ଡାକ୍ତର Sumit ଓ Tapaswini ଙ୍କୁ ଆଶୀର୍ବାଦ ଦେଲେ କିନ୍ନର ଓ କହିଲେ କିଛି ଏମିତି…ଦେଖନ୍ତୁ Video

ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତ୍ତି ସୁମିତ ଏବଂ ତପସ୍ଵିନୀଙ୍କୁ ମିଳିଲା କିନ୍ନରଙ୍କ ଆଶୀର୍ବାଦ । ଦୁହେଁ ପୁଣି ଥରେ ମିଶନ୍ତୁ ଓ ଏକାଠି ରୁହନ୍ତୁ ବୋଲି ଆଶୀର୍ବାଦ କଲେ । ଉଭୟଙ୍କ ସମ୍ପର୍କର ଖିଅ ଯେ ସବୁ ଛିଣ୍ଡିଯାଇଛି ତାହା ନୁହେଁ । ଏବେବି କିଛି କିଛି ବାକି ଅଛି । ସୁମିତ ମଧ୍ୟ ନିଜେ ହାଇକୋର୍ଟରେ କହିଥିଲେ କି, ଯଦି ସେମାନଙ୍କର ମିଶିବାର ଥିବ ତେବେ ସେମାନେ ନିଶ୍ଚୟ ମିଶିବେ, ଆଉ ଯଦି ଅଲଗା ହେବାର ଥିବ ତେବେ କେହି ମଧ୍ୟ ରୋକିପାରିବେ ନାହିଁ ।

ଦିନେ ଯେଉଁଠି ଗହଳି ଚହଳି ଲାଗି ରହିଥିଲା ଆଜି ସେଇ ବ୍ରହ୍ମାନଗରର ସ୍ଥିତି ଧୀରେ ଧୀରେ ଶାନ୍ତ ପଡୁଛି । ଆଉ ଏହା ଉପରେ କିଛି ପ୍ରତିକ୍ରିୟା ରଖିଥିଲେ ସେଠାରେ ବାସ କରୁଥିବା କିନ୍ନରମାନେ । ଏହାସହ ଉଭୟଙ୍କୁ ସେମାନେ ଆଶୀର୍ବାଦ ମଧ୍ୟ ଦେଇଥିଲେ । ଏବେ ମାମଲା କୋର୍ଟରେ ଥିବା ବେଳେ ସାହି ବାସିନ୍ଦା ମାନେ ମଧ୍ୟ ଏବେ ଚୁପ ଅଛନ୍ତି । ମାମଲା କୋର୍ଟରେ ଥିବାରୁ ଯାହା ବି ହେବ ତାହା କୋର୍ଟ ହିଁ ନିଷ୍ପତ୍ତି ନେବେ । ସେଥିରେ କାହାର କିଛି କହିବାର ନାହିଁ ବୋଲି କହିଥିଲେ କିନ୍ନର ।

କୋର୍ଟଙ୍କ ବିଚାରକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଉଭୟ ସୁମିତ ଓ ତପସ୍ଵିନୀ ଯେପରି ସୁଖରେ ଭଲରେ ରହିବେ ସେଥିପାଇଁ ସେମାନଙ୍କ ମୁର୍ଗୀମାତାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ବର୍ତ୍ତମାନ ତପସ୍ଵିନୀ ସୁମିତଙ୍କ ଘରେ ତାଙ୍କ ଶାଶୁ ଏବଂ ଗୋସେଇଁ ଶାଶୁଙ୍କ ସହ ରହୁଛନ୍ତି । ଅନ୍ୟପଟେ ଘରେ ନାହାନ୍ତି ତାଙ୍କ ଶ୍ଵଶୁର ପ୍ରମୋଦ କୁମାର ସାହୁ ଏବଂ ସ୍ଵାମୀ ସୁମିତ ।

ମାନସିକ ଅସୁସ୍ଥତା ଦେଖାଇ ଛୁଟିରେ ଥିବା ସୁମିତ ଏବେ ଯାଏଁ ଡାକ୍ତରଖାନାରେ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି । ଉଭୟ ପକ୍ଷଙ୍କ ଓକିଲ ସେମାନଙ୍କ କାର୍ଯ୍ୟକୁ ସଠିକ ଭାବେ ତୁଲାଉଛନ୍ତି । କୋର୍ଟ ଆଦେଶ ଦେଇଥିବା ୧୭ ହଜାର ଟଙ୍କା ମାସିକ ଖର୍ଚ୍ଚ ମଧ୍ୟ ତପସ୍ଵିନୀ ଏଯାଏଁ ପାଇ ନାହାନ୍ତି । ପ୍ରତିଦିନ ନୂଆ ମୋଡ ନେଉଥିବା ଏହି ଘଟଣାଟି ଏକ ପ୍ରକାର ଗୋଟିଏ ଜାଗାରେ ଅଟକି ଯାଇଛି । ତେବେ ଆଗକୁ କୁଆଡେ ଯିବ ଏହି ଘଟଣାର ମୋଡ ?

ସୁମିତ ଏବଂ ତପସ୍ଵିନୀ କଣ ପୁଣି ମିଶି ପାରିବେ ? ଏହା ଜାଣିବା ପାଇଁ ଏବେ ସାରା ଓଡିଶାବାସୀ ଚାହିଁ ବସିଛନ୍ତି । ଏହି କିନ୍ନରଙ୍କ ଆଶୀର୍ବାଦ ଉଭୟଙ୍କ ଉପରେ ସଫଳ ହେଉ ବୋଲି ଅନେକ ପ୍ରାର୍ଥନା ମଧ୍ୟ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।