ଉକସେଇବା ଓ ହଇରାଣ କରିବାର ଆରୋପ ଲଗାଇଛି । କହିବାକୁ ଗଲେ ବର୍ତ୍ତମାନ ଶଶି ଥରୂର ଜମାନତରେ ବାହାରେ ଅଛନ୍ତି । ଶଶି ଥରୂର ବିରୁଦ୍ଧରେ ଆରୋପ ଠିକ ହୋଇଯିବା ସମୟରେ ଏହି ସୂଚନାକୁ କୋର୍ଟ ସାମନାରେ ପୁଲିସ ରଖିଛି ।

·    ପୁଲିସର ପୋସ୍ଟମର୍ଟମ ରିପୋର୍ଟ ଅନୁସାରେ ଜଜ ଅଜୟ କୁମାର କୁହାର କହିଛନ୍ତି କି ସୁନନ୍ଦା ପୁଷ୍କରର ମୁର୍ତ୍ୟୁ ବିଷ ଖାଇବା ଦ୍ଵାରା ହୋଇଛି । ଏହା ସହିତ ତାଙ୍କ ଶରୀର ଉପରେ ୧୫ଟି ଆଘାତର ଚିହ୍ନ ବି ମିଳିଛି । ବିଶେଷ ଓକୀଲ ସୁନନ୍ଦା ଅତୁଲ ଶ୍ରୀବାସ୍ତବଙ୍କ ଅନୁସାରେ ଅଧିକ ଚିନ୍ତା କାରଣରୁ ସେ ଆତ୍ମହତ୍ୟା ଭଳି ପଦେକ୍ଷେପ ଉଠାଇଛନ୍ତି ।

·    ଓକିଲ କୋର୍ଟକୁ କହିଲା କି ସୁନନ୍ଦା ପୁଷ୍କର ଶଶି ଥରୂର ଓ ପାକିସ୍ତାନୀ ପତ୍ରକାର ମେହର ତରାର ସହିତ କଥିତ ସମ୍ପର୍କକୁ ନେଇ ବହୁତ ଚିନ୍ତିତ ଥିଲେ । ଏହା ମଧ୍ୟରେ ପୁଲିସ ଶଶି ଥରୂରର ପତ୍ରକାର ମିତ୍ର ନଲିନୀ ସିଂହଙ୍କ ଠାରୁ ବି ବୟାନ ନେଇଛନ୍ତି, ଯିଏକି କହିଲେ କି ଦୁଇ ଜଣଙ୍କ ମଧ୍ୟରେ ବହୁତ ସମୟ ହେବ ମତଭେଦ ଥିଲା ।

·    ନଲିନୀ ସିଂହ କହିଲେ କି, “ଯେତେବେଳ ମୋତେ ସୁନନ୍ଦାଙ୍କର ଫୋନ ଆସିଲା, ତେବେ ସେ କାନ୍ଦୁ ଥିଲେ । ସେ ଥରୂର ଓ ମେହର ଠାରୁ ପ୍ରତିଶୋଧ ନେବାକୁ ଚାହୁଁ ଥିଲେ । ସେମାନଙ୍କର କିଛି ମ୍ୟାସେଜ ତାଙ୍କୁ ମିଳିଥିଲା । ଯାହା ପରେ ସେ ବହୁତ ଚିନ୍ତିତ ଥିଲେ । ସେଥିପାଇଁ ସେ ଘରକୁ ଯିବା ବଦଳରେ ହୋଟେଲରେ ରହିଥିଲେ ।‘

·    ଓକିଲ କୋର୍ଟରେ କହିଲେ କି ତାଙ୍କ ଦୁଇ ଜଣଙ୍କ ମଧ୍ୟରେ ବହୁତ ଈମେଲ୍ସ ବି ମିଳିଛି ଯାହାକି ପ୍ରମାଣ କରେ କି ଦୁଇ ଜଣଙ୍କର ସମ୍ପର୍କ ବହୁତ ପାଖାପାଖି ଥିଲା ।

·    କିନ୍ତୁ ଶଶି ଥରୂରଙ୍କର ଓକିଲ ବିକାସ ପାହୱା ଏହି ସମସ୍ତ ଆରୋପକୁ ଖଣ୍ଡନ କରି କହିଲେ କି, “ମୋତେ ଏହି ସମସ୍ତ ଈମେଲ୍ସ ବିଷୟରେ କିଛି ବି ଜଣା ନାହିଁ । କହିଦେଉଛୁ ଯେ ୩୧ ଅଗଷ୍ଟକୁ ଏହି ମାମଲାରେ ପୁଣି ଥରେ ଶୁଣାଣୀ ହେବ ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।